ବିଜେପି ସରକାରଙ୍କ ବର୍ଷ ପୂର୍ତ୍ତି ଉତ୍ସବକୁ ନେଇ ଆନ୍ଦୋଳନକୁ ଓହ୍ଲାଇଲା ବିଜେଡି
ଭୁବନେଶ୍ୱର : ବିଜେପି ସରକାର ବର୍ଷ ପୂର୍ତ୍ତି ନେଇ ଉତ୍ସବକୁ ନେଇ କାଉଣ୍ଟର କଲା ବିଜେଡି । ଏକ ବର୍ଷ ପୂର୍ତ୍ତିର ଅପାରଗତା ବିରୋଧରେ ବିଜେଡି ପ୍ରତିବାଦ କରିଛି । ବିଭିନ୍ନ ସମସ୍ୟାକୁ ନେଇ ରାଜଧାନୀ ରାଜରାସ୍ତାରେ ବିଜେଡି ପ୍ରତିବାଦ କରିଛି । ଦରଦାମ ବୃଦ୍ଧି, ନାରୀ ନିର୍ଯାତନା ଭଳି ସମସ୍ୟାକୁ ନେଇ ଆନ୍ଦୋଳନ ଓହ୍ଲାଇଛି ବିଜେଡି । ଦଳର ବରିଷ୍ଠ ନେତାମାନେ ହାତରେ ପ୍ଲାକାର୍ଡ ଧରି ମାଷ୍ଟରକ୍ୟାଣ୍ଟିନରେ ବିକ୍ଷୋଭ କରି ଲୋୟର ପିଏମଜି ଛକ ଆଡକୁ […]
ଭୁବନେଶ୍ୱର : ବିଜେପି ସରକାର ବର୍ଷ ପୂର୍ତ୍ତି ନେଇ ଉତ୍ସବକୁ ନେଇ କାଉଣ୍ଟର କଲା ବିଜେଡି । ଏକ ବର୍ଷ ପୂର୍ତ୍ତିର ଅପାରଗତା ବିରୋଧରେ ବିଜେଡି ପ୍ରତିବାଦ କରିଛି । ବିଭିନ୍ନ ସମସ୍ୟାକୁ ନେଇ ରାଜଧାନୀ ରାଜରାସ୍ତାରେ ବିଜେଡି ପ୍ରତିବାଦ କରିଛି । ଦରଦାମ ବୃଦ୍ଧି, ନାରୀ ନିର୍ଯାତନା ଭଳି ସମସ୍ୟାକୁ ନେଇ ଆନ୍ଦୋଳନ ଓହ୍ଲାଇଛି ବିଜେଡି । ଦଳର ବରିଷ୍ଠ ନେତାମାନେ ହାତରେ ପ୍ଲାକାର୍ଡ ଧରି ମାଷ୍ଟରକ୍ୟାଣ୍ଟିନରେ ବିକ୍ଷୋଭ କରି ଲୋୟର ପିଏମଜି ଛକ ଆଡକୁ ଯାଇଥିଲେ । ପ୍ଲାକାର୍ଡରେ ମହାନଦୀ ପାଣି ଶୁଖି ଯାଇଛି, ଯବୁପୀଢିଙ୍କ ଭବିଷ୍ୟତ ଅନ୍ଧାର, ରଙ୍ଗ ମାରିବା ସରକାର, ନାଁ ବଦଳାଇବା, ଆନ୍ଧ୍ର ଓ ବିହାରକୁ ଅନୁକମ୍ପା ମିଳିବା, ଧାନରେ କଟନି ଛଟନୀ ଆଦି ପ୍ରସଙ୍ଗକୁ ନେଇ ସରକାରଙ୍କୁ ଟାର୍ଗେଟ କରିଛି ବିଜୁ ଜନତା ଦଳ । ଆନ୍ଦୋଳନ ସମୟରେ ସୁରକ୍ଷାକର୍ମୀ ଓ ବିଜେଡି ନେତା ଠେଲାପେଲା ହୋଇଛନ୍ତି । ଧାରଣାସ୍ଥଳରୁ ବିଜେଡି ନେତାଙ୍କୁ ଉଠାଇନେଇଛି ପୁଲିସ ।




