ଏସଆଇ ପରୀକ୍ଷା ମହାଦୁର୍ନୀତିକୁ ନେଇ ଗର୍ଜିଲା ବିଜେଡି

ଭୁବନେଶ୍ୱର : ଏସଆଇ ପରୀକ୍ଷା କେଳେଙ୍କାରୀ ଘଟଣାରେ ବିଜେଡିର ପ୍ରତିବାଦ। ଆଶାୟୀଙ୍କୁ ନ୍ୟାୟ ଦାବିରେ ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନରେ ପ୍ରତିବାଦ କରିଛି ବିଜୁ ଜନତା ଦଳ । ବଡ଼ ମୁଣ୍ଡକୁ ଧରିବାକୁ କ୍ରାଇମବ୍ରାଞ୍ଚ ନୁହେଁ ସିବିଆଇ ତଦନ୍ତ ଦାବିରେ ଗର୍ଜିଲା ବିଜେଡି। ରଣକ୍ଷେତ୍ର ପାଲଟିଲା ଲୋୟର ପିଏମଜି। ଶତାଧିକ ଯୁବ ଛାତ୍ର ନେତା ଓ କର୍ମୀଙ୍କ ହଲ୍ଲାବୋଲ୍ । ସିବିଆଇ ତଦନ୍ତ ନିର୍ଦେଶ ଦିଆ ନ ଗଲେ ଆଗକୁ ଜୋରଦାର ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛି ଦଳ […]

ଏସଆଇ ପରୀକ୍ଷା ମହାଦୁର୍ନୀତିକୁ ନେଇ ଗର୍ଜିଲା ବିଜେଡି
Samaya Live Picture
Published On

ଭୁବନେଶ୍ୱର : ଏସଆଇ ପରୀକ୍ଷା କେଳେଙ୍କାରୀ ଘଟଣାରେ ବିଜେଡିର ପ୍ରତିବାଦ। ଆଶାୟୀଙ୍କୁ ନ୍ୟାୟ ଦାବିରେ ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନରେ ପ୍ରତିବାଦ କରିଛି ବିଜୁ ଜନତା ଦଳ । ବଡ଼ ମୁଣ୍ଡକୁ ଧରିବାକୁ କ୍ରାଇମବ୍ରାଞ୍ଚ ନୁହେଁ ସିବିଆଇ ତଦନ୍ତ ଦାବିରେ ଗର୍ଜିଲା ବିଜେଡି। ରଣକ୍ଷେତ୍ର ପାଲଟିଲା ଲୋୟର ପିଏମଜି। ଶତାଧିକ ଯୁବ ଛାତ୍ର ନେତା ଓ କର୍ମୀଙ୍କ ହଲ୍ଲାବୋଲ୍ । ସିବିଆଇ ତଦନ୍ତ ନିର୍ଦେଶ ଦିଆ ନ ଗଲେ ଆଗକୁ ଜୋରଦାର ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛି ଦଳ । ବିଜୁ ଜନତା ଦଳର ଏହି ପ୍ରତିବାଦରେ ବହୁ ପରୀକ୍ଷାର୍ଥୀ ମଧ୍ୟ ସାମିଲ ଅଛନ୍ତି। ଧସ୍ତାଧସ୍ତି ପରେ ବିଜେଡି ନେତା ପ୍ରୀତିରଞ୍ଜନ ଘଡ଼େଇଙ୍କ ସହ ଅନ୍ୟ ଛାତ୍ରନେତାଙ୍କୁ ଉଠାଇନେଲା ପୁଲିସ।

Tags: