ନୂଆ ରାଜ୍ୟସଭା ସଦସ୍ୟ ଅଭିନେତା କମଲ ହାସନଙ୍କୁ ଭେଟିଲେ ବିଜେଡି ସଦସ୍ୟ ସୁଲତା ଦେଓ
ନୂଆଦିଲ୍ଲୀ: ପ୍ରଖ୍ୟାତ ଅଭିନେତା କମଲ ହାସନଙ୍କୁ ଆଜି ରାଜ୍ୟସଭା ପରିସରରେ ସାକ୍ଷାତ କରିଛନ୍ତି ବିଜେଡି ରାଜ୍ୟସଭା ସଦସ୍ୟ ସୁଲତା ଦେଓ । ସାକ୍ଷାତ ପରେ ଉଭୟେ ବେଶ ଖୁସି ଥିବା ଜଣାପଡୁଛନ୍ତି । ଏନେଇ ସୁଲତା ନିଜ ସାମାଜିକ ଗଣମାଧ୍ୟମରେ ଏକ ପୋଷ୍ଟ ମଧ୍ୟ କରିଛନ୍ତି। ସେ ଲେଖିଛନ୍ତି ଯେ, କମଲ ହାସନଙ୍କୁ ସ୍ବାଗତ। ପଦ୍ମଶ୍ରୀ, ପଦ୍ମଭୂଷଣ କମଲ ହାସନ ଜଣେ ପ୍ରତିଷ୍ଠିତ କଳାକାର ତଥା ଚଳଚିତ୍ର ବ୍ୟକ୍ତିତ୍ବ । ସେ ତାମିଲ ଏବଂ ହିନ୍ଦି ଚଳଚିତ୍ରରେ […]
ନୂଆଦିଲ୍ଲୀ: ପ୍ରଖ୍ୟାତ ଅଭିନେତା କମଲ ହାସନଙ୍କୁ ଆଜି ରାଜ୍ୟସଭା ପରିସରରେ ସାକ୍ଷାତ କରିଛନ୍ତି ବିଜେଡି ରାଜ୍ୟସଭା ସଦସ୍ୟ ସୁଲତା ଦେଓ । ସାକ୍ଷାତ ପରେ ଉଭୟେ ବେଶ ଖୁସି ଥିବା ଜଣାପଡୁଛନ୍ତି । ଏନେଇ ସୁଲତା ନିଜ ସାମାଜିକ ଗଣମାଧ୍ୟମରେ ଏକ ପୋଷ୍ଟ ମଧ୍ୟ କରିଛନ୍ତି। ସେ ଲେଖିଛନ୍ତି ଯେ, କମଲ ହାସନଙ୍କୁ ସ୍ବାଗତ। ପଦ୍ମଶ୍ରୀ, ପଦ୍ମଭୂଷଣ କମଲ ହାସନ ଜଣେ ପ୍ରତିଷ୍ଠିତ କଳାକାର ତଥା ଚଳଚିତ୍ର ବ୍ୟକ୍ତିତ୍ବ । ସେ ତାମିଲ ଏବଂ ହିନ୍ଦି ଚଳଚିତ୍ରରେ ନିଜର ପରାକାଷ୍ଠା ଦେଖାଇଛନ୍ତି। ତାଙ୍କର ଚଳଚିତ୍ର ଏକ ଦୁଜେ କେଲିଏ ଏବଂ ସଦମ୍ମା ଦେଖିଛି । ତେବେ ଏହି ସାକ୍ଷାତକାରର ଅବସର ଭିନ୍ନ ଥିଲା। ତାହା ହେଲା ଆଜି କମଳ ହାସନ ରାଜ୍ୟସଭା ସଦସ୍ୟ ଭାବେ ଶପଥ ଗ୍ରହଣ କରିଛନ୍ତି। ସେ ତାମିଲନାଡୁରୁ ରାଜ୍ୟସଭାକୁ ମନୋନିତ ହୋଇ ଆସିଛନ୍ତି। ତାଙ୍କୁ ତାମିଲନାଡୁ ସରକାରୀ ଦଳ ଡିଏମକେ ଏବଂ ସହଯୋଗୀ ଦଳ ସମର୍ଥନ କରିଥିଲେ। ଆଜି ସେ ରାଜ୍ୟସଭା ସଦସ୍ୟ ଭାବେ ଶପଥ ଗ୍ରହଣ କରିଥିଲେ। କମଲ ହାସନ ତାମିଲ ଭାଷାରେ ଶପଥ ନେଇଥିଲେ। ରାଜ୍ୟସଭା ପରିସରରେ ତାଙ୍କୁ ଭେଟିବା ପାଇଁ ବିଭିନ୍ନ ଦଳର ରାଜ୍ୟସଭା ସଦସ୍ୟ ମାନେ ଯାଇଥିଲେ ।




