ତାରାଙ୍କ ସପକ୍ଷରେ ବାହାରି ବାଚସ୍ପତିଙ୍କୁ ଭେଟିଲେ ବିଜେଡି ନେତା
ଭୁବନେଶ୍ୱର: କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ସପକ୍ଷରେ ବାହାରିଲେ ବିଜେଡି ବିଧାୟକ । ଗତକାଲିର ଘଟଣାକୁ ନେଇ ତାରାଙ୍କ ନିଲମ୍ୱନକୁ ଜୋରଦାର ବିରୋଧ କରିଛି ବିଜେଡି । ଏନେଇ ଆଜି ତାରାଙ୍କ ସମର୍ଥନରେ ବାଚସ୍ପତି ସୁରମା ପାଢ଼ୀଙ୍କୁ ଭେଟିବାକୁ ଯାଇଛନ୍ତି ବିଜେଡି ନେତା । ବିରୋଧୀଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ନେତୃତ୍ୱରେ ବିଜେଡି ବିଧାୟକମାନେ ବାଚସ୍ପତିଙ୍କୁ ଭେଟିବା ସହ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ନିଲମ୍ବନ ପ୍ରତ୍ୟାହାର ଦାବି କରିଛନ୍ତି। ବିରୋଧୀଦଳ ଉପନେତା ପ୍ରସନ୍ନ […]
ଭୁବନେଶ୍ୱର: କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ସପକ୍ଷରେ ବାହାରିଲେ ବିଜେଡି ବିଧାୟକ । ଗତକାଲିର ଘଟଣାକୁ ନେଇ ତାରାଙ୍କ ନିଲମ୍ୱନକୁ ଜୋରଦାର ବିରୋଧ କରିଛି ବିଜେଡି । ଏନେଇ ଆଜି ତାରାଙ୍କ ସମର୍ଥନରେ ବାଚସ୍ପତି ସୁରମା ପାଢ଼ୀଙ୍କୁ ଭେଟିବାକୁ ଯାଇଛନ୍ତି ବିଜେଡି ନେତା । ବିରୋଧୀଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ନେତୃତ୍ୱରେ ବିଜେଡି ବିଧାୟକମାନେ ବାଚସ୍ପତିଙ୍କୁ ଭେଟିବା ସହ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ନିଲମ୍ବନ ପ୍ରତ୍ୟାହାର ଦାବି କରିଛନ୍ତି।
ବିରୋଧୀଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି ଯେ ବିଜେଡି ପକ୍ଷରୁ ବାଚସ୍ପତି ସୁରମା ପାଢ଼ୀଙ୍କୁ ସାକ୍ଷାତ କରି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ଉପରେ ଲାଗୁ ହୋଇଥିବା ନିଲମ୍ବନ ନିଷ୍ପତ୍ତିକୁ ପୁନଃବିଚାର ପାଇଁ ଦାବି କରାଯାଇଛି। ଏହାସହିତ ତାରା ପ୍ରସାଦ ବାହିନୀପତିଙ୍କ ଉପରେ ଲାଗୁ ହୋଇଥିବା ନିଳମ୍ବନକୁ ପ୍ରତ୍ୟାହାର ପାଇଁ ସେମାନେ ଦାବି କରିଛନ୍ତି। ବିରୋଧୀଦଳ ଉପନେତା ପ୍ରସନ୍ନ ଆଚାର୍ଯଙ୍କ ସହିତ ପ୍ରତାପ ଦେବ ଏବଂ ଅରୁଣ ସାହୁ ବାଚସ୍ପତିଙ୍କୁ ଭେଟି ତାରାଙ୍କ ନିଲମ୍ବନ ପ୍ରତ୍ୟାହାର ପାଇଁ ଦାବି କରିଥିବା ସୂଚନା ମିଳିଛି।
ସୂଚନାନୁସାରେ,ଗତକାଲି ପ୍ରଶ୍ନକାଳ ସମୟରେ ଗୃହରେ ବିଶୃଙ୍ଖଳିତ ଆଚରଣ ପାଇଁ କଂଗ୍ରେସ ନେତା ତାରା ବାହିନୀପତିଙ୍କୁ ସସପେଣ୍ଡ କରିଛନ୍ତି ବାଚସ୍ପତି ସୁରମା ପାଢୀ। ମଙ୍ଗଳବାର ଗୃହରେ ଜୟନାରାୟଣ ମିଶ୍ର ଓ ତାରା ବାହିନୀପତି ହାତାହାତି ହୋଇଛନ୍ତି। ବିଧାନସଭା ପ୍ରଶ୍ନୋତ୍ତର ଚାଲିଥିବା ବେଳେ ଦୁଇ ବିଧାୟକ ହାତାହାତି ହୋଇଛନ୍ତି। ଏନେଇ ତାରାଙ୍କୁ ୭ ଦିନ ପାଇଁ ଗୃହରୁ ସସ୍ପେଣ୍ଡ କରାଯାଇଥିଲା । ଯେବେ ଯାଏଁ ତାଙ୍କ ଉପରୁ ନିଲମ୍ୱନ ନଉଠିବ ସେ ବିଧାନସଭାରେ ପ୍ରବେଶ କରିପାରିବେ ନାହିଁ ବୋଲି ବାଚସ୍ପତି କହିଥିଲେ।




