ରାଜନୀତିରୁ ସନ୍ନ୍ୟାସ ନେଲେ ବିଜେଡି ନେତା ରଘୁନନ୍ଦନ ଦାସ

ଜଗତସିଂପୁର : ରାଜନୀତିରୁ ବିଦାୟ ନେଲେ ରଘୁନନ୍ଦନ । ଜଗତସିଂହପୁର ଜିଲା ବାଲିକୁଦା ଏବଂ ଏରସମାର ବରିଷ୍ଠ ବିଜେଡି ନେତା ତଥା ପୂର୍ବତନ ମନ୍ତ୍ରୀ ରଘୁ ନନ୍ଦନ ଦାସ ରାଜନୀତିରୁ ଅବସର ନେଇଥିବା ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି। ସୋମବାର ନବୀନ ନିବାସକୁ ଆସିବା ନେଇ ରଘୁ ନନ୍ଦନ ନିଜ ପ୍ରତିକ୍ରିୟାରେ କହିଛନ୍ତି ବ୍ୟକ୍ତିଗତ କାରଣରୁ ନବୀନ ନିବାସ ଆସିଥିଲି I ବର୍ତ୍ତମାନ ସ୍ବାସ୍ଥ୍ୟଗତ କାରଣରୁ ରାଜନୀତିରେ ସକ୍ରିୟ ନାହିଁ। ଧରି ନିଅନ୍ତୁ ମୁଁ ରାଜନୀତିରୁ ଅବସର […]

ରାଜନୀତିରୁ ସନ୍ନ୍ୟାସ ନେଲେ ବିଜେଡି ନେତା ରଘୁନନ୍ଦନ ଦାସ
Samaya Live Picture
Published On

ଜଗତସିଂପୁର : ରାଜନୀତିରୁ ବିଦାୟ ନେଲେ ରଘୁନନ୍ଦନ । ଜଗତସିଂହପୁର ଜିଲା ବାଲିକୁଦା ଏବଂ ଏରସମାର ବରିଷ୍ଠ ବିଜେଡି ନେତା ତଥା ପୂର୍ବତନ ମନ୍ତ୍ରୀ ରଘୁ ନନ୍ଦନ ଦାସ ରାଜନୀତିରୁ ଅବସର ନେଇଥିବା ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି।

ସୋମବାର ନବୀନ ନିବାସକୁ ଆସିବା ନେଇ ରଘୁ ନନ୍ଦନ ନିଜ ପ୍ରତିକ୍ରିୟାରେ କହିଛନ୍ତି ବ୍ୟକ୍ତିଗତ କାରଣରୁ ନବୀନ ନିବାସ ଆସିଥିଲି I ବର୍ତ୍ତମାନ ସ୍ବାସ୍ଥ୍ୟଗତ କାରଣରୁ ରାଜନୀତିରେ ସକ୍ରିୟ ନାହିଁ। ଧରି ନିଅନ୍ତୁ ମୁଁ ରାଜନୀତିରୁ ଅବସର ନେଇଗଲି। ବିଜେଡି ପ୍ରତି ମୋର ଆନୁଗତ୍ୟ ରହିବ ବୋଲି ସେ କହିଛନ୍ତି। ତେବେ ଟିକେଟ ମିଳିଲାନି ବୋଲି ଅସନ୍ତୋଷ ନାହିଁ। ଅସନ୍ତୋଷ ଥିଲେ ବିଦ୍ରୋହ କରିଥାନ୍ତି, ବିଜେଡି ହାରିଥାନ୍ତା ବୋଲି ସେ କହିଛନ୍ତି।

ସୂଚନାନୁସାରେ , ୨୦୧୯ରେ ବାଲିକୁଦା-ଏରସମା ନିର୍ବାଚନମଣ୍ଡଳୀରୁ ବିଧାୟକ ରହିଥିବା ରଘୁନନ୍ଦନ ଦାସଙ୍କୁ ୨୦୨୪ ନିର୍ବାଚନରେ ବିଜେଡି ଟିକେଟ୍ ଦେଇନଥିଲା । ରଘୁନନ୍ଦନ ଦାସଙ୍କୁ ହଟାଇ ତାଙ୍କ ସ୍ଥାନରେ ନୂଆ ଚେହେରା ସାରଦା ପ୍ରସନ୍ନ ଜେନାଙ୍କୁ ଟିକେଟ୍ ଦେଇଥିଲା ଦଳ । ଦଳର ଏପରି ନିଷ୍ପତ୍ତି ପରେ କ୍ଷୋଭ ପ୍ରକାଶ କରିଥିଲେ ରଘୁନନ୍ଦନ । ସେତେବେଳେ ରଘୁନନ୍ଦନ କହିଥିଲେ, ତାଙ୍କ ବିରୋଧରେ କିଛି ଅଣରାଜନୈତିକ ବ୍ୟକ୍ତି ଚକ୍ରାନ୍ତ କରିଛନ୍ତି ।

Tags: