ଆଜି ପଶ୍ଚିମ ଓଡ଼ିଶାରେ ହାଇ ଭୋଲଟେଜ ପ୍ରଚାର କରିବେ ବିଜେଡ଼ି ସୁପ୍ରିମୋ

ରାଉରକେଲା: ମୁଖ୍ୟମନ୍ତ୍ରୀଙ୍କ ନଜରରେ ରହିଛି ପଶ୍ଚିମ ଓଡିଶା I ଆଜି ପଶ୍ଚିମ ଓଡ଼ିଶାର ଦୁଇ ଲୋକସଭା କ୍ଷେତ୍ରରେ ହାଇଭୋଲଟେଜ ପ୍ରଚାର କରିବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ସୁନ୍ଦରଗଡ଼ ଲୋକସଭା କ୍ଷେତ୍ରର ରାଉରକେଲା ଓ ସମ୍ବଲପୁର ଲୋକସଭା କ୍ଷେତ୍ରର ଦେବଗଡ଼ରେ କ୍ଯାମ୍ପେନ କରିବେ ନବୀନ। ସୂଚନାନୁସାରେ,ଆଜି ଦିନ ୧୧ଟା ୨୫ରେ ମୁଖ୍ଯମନ୍ତ୍ରୀ ରାଉରକେଲା ଏୟାରପୋର୍ଟରେ ପହଞ୍ଚିବେ। ସେଠାରୁ ଏୟାରପୋର୍ଟ ସାମ୍ନାରେ ଥିବା ପଡ଼ିଆରେ ବିଶାଳ ଜନସଭାକୁ ଉଦବୋଧନ ଦେବେ। ସେଠାରୁ ଦେବଗଡ଼ ବିଧାନସଭା ନିର୍ବାଚନମଣ୍ଡଳୀର ପ୍ରଧାନପାଟ ଜଳପ୍ରପାତ […]

Samaya Live Picture
Published On

ରାଉରକେଲା: ମୁଖ୍ୟମନ୍ତ୍ରୀଙ୍କ ନଜରରେ ରହିଛି ପଶ୍ଚିମ ଓଡିଶା I ଆଜି ପଶ୍ଚିମ ଓଡ଼ିଶାର ଦୁଇ ଲୋକସଭା କ୍ଷେତ୍ରରେ ହାଇଭୋଲଟେଜ ପ୍ରଚାର କରିବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ସୁନ୍ଦରଗଡ଼ ଲୋକସଭା କ୍ଷେତ୍ରର ରାଉରକେଲା ଓ ସମ୍ବଲପୁର ଲୋକସଭା କ୍ଷେତ୍ରର ଦେବଗଡ଼ରେ କ୍ଯାମ୍ପେନ କରିବେ ନବୀନ।

ସୂଚନାନୁସାରେ,ଆଜି ଦିନ ୧୧ଟା ୨୫ରେ ମୁଖ୍ଯମନ୍ତ୍ରୀ ରାଉରକେଲା ଏୟାରପୋର୍ଟରେ ପହଞ୍ଚିବେ। ସେଠାରୁ ଏୟାରପୋର୍ଟ ସାମ୍ନାରେ ଥିବା ପଡ଼ିଆରେ ବିଶାଳ ଜନସଭାକୁ ଉଦବୋଧନ ଦେବେ। ସେଠାରୁ ଦେବଗଡ଼ ବିଧାନସଭା ନିର୍ବାଚନମଣ୍ଡଳୀର ପ୍ରଧାନପାଟ ଜଳପ୍ରପାତ ନିକଟରେ ସାଧାରଣ ସଭାରେ ଯୋଗଦେଇ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଆଶୀର୍ବାଦ ମାଗିବେ। ଏହାପରେ ଛେଣ୍ଡିପଦା ଓ ଆଠମଲ୍ଲିକରେ ବି ପ୍ରଚାର କରିବେ ମୁଖ୍ଯମନ୍ତ୍ରୀ। ପ୍ରଚାର ସଭାରେ ବରିଷ୍ଠ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ ଉପସ୍ଥିତ ରହିବେ I

Tags: