ପୋଲିସ SI ପରୀକ୍ଷା ମହାଦୁର୍ନୀତି ୬ ତାରିଖରେ ବିଜେଡିର ପ୍ରତିବାଦ
ଭୁବନେଶ୍ୱର : ପୋଲିସ SI ପରୀକ୍ଷା ମହା ଘୋଟାଲାକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲା ବିଜେଡି । ଘଟଣାର ତୁରନ୍ତ ସିବିଆଇ ତଦନ୍ତ ନହେଲେ ମୁଖ୍ୟମନ୍ତ୍ରୀ ପଦ ଛାଡନ୍ତୁ । କେସ୍କୁ ୬ ତାରିଖ ସୁଦ୍ଧା ସିବିଆଇକୁ ହସ୍ତାନ୍ତର ନହେଲେ ଆନ୍ଦୋଳନକୁ ଓହ୍ଲାଇବ ବିଜେଡି । ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି ଏଭଳି ଚେତାବନୀ ଦେଇଛନ୍ତି ବିଜେଡି ନେତା ପ୍ରୀତିରଞ୍ଜନ ଘଡାଇ ଏବଂ ବିଜୁ ଯୁବ ଜନତା ଦଳ ସଭାପତି ଚିନ୍ମୟ ସାହୁ । […]
ଭୁବନେଶ୍ୱର : ପୋଲିସ SI ପରୀକ୍ଷା ମହା ଘୋଟାଲାକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲା ବିଜେଡି । ଘଟଣାର ତୁରନ୍ତ ସିବିଆଇ ତଦନ୍ତ ନହେଲେ ମୁଖ୍ୟମନ୍ତ୍ରୀ ପଦ ଛାଡନ୍ତୁ । କେସ୍କୁ ୬ ତାରିଖ ସୁଦ୍ଧା ସିବିଆଇକୁ ହସ୍ତାନ୍ତର ନହେଲେ ଆନ୍ଦୋଳନକୁ ଓହ୍ଲାଇବ ବିଜେଡି । ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି ଏଭଳି ଚେତାବନୀ ଦେଇଛନ୍ତି ବିଜେଡି ନେତା ପ୍ରୀତିରଞ୍ଜନ ଘଡାଇ ଏବଂ ବିଜୁ ଯୁବ ଜନତା ଦଳ ସଭାପତି ଚିନ୍ମୟ ସାହୁ ।
ଚିନ୍ମୟ ସାହୁ କହିଛନ୍ତି, ମାର୍ଚ୍ଚ ୭ରେ ହଠାତ ଘୋଷଣା ହେଲା ଏସଆଇ ପରୀକ୍ଷା ସ୍ଥଗିତ ବୋଲି। ଅନଡିସ୍କୋଲଜଡ଼ ରିଜିନ ଦେଖାଇ ସ୍ଥଗିତ କରାଗଲା କିନ୍ତୁ ଏହା ଏଯାଏ ଜଣାଗଲା ନାହିଁ। ସେତେବେଳେ ବିଜେପି ନେତାଙ୍କୁ ଭାଗ କମ୍ ମିଳିଥିଲା । ସେଥିପାଇଁ କ୍ୟାସ୍ ଫର୍ ଜବ୍ ଅପରେଶନ ଆରମ୍ଭ ହେଲା । ପଞ୍ଚସଫ୍ଟକୁ ଦାୟିତ୍ଵ ଦିଆଗଲା । ପାର୍ବଣ ସମୟରେ ଜାଣିଶୁଣି ପରୀକ୍ଷା କରାଗଲା । ଏହା ଯୋଜନାବନ୍ଧ ଅପରାଧ । ଓପିଆର୍ବି ଅଧ୍ୟକ୍ଷଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନାହିଁ । ତାଙ୍କ ଦେହରେ ହାତ ମାରିଲେ ସେ ସରକାରଙ୍କ ପୋଲ୍ ଖୋଲିଦେବେ । ସେଥିପାଇଁ ତାଙ୍କ ବିରୋଧରେ ସରକାର କାର୍ଯ୍ୟାନୁଷ୍ଠାନ ନେଇପାରି ନାହିଁ । ତୁରନ୍ତ ସିବିଆଇ ତଦନ୍ତ ନହେଲେ, ଆସନ୍ତା ୬ ତାରିଖରେ ବିଜୁ ଛାତ୍ର ଓ ଯୁବ ଜନତା ଦଳ ରାଜରାସ୍ତାକୁ ଓହ୍ଲାଇ ବିକ୍ଷୋଭ ପ୍ରଦର୍ଶନ କରିବ ।
ସେହିଭଳି SI ପରୀକ୍ଷା ଦୁର୍ନୀତିର ତଦନ୍ତ ସ୍ଵଚ୍ଛତାର ସହ ହେବ କି ବୋଲି ପ୍ରଶ୍ନ କରିଛନ୍ତି ପ୍ରୀତିରଞ୍ଜନ ଘଡାଇ । କାହିଁକି ତଦନ୍ତଭୁକ୍ତ ହେଉନାହାନ୍ତି ଓପିଆର୍ବି ଅଧ୍ୟକ୍ଷ ଓ ଗୃହ ବିଭାଗ ସଚିବ ?
ସେପଟେ ବିଜେଡିକୁ କଡା ଜବାବ ଦେଇଛି ବିଜେପି । ବିଜେଡିର ଆନ୍ଦୋଳନ ଚୋର ମାଚାଏ ସୋର କହିଛି ବିଜେପି । ଅତୀତରେ ଯାହାର ସରକାର ଥିଲା ନବୀନ ପଟନାୟକ ମୁଖ୍ୟ ଥିଲେ, ତାଙ୍କର ଚରବର ମାନେ ତୃତୀୟ ମହଲାରୁ ସୁପାରୀ ନେଇ ସାର୍ଟଫିକେଟ ବିକ୍ରି କରିଛନ୍ତି ଆଉ ଚାକିରୀ ବିକ୍ରି କରିଥିଲେ । ସେମାନେ ଆସିକି କହୁଛନ୍ତି ଆମେ ନ୍ୟାୟ ଦେବୁ । ସେମାନେ ଏଭଳି ବ୍ୟବସ୍ଥା କରିଛନ୍ତି ତାକୁ ଧୂଳିସାତ କରିକି ଯୁବ ବର୍ଗଙ୍କୁ ନ୍ୟାୟ ଦେବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କାମ କରୁଛନ୍ତି ବୋଲି କହିଛି ବିଜେପି ।




