ବିଡି଼ଓ ମାନଙ୍କ ଆର୍ଥିକ କ୍ଷମତା ବୃଦ୍ଧିକୁ ନେଇ ସରକାରଉପରେ ବର୍ଷିଲେ ବିଜେଡି ନେତା
ଭୁବନେଶ୍ୱର : ଗଣତନ୍ତ୍ରକୁ ଯେତେବେଳେ କୁଠାରଘାତ କରାଯାଏ ସେତେବେଳେ ନେପାଳ ଭଳି ସ୍ଥିତି ଉପୁଜେ । ପଞ୍ଚାୟତିରାଜ ବ୍ୟବସ୍ଥାକୁ ସୁଦୃଢ କରିବାକୁ ବିଜେଡ଼ି ସମୟରେ ସର୍ବାଧିକ ପ୍ରଚେଷ୍ଟା ହୋଇଥିଲା। କିନ୍ତୁ ପଞ୍ଚାୟତିରାଜ ବ୍ୟବସ୍ଥାକୁ ସଙ୍କୁଚିତ କରୁଛନ୍ତି ବିଜେପି ସରକାର । ବିଜେପି ସରକାର ନିଜକୁ ସରକାରୀ ଅଧିକାରୀଙ୍କ ପାଖେ ସମର୍ପି ଦେଇଛନ୍ତି। ଅଥରିଟି ଏବଂ ଅଫିସରଙ୍କ ଭିତରେ ପାର୍ଥକ୍ୟ ଜାଣିପାରୁ ନାହାନ୍ତି। ବ୍ଲକ୍ ସ୍ତରର ଅନେକ ଛୋଟ ନିଷ୍ପତ୍ତି ବିଡିଓଙ୍କୁ ଦେଇ ଦେଇଥିଲେ। ଯେହେତୁ ବ୍ଲକ୍ ଅଧ୍ୟକ୍ଷ […]
ଭୁବନେଶ୍ୱର : ଗଣତନ୍ତ୍ରକୁ ଯେତେବେଳେ କୁଠାରଘାତ କରାଯାଏ ସେତେବେଳେ ନେପାଳ ଭଳି ସ୍ଥିତି ଉପୁଜେ । ପଞ୍ଚାୟତିରାଜ ବ୍ୟବସ୍ଥାକୁ ସୁଦୃଢ କରିବାକୁ ବିଜେଡ଼ି ସମୟରେ ସର୍ବାଧିକ ପ୍ରଚେଷ୍ଟା ହୋଇଥିଲା। କିନ୍ତୁ ପଞ୍ଚାୟତିରାଜ ବ୍ୟବସ୍ଥାକୁ ସଙ୍କୁଚିତ କରୁଛନ୍ତି ବିଜେପି ସରକାର ।
ବିଜେପି ସରକାର ନିଜକୁ ସରକାରୀ ଅଧିକାରୀଙ୍କ ପାଖେ ସମର୍ପି ଦେଇଛନ୍ତି। ଅଥରିଟି ଏବଂ ଅଫିସରଙ୍କ ଭିତରେ ପାର୍ଥକ୍ୟ ଜାଣିପାରୁ ନାହାନ୍ତି। ବ୍ଲକ୍ ସ୍ତରର ଅନେକ ଛୋଟ ନିଷ୍ପତ୍ତି ବିଡିଓଙ୍କୁ ଦେଇ ଦେଇଥିଲେ। ଯେହେତୁ ବ୍ଲକ୍ ଅଧ୍ୟକ୍ଷ ଅଧିକାଂଶ ସ୍ଥାନରେ ବିଜେଡିର ଅଛନ୍ତି ସେଥିପାଇଁ ବିଜେଡି ସରକାର ଭୟଭୀତ। ବିଡିଓଙ୍କୁ କ୍ଷମତା ବୃଦ୍ଧି କରି ୨ ଲକ୍ଷ ରୁ ୧୦ ଲକ୍ଷ ଟଙ୍କା ଯାଏ କାମକୁ ଅନୁମୋଦନ କରୁଛନ୍ତି।
ସରକାରରେ ଅଫିସରରାଜ ଆରମ୍ଭ ହୋଇଗଲାଣି। ନିଜ ରାଜନୈତିକ ଇଚ୍ଛାଶକ୍ତିକୁ ପୂରଣ ପାଇଁ ସରକାର ବିଡିଓଙ୍କୁ ଅଧିକ କ୍ଷମତା ଦେଇଛନ୍ତି। ଏହା ତ୍ରିସ୍ତରୀୟ ପଞ୍ଚାୟତରାଜର ବିରୋଧୀ ।
ସରକାରୀ ବାବୁମାନଙ୍କୁ ରାଜନୈତିକ ଅସ୍ତ୍ର କରିବାକୁ ବିଜେପି ସରକାରର ଏ ନିଷ୍ପତ୍ତି। ସରକାର ଏ ଆଦେଶକୁ ଯଦି ପ୍ରତ୍ୟାହାର ନକରନ୍ତି ତାହାଲେ ବିଜେଡ଼ି ଏହାକୁ ବିରୋଧ କରିବ। ୩୦ ଜିଲ୍ଲାର ସବୁ ବ୍ଲକରେ ଆନ୍ଦୋଳନ କରାଯିବ ବୋଲି ବିଜେଡି ବିଧାୟକ ଅରୁଣ ସାହୁ ଏବଂ ବରିଷ୍ଠ ବିଜେଡି ନେତା ପ୍ରତାପ ଜେନା କହିଛନ୍ତି।
ସୂଚନାନୁସାରେ,ବୁଧୁବାର ଦିନ ଅନୁଷ୍ଠିତ ହୋଇଥିବା ରାଜ୍ୟ କ୍ୟାବିନେଟ ବୈଠକରେ ବିଡ଼ିଓ ମାନଙ୍କର କ୍ଷମତା ବୃଦ୍ଧି କରାଯାଇଛି । କ୍ୟାବିନେଟ୍ ବୈଠକ ପରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ବିଡ଼ିଓ ମାନଙ୍କର ଆର୍ଥିକ କ୍ଷମତା ବୃଦ୍ଧି କରାଯାଇଛି । ଗ୍ରାମ ପଞ୍ଚାୟତ ସମିତିସ୍ତରରେ ବୃଦ୍ଧି ପାଇଥିବା ପାଣ୍ଠିର ପ୍ରବାହ ଓ ବିକାଶମୂଳକ କାର୍ଯ୍ୟର ପରିମାଣକୁ ଦୃଷ୍ଟିରେ ରଖି ଓଡ଼ିଶା ପଞ୍ଚାୟତ ସମିତି ହିସାବ ପ୍ରଣାଳୀ ନିୟମାବଳୀ-୨୦୦୨ ଅଧୀନରେ ନିର୍ଦ୍ଧାରିତ ବୈଷୟିକ ମଞ୍ଜୁରୀ ଓ ପ୍ରଶାସନିକ ଅନୁମୋଦନ କ୍ଷମତାକୁ ବୃଦ୍ଧି କରାଯାଇଛି। ଏଣିକି ଗୋଷ୍ଠୀ ଉନ୍ନୟନ ଅଧିକାରୀ(ବିଡିଓ)ମାନଙ୍କର ପଞ୍ଚାୟତସମିତି କାର୍ଯ୍ୟର ବିଲ୍ ପାସ୍ କରିବା ପାଇଁ ଆର୍ଥିକ କ୍ଷମତା ୧୦ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି।
ସେହିପରି କନିଷ୍ଠ ତଥା ସହକାରୀ ଯନ୍ତ୍ରୀ ମାନଙ୍କ ଆର୍ଥିକ କ୍ଷମତା ୫ ଲକ୍ଷ,ସହକାରୀ ନିର୍ବାହୀ ଯନ୍ତ୍ରୀମାନଙ୍କୁ ୫ ଲକ୍ଷରୁ ୨୦ ଲକ୍ଷ , ନିର୍ବାହୀ ଯନ୍ତ୍ରୀଙ୍କ ୨୦ ଲକ୍ଷରୁ ୧ କୋଟି, ଅଧୀକ୍ଷଣ ଯନ୍ତ୍ରୀ ୧ କୋଟିରୁ ୪ କୋଟି ଏବଂ ୪ କୋଟିରୁ ଅଧିକ ପ୍ରକଳ୍ପ ମୁଖ୍ୟ ଯନ୍ତ୍ରୀଙ୍କ କ୍ଷମତା ବୃଦ୍ଧିକରଯାଇଛି ।




