ଉପବାଚସ୍ପତି ପଦ ପାଇଁ ପ୍ରାର୍ଥୀପତ୍ର ଦାଖଲକଲେ ବିଜେଡି ବିଧାୟକ ସାଲୁଗା ପ୍ରଧାନ

ଭୁବନେଶ୍ୱର : ଆସନ୍ତାକାଲି ବିଧାନସଭା ଉପବାଚସ୍ପତି ପାଇଁ ନିର୍ବାଚନ ହେବ । ସକାଳ ୯ଟା ୩୦ରେ ହେବ ଭୋଟ ଗ୍ରହଣ I ଆଜି ଉପବାଚସ୍ପତି ପାଇଁ ନାମାଙ୍କନ ଦାଖଲ ହେବ। ଦିନ ୧୨ଟା ସୁଦ୍ଧା ଦାଖଲ ହୋଇଛି ନାମାଙ୍କନ ପତ୍ର ।ଜି.ଉଦୟଗିରି ବିଜେଡି ବିଧାୟକ ସାଲୁଗା ପ୍ରଧାନ ବିଧାନସଭା ଉପବାଚସ୍ପତି ପଦପାଇଁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି I ସାଲୁଗା ପ୍ରଧାନ ହେଉଛନ୍ତି ଓଡ଼ିଶା ବିଧାନସଭାର ଦୁଇ ଦୁଇ ଥରର ବିଧାୟକ। ବିଜେଡି ଟିକେଟରୁ ସେ ଦୁଇ ଥର […]

Samaya Live Picture
Published On

ଭୁବନେଶ୍ୱର : ଆସନ୍ତାକାଲି ବିଧାନସଭା ଉପବାଚସ୍ପତି ପାଇଁ ନିର୍ବାଚନ ହେବ । ସକାଳ ୯ଟା ୩୦ରେ ହେବ ଭୋଟ ଗ୍ରହଣ I ଆଜି ଉପବାଚସ୍ପତି ପାଇଁ ନାମାଙ୍କନ ଦାଖଲ ହେବ। ଦିନ ୧୨ଟା ସୁଦ୍ଧା ଦାଖଲ ହୋଇଛି ନାମାଙ୍କନ ପତ୍ର ।ଜି.ଉଦୟଗିରି ବିଜେଡି ବିଧାୟକ ସାଲୁଗା ପ୍ରଧାନ ବିଧାନସଭା ଉପବାଚସ୍ପତି ପଦପାଇଁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି I ସାଲୁଗା ପ୍ରଧାନ ହେଉଛନ୍ତି ଓଡ଼ିଶା ବିଧାନସଭାର ଦୁଇ ଦୁଇ ଥରର ବିଧାୟକ। ବିଜେଡି ଟିକେଟରୁ ସେ ଦୁଇ ଥର ବିଧାୟକ ନିର୍ବାଚିତ ହୋଇଛନ୍ତି। ଜି. ଉଦୟଗିରି ବିଧାନସଭା ଆସନରୁ ସେ ପ୍ରଥମେ ୨୦୦୦ ମସିହାରେ ଏବଂ ଏହାପରେ ୨୦୧୯ ମସିହାରେ ନିର୍ବାଚିତ ହୋଇଛନ୍ତି।
ସୂଚନାନୁସାରେ,ଗତ ୮ ତାରିଖରେ ଉପବାଚସ୍ପତି ପଦରୁ ଇସ୍ତଫା ଦେଇଥିଲେ ରଜନୀକାନ୍ତ ସିଂହ। ସେବେଠୁ ଉପବାଚସ୍ପତି ପଦ ଖାଲି ରହିଥିଲା। କାଲି ବିଧାନସଭାର ଶୀତ ଅଧିବେଶନ ଥିବାରୁ କାଲି ସକାଳ ୯ଟାରେ ଉପବାଚସ୍ପତି ନିର୍ବାଚନ ହେବ । ଆସନ୍ତାକାଲି ଆରମ୍ଭ ହେଉଛି ବିଧାନସଭା ଶୀତକାଳୀନ ଅଧିବେଶନ । ତାପୂର୍ବରୁ ନୂଆ ଉପବାଚସ୍ପତି ନିର୍ବାଚିତ ହେବେ ।

Tags: