ଦରବୃଦ୍ଧି ପ୍ରତିବାଦରେ ବିକ୍ଷୋଭ ପ୍ରଦର୍ଶନ କରିବ ବିଜେଡି

ଭୁବନେଶ୍ବର: ଦରବୃଦ୍ଧି ପ୍ରତିବାଦରେ ରାଜରାସ୍ତାକୁ ଓହ୍ଲାଇବ ବିଜୁ ଜନତା ଦଳ । ଆସନ୍ତା ୬ ତାରିଖରେ ଲୋୟର ଲୋୟର ପିଏମଜିରୁ ଲୋକସେବା ଭବନ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିବ ଦଳ । ଏନେଇ ସାମ୍ବାଦିକ ସମ୍ମିଳନୀ କରି ବିଜେଡି ପକ୍ଷରୁ ସୂଚନା ଦିଆଯାଇଛି । ଦରଦାମ୍ ବୃଦ୍ଧି ପ୍ରତିବାଦକୁ ନେଇ ବିଜେଡି ପକ୍ଷରୁ ଏହି ରଣହୁଙ୍କାର କରାଯିବ । ରାଜ୍ୟରେ ଖାଦ୍ୟ ସାମଗ୍ରୀର ଦର ହୁହୁ ହୋଇ ବୃଦ୍ଧି ପାଉଥିବା ବେଳେ ସାଧାରଣ ଜନତାଙ୍କ ଉପରେ ବୋଝ […]

Samaya Live Picture
Published On

ଭୁବନେଶ୍ବର: ଦରବୃଦ୍ଧି ପ୍ରତିବାଦରେ ରାଜରାସ୍ତାକୁ ଓହ୍ଲାଇବ ବିଜୁ ଜନତା ଦଳ । ଆସନ୍ତା ୬ ତାରିଖରେ ଲୋୟର ଲୋୟର ପିଏମଜିରୁ ଲୋକସେବା ଭବନ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିବ ଦଳ । ଏନେଇ ସାମ୍ବାଦିକ ସମ୍ମିଳନୀ କରି ବିଜେଡି ପକ୍ଷରୁ ସୂଚନା ଦିଆଯାଇଛି ।

ଦରଦାମ୍ ବୃଦ୍ଧି ପ୍ରତିବାଦକୁ ନେଇ ବିଜେଡି ପକ୍ଷରୁ ଏହି ରଣହୁଙ୍କାର କରାଯିବ । ରାଜ୍ୟରେ ଖାଦ୍ୟ ସାମଗ୍ରୀର ଦର ହୁହୁ ହୋଇ ବୃଦ୍ଧି ପାଉଥିବା ବେଳେ ସାଧାରଣ ଜନତାଙ୍କ ଉପରେ ବୋଝ ବୋଲି କହିଛି ବିଜେଡି । ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ ନେତା ସଞ୍ଜୟ ଦାସବର୍ମା କହିଛନ୍ତି, ଡବଲ ଇଞ୍ଜିନ ସରକାର ଆସିବା ପରେ ହେଁ ଓଡିଶାବାସୀ ହନ୍ତସନ୍ତ ହେଉଛନ୍ତି ।

ବିଜେଡ଼ି ସମନ୍ଵୟ କମିଟି ଅଧ୍ୟକ୍ଷ ଦେବୀ ପ୍ରସାଦ ମିଶ୍ର କହିଛନ୍ତି, ଦରଦାମ୍ ସମସ୍ତଙ୍କୁ ଅତିଷ୍ଠ କଲାଣି । ଗାଁ ଗହଳିର ଲୋକଙ୍କୁ ଅଧିକ ବାଧୁଛି । ଗରିବ ଶ୍ରେଣୀ କଥା ଆହୁରି ଶୋଚନୀୟ । ଅଶୋଧିତ ତୈଳ ଦର ଅନ୍ତର୍ଜାତୀୟ ମାର୍କେଟ୍‌ରେ ଖସିଥିଲେ ସୁଦ୍ଧା ଦରଦାମ୍ କିନ୍ତୁ କମୁନି । ଓଡିଶାବାସୀଙ୍କ ସ୍ବାର୍ଥ ପାଇଁ ବିଜେଡି ଲଢିବ ବୋଲି ସେ କହିଛନ୍ତି ।

ବିଜେଡି ପକ୍ଷରୁ ଆହୁରି ମଧ୍ୟ କୁହାଯାଇଛି, ନବୀନ ସରକାର ସର୍ବଦା ସାଧାରଣ ଲୋକଙ୍କୁ ଗୁରୁତ୍ବ ଦେଉଥିଲେ । ଡବଲ ଇଞ୍ଜିନ ସରକାର ଯଦି ଏହାକୁ ଗୁରୁତ୍ଵ ନ ଦିଅନ୍ତି, ତେବେ ଜିଲ୍ଲା ସ୍ତରରେ ଆନ୍ଦୋଳନ ହେବ ବୋଲି ବିଜେଡି ପକ୍ଷରୁ ଚେତାବନୀ ଦିଆଯାଇଛି ।

Tags: