୨୦ରେ ବସିବ ବିଜେଡି ବିଧାୟକ ଦଳ ବୈଠକ

ଭୁବନେଶ୍ୱର : ଆସନ୍ତା ଜୁଲାଇ ୨୦ରେ ବସିବ ବିଜେଡି ବିଧାୟକ ଦଳ ବୈଠକ। ୨୦ ତାରିଖ ଅପରାହ୍ନରେ ଶଙ୍ଖ ଭବନରେ ବସିବ ବୈଠକ। ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ। ବୈଠକରେ ଆଗାମୀ ବିଧାନସଭା ପାଇଁ ପ୍ରସ୍ତୁତ ହେବ ରଣନୀତି। ଶୁକ୍ରବାର ସନ୍ଧ୍ୟା ୬ଟାରେ ବିଜେଡି ସାଂସଦଙ୍କ ବୈଠକ ହେବାର ଯୋଜନା ରହିଛି । ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଯେଉଁ ଭଳି ସାଢେ ଚାରି କୋଟି ଓଡ଼ିଶାବାସୀଙ୍କ କାମ କରିଥିଲୁ, ତାହା ଏଥର […]

Samaya Live Picture
Published On

ଭୁବନେଶ୍ୱର : ଆସନ୍ତା ଜୁଲାଇ ୨୦ରେ ବସିବ ବିଜେଡି ବିଧାୟକ ଦଳ ବୈଠକ। ୨୦ ତାରିଖ ଅପରାହ୍ନରେ ଶଙ୍ଖ ଭବନରେ ବସିବ ବୈଠକ। ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ। ବୈଠକରେ ଆଗାମୀ ବିଧାନସଭା ପାଇଁ ପ୍ରସ୍ତୁତ ହେବ ରଣନୀତି।

ଶୁକ୍ରବାର ସନ୍ଧ୍ୟା ୬ଟାରେ ବିଜେଡି ସାଂସଦଙ୍କ ବୈଠକ ହେବାର ଯୋଜନା ରହିଛି । ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଯେଉଁ ଭଳି ସାଢେ ଚାରି କୋଟି ଓଡ଼ିଶାବାସୀଙ୍କ କାମ କରିଥିଲୁ, ତାହା ଏଥର ଵି କରିବାକୁ ସେ ନିର୍ଦେଶ ଦେବେ ବୋଲି ବିଶ୍ୱାସ ରଖିଛନ୍ତି ଦଳୀୟ ନେତା । ତାଙ୍କ ମାର୍ଗଦର୍ଶନରେ ସାଂସଦମାନେ କାମ କରିବେ । ଗତ ସଂସଦରେ ଆମେ କାମ କରିଛୁ । ବିରୋଧୀ ଦଳ ଭାବେ ଆମକୁ ଜନାଦେଶ ମିଳିଛି । ବିଜେଡି ସଭାପତି ଆମକୁ ଜନାଦେଶ ଅନୁସାରେ ଓଡ଼ିଶାବାସୀଙ୍କ ସ୍ୱର ହୋଇ କାମ କରିବାକୁ ନିର୍ଦେଶ ଦେଇଥିଲେ ବୋଲି କହିଛନ୍ତି ରାଜ୍ଯସଭା ସାଂସଦ ସୁଲତା ଦେଓ ।

Tags: