ଚିକିତ୍ସା ପାଇଁ ମୁମ୍ବାଇ ଗଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ,ଆଶୁ ଆରୋଗ୍ୟ କାମନା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଚିକିତ୍ସା ପାଇଁ ଆଜି ମୁମ୍ବାଇ ଗଲେ ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନବୀନ ପଟ୍ଟନାୟକ ସର୍ଭିକାଲ ଆର୍ଥ୍ରାଇଟିସ୍‌ରେ ପୀଡ଼ିତ ଅଛନ୍ତି। ଚିକିତ୍ସା ପାଇଁ ଆଜି ସକାଳ ୧୦ ଟାରେ ମୁମ୍ବାଇ ଅଭିମୁଖେ ଯାଇଛନ୍ତି ମବୀନ । ୨୨ତାରିଖରେ ମୁମ୍ବାଇ କୋକିଳାବେନ ଧୀରୁ ଭାଇ ଅମ୍ବାନୀ ହସପିଟାଲରେ ସର୍ଜରୀ ହେବ । ଏଥିପାଇଁ ମୁମ୍ବାଇରେ ଡାକ୍ତରଙ୍କ ସହ କୋର୍ଡିନେଟ କରୁଛନ୍ତି ପ୍ରଖ୍ୟାତ ହୃଦରୋଗ ବିଶେଷଜ୍ଞ ଡାକ୍ତର ରମାକାନ୍ତ ପଣ୍ଡା । […]

ଚିକିତ୍ସା ପାଇଁ ମୁମ୍ବାଇ ଗଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ,ଆଶୁ ଆରୋଗ୍ୟ କାମନା କଲେ ମୁଖ୍ୟମନ୍ତ୍ରୀ
Samaya Live Picture
Published On

ଭୁବନେଶ୍ୱର : ଚିକିତ୍ସା ପାଇଁ ଆଜି ମୁମ୍ବାଇ ଗଲେ ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନବୀନ ପଟ୍ଟନାୟକ ସର୍ଭିକାଲ ଆର୍ଥ୍ରାଇଟିସ୍‌ରେ ପୀଡ଼ିତ ଅଛନ୍ତି। ଚିକିତ୍ସା ପାଇଁ ଆଜି ସକାଳ ୧୦ ଟାରେ ମୁମ୍ବାଇ ଅଭିମୁଖେ ଯାଇଛନ୍ତି ମବୀନ । ୨୨ତାରିଖରେ ମୁମ୍ବାଇ କୋକିଳାବେନ ଧୀରୁ ଭାଇ ଅମ୍ବାନୀ ହସପିଟାଲରେ ସର୍ଜରୀ ହେବ । ଏଥିପାଇଁ ମୁମ୍ବାଇରେ ଡାକ୍ତରଙ୍କ ସହ କୋର୍ଡିନେଟ କରୁଛନ୍ତି ପ୍ରଖ୍ୟାତ ହୃଦରୋଗ ବିଶେଷଜ୍ଞ ଡାକ୍ତର ରମାକାନ୍ତ ପଣ୍ଡା । ଚିକିତ୍ସା ପାଇଁ ମୁମ୍ବାଇ ଯାଇଥିବାରୁ ଆଶୁ ଆରୋଗ୍ୟ କାମନା କରି ବିମାନବନ୍ଦର ପର୍ଯ୍ୟନ୍ତ ଯାଇଥିଲେ ବିଜେଡିର ବହୁ ବରିଷ୍ଠ ନେତା ।

ଶ୍ରୀ ପଟ୍ଟନାୟକ ଚିକିତ୍ସା ପୂର୍ବରୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ ମାଗିଛନ୍ତି। ଓଡ଼ିଆ ଭାଇଭଉଣୀଙ୍କର ଶୁଭକାମନା ମଧ୍ୟ ଲୋଡ଼ିଛନ୍ତି। ‘ମୁଁ ଶୀଘ୍ର ସୁସ୍ଥ ହୋଇ ଫେରି ଆସିବି। ଓଡ଼ିଶାର ସମସ୍ତଙ୍କ ସେବା ଜାରି ରଖିବାକୁ ଅପେକ୍ଷା କରିଛି’ ବୋଲି ସେ ସାମାଜିକ ଗଣମାଧ୍ୟମରେ ଉଲ୍ଲେଖ କରିଛନ୍ତି। ଶ୍ରୀ ପଟ୍ଟନାୟକ ପୋଷ୍ଟ କରିବା ପରେ ତାଙ୍କର ସମର୍ଥକ ସାମାଜିକ ଗଣମାଧ୍ୟମ ଜରିଆରେ ଶୁଭେଚ୍ଛା ଜଣାଇବା ସହ ଆରୋଗ୍ୟ କାମନା କରିଛନ୍ତି।

ନବୀନ ପଟ୍ଟନାୟକଙ୍କ ଅସୁସ୍ଥତା ବିଷୟରେ ଜାଣି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଚିନ୍ତା ପ୍ରକଟ କରିବା ସହିତ ତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି। ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ତାଙ୍କର ଚିକିତ୍ସା ପ୍ରକ୍ରିୟା ସୁରୁଖୁରୁରେ ସମ୍ପନ୍ନ ହେଉ ଓ ଆଶୁ ଆରୋଗ୍ୟ ଲାଭକରି ଉତ୍ତମ ସ୍ୱାସ୍ଥ୍ୟ ଲାଭ କରନ୍ତୁ ବୋଲି ମହାପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରୁଥିବା ଉଲ୍ଲେଖ କରିଛନ୍ତି।

ଅନ୍ୟ ପକ୍ଷରେ ନବୀନଙ୍କ ଉତ୍ତମ ଚିକିତ୍ସା ଓ ଆଶୁ ଆରୋଗ୍ୟ କାମନା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ କରୁଣାରୁ ସେ ସୁସ୍ଥ ଓ ନିରୋଗ ରୁହନ୍ତୁ ତଥା ନିଜର ଯତ୍ନ ନିଅନ୍ତୁ ବୋଲି ସାମାଜିକ ଗଣମାଧ୍ୟମ ‘ଏକ୍ସ’ ଜରିଆରେ ଶ୍ରୀ ପ୍ରଧାନ କାମନା କରିଛନ୍ତି।

Tags: