ବିଜେଡି ଛାଡ଼ିବେ ପାଟ୍ଟଶାଣୀ !
ଭୁବନେଶ୍ୱର : ମୁଣ୍ଡ ଉପରେ ୨୦୨୪ ସାଧାରଣ ନିର୍ବାଚନ I ଏହା ପୂର୍ବରୁ ଅସନ୍ତୁଷ୍ଟଙ୍କର ଜାରି ରହିଛି ଦଳ ଡିଆଁ ପର୍ବ I ବିଭିନ୍ନ ଦଳରୁ ବହୁ ଟିକଟ ଆଶାୟୀ ପ୍ରାର୍ଥୀ ଟିକଟ ନପାଇ ଦଳ ଛାଡିସାରିଲେଣି I ଏହାରି ଭିତରେ ଆଉ ଏକ ବଡ଼ ଖବର ସାମନାକୁ ଆସିଛି I ଶାସକ ଦଳର ବରିଷ୍ଠ ନେତା ତଥା ପୂର୍ବତନ ଏମପି ପ୍ରସନ୍ନ ପାଟ୍ଟଶାଣୀ ଦଳ ଛାଡିବା ନେଇ ଚର୍ଚ୍ଚା ଜୋର ଧରିଛି I କିଛିଦିନ ତଳେ […]
ଭୁବନେଶ୍ୱର : ମୁଣ୍ଡ ଉପରେ ୨୦୨୪ ସାଧାରଣ ନିର୍ବାଚନ I ଏହା ପୂର୍ବରୁ ଅସନ୍ତୁଷ୍ଟଙ୍କର ଜାରି ରହିଛି ଦଳ ଡିଆଁ ପର୍ବ I ବିଭିନ୍ନ ଦଳରୁ ବହୁ ଟିକଟ ଆଶାୟୀ ପ୍ରାର୍ଥୀ ଟିକଟ ନପାଇ ଦଳ ଛାଡିସାରିଲେଣି I ଏହାରି ଭିତରେ ଆଉ ଏକ ବଡ଼ ଖବର ସାମନାକୁ ଆସିଛି I ଶାସକ ଦଳର ବରିଷ୍ଠ ନେତା ତଥା ପୂର୍ବତନ ଏମପି ପ୍ରସନ୍ନ ପାଟ୍ଟଶାଣୀ ଦଳ ଛାଡିବା ନେଇ ଚର୍ଚ୍ଚା ଜୋର ଧରିଛି I କିଛିଦିନ ତଳେ ସେ ଚିଲିକା ଆସନରୁ ଲଢ଼ିବା ଚର୍ଚ୍ଚା ହେଉଥିଲେ ମଧ୍ୟ ଟିକେଟ ଘୋଷଣା ନ ହେବା ଏବଂ କୌଣସି ସ୍ପଷ୍ଟ ସିଗନାଲ ନ ମିଳିବାରୁ ପାଟ୍ଟଶାଣୀ ଦଳ ଛାଡ଼ିବେ ବୋଲି ଚର୍ଚ୍ଚା ହେଉଛି। ଏହି ଚର୍ଚ୍ଚାକୁ ଖୋରାକ ଯୋଗାଇଛି ବିଜେପି ରାଜ୍ୟ ନିର୍ବାଚନ ପ୍ରଭାରୀ ବିଜୟ ପାଲ ସିଂ ତୋମାରଙ୍କ ବୟାନ । ସେ ଭୁବନେଶ୍ୱରରେ ପହଞ୍ଚିବା ପରେ ସୂଚନା ଦେଇ କହିଛନ୍ତିକି ଆହୁରି ବଡ଼ ବଡ଼ ନେତା ବିଜେପିରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି
ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ ପାଟ୍ଟଶାଣୀ ଗୁରୁବାର ନବୀନ ନିବାସ ଯାଇଥିଲେ। ସେଠାରୁ ଫେରିବା ପରେ ସେ କିଛି ବଡ଼ ନିଷ୍ପତ୍ତି ନେଇ ପାରନ୍ତି ବୋଲି କୁହାଯାଉଛି। ଏପରିକି ଗୁରୁବାର ରାତିରେ ସେ ଦିଲ୍ଲୀ ଯିବା ନେଇ ଚର୍ଚ୍ଚା ହେଉଥିଲା । ତେଣୁ ଶୁକ୍ରବାର ପାଟ୍ଟଶାଣୀ କିଛି ବଡ଼ ଘୋଷଣା କରିପାରନ୍ତି। ଭୁବନେଶ୍ୱରରୁ ଲଗାତାର ୫ ଥର ଏମପି ହୋଇଥିବା ପାଟ୍ଟଶାଣୀଙ୍କୁ ୨୦୧୯ରେ ବିଜେଡି ଟିକଟ ମିଳି ନଥିଲା। ପରେ ସେ ରାଜ୍ୟସଭା ଯିବାକୁ ଆଶାୟୀ ଥିଲେ । ମାତ୍ର ତାଙ୍କ ଆଶା ପୂରଣ ହୋଇନଥିଲା ।
ସୂଚନାନୁସାରେ, ନିକଟରେ ପାଟ୍ଟଶାଣୀଙ୍କ କ୍ୱାଇଁ ତଥା ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର ନିକଟରେ ବିଜେଡି ଛାଡ଼ି ବିଜେପିରେ ଯୋଗ ଦେଇଛନ୍ତି। ସେ ଉତ୍ତର ଭୁବନେଶ୍ୱରରୁ ପ୍ରିୟଦର୍ଶୀଙ୍କୁ ଭାଜପା ପ୍ରାର୍ଥୀ କରିଛି। ତେଣୁ ପାଟ୍ଟଶାଣୀ ମଧ୍ୟ ଭାଜପାକୁ ଯାଇପାରନ୍ତି ବୋଲି ଚର୍ଚ୍ଚା ହେଉଛି। ମାତ୍ର ଏନେଇ କୌଣସି କିଛି ସ୍ପଷ୍ଟ ସୂଚନା ମିଳିପାରି ନାହିଁ।




