ଦ୍ଵିତୀୟ ପର୍ଯ୍ୟାୟ ମତଦାନରେ ଆହୁରି ଭଲ କରିବ ବିଜେଡି – ପାଣ୍ଡିଆନ

ଭୁବନେଶ୍ବର : ଦ୍ଵିତୀୟ ପର୍ଯ୍ୟାୟ ମତଦାନକୁ ନେଇ ବିଜେଡି ନେତା ତଥା ୫ ଟି ଅଧ୍ୟକ୍ଷ ଭି.କେ.ପାଣ୍ଡିଆନଙ୍କ ବଡ଼ ପ୍ରତିକ୍ରିୟା I ପ୍ରଥମ ପର୍ଯ୍ୟାୟ ଅପେକ୍ଷା ୨ୟ ପର୍ଯ୍ୟାୟରେ ଭଲ କରିବ ବିଜେଡି I ମୁଖ୍ୟମନ୍ତ୍ରୀଙ୍କର କଠିନ ପରିଶ୍ରମ ଏବଂ ବିଜେଡି ସରକାରର ପ୍ରତିଶୃତି ପ୍ରତି ଲୋକମାନଙ୍କର ଗଭୀର ଆସ୍ଥା ରହିଛି I ବିଜେଡି ସରକାରର କାମ ଓ ମୁଖ୍ୟମନ୍ତ୍ରୀଙ୍କର ଲୋକପ୍ରିୟତା ଯୋଗୁଁ ନିର୍ବାଚନରେ ଅପାର ସଫଳତା ଲାଭ କରିବ ଦଳ I ତେଣୁ ପ୍ରଥମ ପର୍ଯ୍ୟାୟ […]

Samaya Live Picture
Published On

ଭୁବନେଶ୍ବର : ଦ୍ଵିତୀୟ ପର୍ଯ୍ୟାୟ ମତଦାନକୁ ନେଇ ବିଜେଡି ନେତା ତଥା ୫ ଟି ଅଧ୍ୟକ୍ଷ ଭି.କେ.ପାଣ୍ଡିଆନଙ୍କ ବଡ଼ ପ୍ରତିକ୍ରିୟା I ପ୍ରଥମ ପର୍ଯ୍ୟାୟ ଅପେକ୍ଷା ୨ୟ ପର୍ଯ୍ୟାୟରେ ଭଲ କରିବ ବିଜେଡି I ମୁଖ୍ୟମନ୍ତ୍ରୀଙ୍କର କଠିନ ପରିଶ୍ରମ ଏବଂ ବିଜେଡି ସରକାରର ପ୍ରତିଶୃତି ପ୍ରତି ଲୋକମାନଙ୍କର ଗଭୀର ଆସ୍ଥା ରହିଛି I ବିଜେଡି ସରକାରର କାମ ଓ ମୁଖ୍ୟମନ୍ତ୍ରୀଙ୍କର ଲୋକପ୍ରିୟତା ଯୋଗୁଁ ନିର୍ବାଚନରେ ଅପାର ସଫଳତା ଲାଭ କରିବ ଦଳ I ତେଣୁ ପ୍ରଥମ ପର୍ଯ୍ୟାୟ ଅପେକ୍ଷା ଦ୍ଵିତୀୟ ନିର୍ବାଚନରେ ବି ସ୍ୱିପ କରିବ ବିଜେଡି I ଖବର ସରବରାହ ସଂସ୍ଥା ଏନଏନଆଇକୁ ସୂଚନା ଦେଇ କହିଛନ୍ତି ଭି.କେ.ପାଣ୍ଡିଆନ I

ସୂଚନାନୁସାରେ,ଆଜି ଦେଶରେ ପଞ୍ଚମ ତଥା ରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ଚାଲିଛି। ରାଜ୍ୟର ୫ଟି ଲୋକସଭା ଆସନ ବରଗଡ଼, ସୁନ୍ଦରଗଡ଼, ବଲାଙ୍ଗିର, କନ୍ଧମାଳ ଓ ଆସ୍କା ଏବଂ ଏହା ଅଧିନସ୍ଥ ୩୫ଟି ବିଧାନସଭା ନିର୍ବାଚନମଣ୍ଡଳୀର ଲୋକ ସେମାନଙ୍କ ନେତା ବାଛୁଛନ୍ତି। ସମସ୍ତ ଅଞ୍ଚଳରେ ଶାନ୍ତି ଶୃଙ୍ଖଳାର ସହ ମତଦାନ ହେଉଥିବା ବେଳେ ପାଗ ଅନୁକୂଳ ଥିବାରୁ ଲୋକଙ୍କ ଲମ୍ବା ଲାଇନ ଲାଗିଛି।

ଆଜି ଦିନ ୧ଟା ସୁଦ୍ଧା ୩୫.୩୧ ପ୍ରତିଶତ ମତଦାନ ହୋଇଛି। ସେଥିମଧ୍ୟରୁ ବରଗଡରେ ୩୭.୧୯ ପ୍ରତିଶତ, ବଲାଙ୍ଗୀରରେ ୩୨.୦୪ ପ୍ରତିଶତ, ବୌଦ୍ଧରେ ୪୦.୬୦ ପ୍ରତିଶତ ମତଦାନ ହୋଇଛି।

ସେହିପରି ଗଞ୍ଜାମରେ ୩୩.୯୮ପ୍ରତିଶତ ମତଦାନ ହୋଇଥିବାବେଳେ ଝାରସୁଗୁଡାରେ ୪୦.୮୨ ପ୍ରତିଶତ, କନ୍ଧମାଳରେ ୩୨.୫୫ପ୍ରତିଶତ, ନୟାଗଡରେ ୩୭.୮୭ ପ୍ରତିଶତ, ସୁବର୍ଣ୍ଣପୁରରେ ୩୫.୦୧ ପ୍ରତିଶତ ମତଦାନ ହୋଇଛି । ଏହା ସହିତ ରାଜଗାଙ୍ଗପୁରରେ ୩୨.୨୦ ପ୍ରତିଶତ, ସୁନ୍ଦରଗଡରେ ୩୬.୦୦ ପ୍ରତିଶତ, ହିଞ୍ଜିଳିକାଟୁରେ ୩୬.୩୭ ପ୍ରତିଶତ, କଣ୍ଟାବାଞ୍ଜିରେ ୨୬.୭୭ ପ୍ରତିଶତ, ଖଲ୍ଲିକୋଟରେ ୩୩.୮୯ ପ୍ରତିଶତ, ମତଦାନ ହୋଇଛି।

ରାଜ୍ୟରେ ପ୍ରଥମ ପର୍ଯ୍ୟାୟରେ କଳାହାଣ୍ଡି, କୋରାପୁଟ, ନବରଙ୍ଗପୁର ଓ ବ୍ରହ୍ମପୁର ସଂସଦୀୟ କ୍ଷେତ୍ର ଏବଂ ଏହା ଅଧୀନ ୨୮ଟି ବିଧାନସଭା କ୍ଷେତ୍ର ପାଇଁ ମତଦାନ ଗତ ସୋମବାର ଶେଷ ହୋଇଥିଲା। ଯେଉଁଥିରେ ୨୮ଟି ବିଧାନସଭା ଆସନରୁ ୨୪ଟି ଆସନରେ ବିଜେଡି ଜିତିବ ବୋଲି କହିଥିଲେ କାର୍ତ୍ତିକ ପାଣ୍ଡିଆନ।

Tags: