ଭୁବନେଶ୍ୱର ଉତ୍ତରରୁ ବିଜେଡି ବିଜୟୀ
ଭୁବନେଶ୍ୱର : ଭୁବନେଶ୍ୱର ବିଧାନସଭା ଆସନରୁ ବିଜେଡ଼ିକୁ ମିଳିଛି ୨ୟ ବିଜୟ I ଭୁବନେଶ୍ୱର ମଧ୍ୟ ଆସନ ପରେ ଉତ୍ତର ଆସନରୁ ବିଜେଡି ବିଧାୟକ ପ୍ରାର୍ଥୀ ସୁଶାନ୍ତ ରାଉତ ବିଜୟୀ ହେଇଛନ୍ତି । ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେପି ପ୍ରାର୍ଥୀ ପ୍ରିୟଦର୍ଶୀ ମିଶ୍ରଙ୍କୁ ୧୨ ହଜାରରୁ ଅଧିକ ଭୋଟରରେ ହରାଇଛନ୍ତି ସୁଶାନ୍ତ ରାଉତ । ତେବେ ଚଳିତ ଥର ଭୁବନେଶ୍ୱର ଉତ୍ତର ଆସନରେ ରାଜନୀତି ଜୋର ଧରିଥିଲା । ସୁଶାନ୍ତ ରାଉତଙ୍କୁ ଟିକେଟ୍ ମିଳିବା ଖବର ଭିତରେ […]
ଭୁବନେଶ୍ୱର : ଭୁବନେଶ୍ୱର ବିଧାନସଭା ଆସନରୁ ବିଜେଡ଼ିକୁ ମିଳିଛି ୨ୟ ବିଜୟ I ଭୁବନେଶ୍ୱର ମଧ୍ୟ ଆସନ ପରେ ଉତ୍ତର ଆସନରୁ ବିଜେଡି ବିଧାୟକ ପ୍ରାର୍ଥୀ ସୁଶାନ୍ତ ରାଉତ ବିଜୟୀ ହେଇଛନ୍ତି । ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେପି ପ୍ରାର୍ଥୀ ପ୍ରିୟଦର୍ଶୀ ମିଶ୍ରଙ୍କୁ ୧୨ ହଜାରରୁ ଅଧିକ ଭୋଟରରେ ହରାଇଛନ୍ତି ସୁଶାନ୍ତ ରାଉତ । ତେବେ ଚଳିତ ଥର ଭୁବନେଶ୍ୱର ଉତ୍ତର ଆସନରେ ରାଜନୀତି ଜୋର ଧରିଥିଲା । ସୁଶାନ୍ତ ରାଉତଙ୍କୁ ଟିକେଟ୍ ମିଳିବା ଖବର ଭିତରେ ଦଳ ଛାଡି ବିଜେପିରେ ମିଶିଥିଲେ ପ୍ରିୟଦର୍ଶୀ ମିଶ୍ର । ଏହାପରେ ଦଳ ତାଙ୍କୁ ଉତ୍ତର ଆସନରୁ ପ୍ରାର୍ଥୀ କରିଥିଲା । ଆଉ ଏବେ କଡା ଟକ୍କର ଦେଇଥିଲେ ବି ପ୍ରିୟଦର୍ଶୀ ମିଶ୍ର ଏହି ଆସନରୁ ପରାଜିତ ହେଇଛନ୍ତି । ସୂଚନାଯୋଗ୍ୟ ଯେ, ଭୁବନେଶ୍ୱର ଉତ୍ତର ଆସନ ବିଜେଡି ଗଡ ଭାବେ ରହିଆସିଛି । ପୂର୍ବରୁ ଏହି ଆସନରୁ ବିଧାୟକ ରହିଥିଲେ ପ୍ରିୟଦର୍ଶୀ ମିଶ୍ର । ହେଲେ ୨୦୧୯ରେ ତାଙ୍କ ଟିକେଟ୍ କାଟି ସୁଶାନ୍ତ ରାଉତଙ୍କୁ ଦଳ ଟିକେଟ୍ ଦେଇଥିଲା । ଆଉ ୨୦୨୪ରେ ମଧ୍ୟ ସୁଶାନ୍ତ ରାଉତଙ୍କ ଉପରେ ଭରସା କରିଥିଲା ଦଳ । ଆଉ ଦଳର ଭରସା କାଏମ୍ ରଖିବା ସହ ବିଜୟୀ ହେଇଛନ୍ତି ସୁଶାନ୍ତ ରାଉତ ।
ଆନ୍ୟପଟେ ଭୁବନେଶ୍ୱର ମଧ୍ୟ ଆସନରୁ କଡା ଟକ୍କର ମଧ୍ୟରେ ବିଜେଡି ବିଧାୟକ ପ୍ରାର୍ଥୀ ଅନନ୍ତ ନାରାୟଣ ଜେନା ବିଜେପି ବିଧାୟକ ପ୍ରାର୍ଥୀ ଜଗନ୍ନାଥ ପ୍ରଧାନଙ୍କ ଠାରୁ ମାତ୍ର ୧୨୨ ଭୋଟରେ ବିଜୟୀ ହୋଇଛନ୍ତି I




