୨୧ ରେ ଆରଡିସି ଅଫିସ ଘେରିବ ବିଜେଡି
ଭୁବନେଶ୍ୱର : ଏଫ୍ଏମ କଲେଜ ଛାତ୍ରୀ ଆତ୍ମାହୁତି ଘଟଣା । ଆସନ୍ତା ୨୧ ତାରିଖରେ ଦଳ ତରଫରୁ ରାଜ୍ୟର ସମସ୍ତ ଆର୍ଡିସି ଅଫିସ ଘେରଉ କାର୍ଯ୍ୟକ୍ରମ ହେବ ବୋଲି ସୂଚନା ଦିଆଯାଇଛି । ବ୍ୟବସ୍ଥାଗତ ବିଫଳତାକୁ ଦାୟୀ କରି ଓ ପୀଡ଼ିତାଙ୍କୁ ନ୍ୟାୟ ପ୍ରଦାନ ଦାବିରେ ବିଜେଡି ପୁଣି ରାସ୍ତାକୁ ଓହ୍ଲାଇବ। ଗତକାଲି ଶଙ୍ଖ ଭବନରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ଦଳର ବରିଷ୍ଠ ଉପସଭାପତି ଦେବୀ ପ୍ରସାଦ ମିଶ୍ର କହିଥିଲେ, ଏହି ଘଟଣା ସମଗ୍ର ରାଜ୍ୟବାସୀଙ୍କୁ ବ୍ୟଥିତ […]
ଭୁବନେଶ୍ୱର : ଏଫ୍ଏମ କଲେଜ ଛାତ୍ରୀ ଆତ୍ମାହୁତି ଘଟଣା । ଆସନ୍ତା ୨୧ ତାରିଖରେ ଦଳ ତରଫରୁ ରାଜ୍ୟର ସମସ୍ତ ଆର୍ଡିସି ଅଫିସ ଘେରଉ କାର୍ଯ୍ୟକ୍ରମ ହେବ ବୋଲି ସୂଚନା ଦିଆଯାଇଛି । ବ୍ୟବସ୍ଥାଗତ ବିଫଳତାକୁ ଦାୟୀ କରି ଓ ପୀଡ଼ିତାଙ୍କୁ ନ୍ୟାୟ ପ୍ରଦାନ ଦାବିରେ ବିଜେଡି ପୁଣି ରାସ୍ତାକୁ ଓହ୍ଲାଇବ। ଗତକାଲି ଶଙ୍ଖ ଭବନରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ଦଳର ବରିଷ୍ଠ ଉପସଭାପତି ଦେବୀ ପ୍ରସାଦ ମିଶ୍ର କହିଥିଲେ, ଏହି ଘଟଣା ସମଗ୍ର ରାଜ୍ୟବାସୀଙ୍କୁ ବ୍ୟଥିତ କରିଛି। ତାଙ୍କ ପରିବାରକୁ ନ୍ୟାୟ ପ୍ରଦାନ ଦାବିରେ ବିଜେଡି ପ୍ରତିବାଦ କାର୍ଯ୍ୟକ୍ରମ କରିଆସୁଛି। ରାଜ୍ୟ ସରକାରଙ୍କ ଦାୟିତ୍ବହୀନତା ଓ ସମ୍ବେଦନହୀନତା ଲାଗି ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଏବଂ ଏହାର ତଦନ୍ତ ଉଚ୍ଚ ନ୍ୟାୟାଳୟର କାର୍ଯ୍ୟରତ ବିଚାରପତିଙ୍କ ଦ୍ୱାରା ବିଚାର ବିଭାଗୀୟ ତଦନ୍ତ ପାଇଁ ବିଜେଡି ଦାବି କରିଛି। ଏହି ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ସାଂସଦ ପ୍ରଦୀପ ମାଝୀ, ବରିଷ୍ଠ ସାଧାରଣ ସମ୍ପାଦକ ଭୃଗୁ ବକ୍ସିପାତ୍ର, ବିଧାୟକ ଗୌତମବୁଦ୍ଧ ଦାସ ଉପସ୍ଥିତ ଥିଲେ।




