ପ୍ରେସମିଟ କରି ଉତ୍ତର ରଖିଲା ବିଜେଡି

ଭୁବନେଶ୍ୱର : ଗତକାଲି ରାତିରେ ପାଣ୍ଡିଆନଙ୍କ ଦିଲ୍ଲୀ ପଳାୟନ ନେଇ ଖବର ପ୍ରସାରିତ ହୋଇଥିଲା I ଏ ସମ୍ପର୍କିତ ବହୁମାତ୍ରାରେ ଫୋଟ ଏବଂ ଭିଡିଓ ସୋସିଆଲ ମିଡିଆରେ ଘୁରି ବୁଲୁଥିବାର ଦେଖାଯାଇଥିଲା I ଏପରି ଚର୍ଚ୍ଚାକୁ ନେଇ ବିଜେଡି ଏହାର ସ୍ପଷ୍ଟୀକରଣ ରଖିଛି। ସାମ୍ବାଦିକ ସମ୍ମିଳନୀ କରି ବିଜେଡି ମୁଖପାତ୍ର ସସ୍ମିତ ପାତ୍ର ସୂଚନା ଦେଇ କହିଛନ୍ତି ନବୀନଙ୍କ ନିର୍ଦ୍ଦେଶରେ ପାଣ୍ଡିଆନ୍‌ ଦିଲ୍ଲୀ ଗସ୍ତ କରିଛନ୍ତି । ମାତ୍ର ଦଳର ବିପର୍ଯ୍ୟୟ ପରେ କାହିଁକି ନବୀନଙ୍କ ସହ […]

Samaya Live Picture
Published On

ଭୁବନେଶ୍ୱର : ଗତକାଲି ରାତିରେ ପାଣ୍ଡିଆନଙ୍କ ଦିଲ୍ଲୀ ପଳାୟନ ନେଇ ଖବର ପ୍ରସାରିତ ହୋଇଥିଲା I ଏ ସମ୍ପର୍କିତ ବହୁମାତ୍ରାରେ ଫୋଟ ଏବଂ ଭିଡିଓ ସୋସିଆଲ ମିଡିଆରେ ଘୁରି ବୁଲୁଥିବାର ଦେଖାଯାଇଥିଲା I ଏପରି ଚର୍ଚ୍ଚାକୁ ନେଇ

ବିଜେଡି ଏହାର ସ୍ପଷ୍ଟୀକରଣ ରଖିଛି। ସାମ୍ବାଦିକ ସମ୍ମିଳନୀ କରି ବିଜେଡି ମୁଖପାତ୍ର ସସ୍ମିତ ପାତ୍ର ସୂଚନା ଦେଇ କହିଛନ୍ତି ନବୀନଙ୍କ ନିର୍ଦ୍ଦେଶରେ ପାଣ୍ଡିଆନ୍‌ ଦିଲ୍ଲୀ ଗସ୍ତ କରିଛନ୍ତି । ମାତ୍ର ଦଳର ବିପର୍ଯ୍ୟୟ ପରେ କାହିଁକି ନବୀନଙ୍କ ସହ ନାହାନ୍ତି ପାଣ୍ଡିଆନ୍‌ ପ୍ରଶ୍ନର ଉତ୍ତରରେ ସସ୍ମିତ କିଛି କହିନଥିଲେ। କେବଳ ବିବୃତ୍ତି ପଢ଼ି ଉଠି ପଳାଇଯାଇଥିଲେ।

ଏହା ପୂର୍ବରୁ ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ(ବବି) କହିଥିଲେ, ନବୀନ ବାବୁଙ୍କ ନିର୍ଦ୍ଦେଶରେ ଦଳ କାମ କରେ। ନବୀନ ବାବୁଙ୍କ ଛଡ଼ା ଦଳରେ ଆଉ କେହି ଲିଡ୍‌ କରିନାହାନ୍ତି। ଦଳରେ ନବୀନ ବାବୁ ସର୍ବୋଚ୍ଚ ନେତା ଥିଲେ, ସବୁ ବେଳେ ରହିବେ। ନବୀନଙ୍କ ଇଛା କାହାକୁ କେତେବେଳେ ରଖିବେ, କାହାକୁ ନ ରଖିବେ। ସେଇଟା ସେ ନିଷ୍ପତ୍ତି ନେବେ।

ସୂଚନାନୁସାରେ,ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଗତକାଲି ପରାଜିତ ବିଧାୟକ ଓ ସାଂସଦ ପ୍ରାର୍ଥୀମାନଙ୍କୁ ଡାକି ସାଂଗଠନିକ ପ୍ରସଙ୍ଗରେ ଆଲୋଚନା କରିଛନ୍ତି । ଏହି ବୈଠକ ପରେ ସାମ୍ବାଦିକମାନଙ୍କୁ ପ୍ରତିକ୍ରିୟା ଦେଇ ଦଳର ସଂଗଠନ ସମ୍ପାଦକ ଶ୍ରୀ ଦାସ କହିଛନ୍ତି ଯେ, ପରାଜୟର କାରଣ ଖୋଜିବା ପାଇଁ ମୁଖ୍ୟମନ୍ତ୍ରୀ ଏକ କମିଟି ଗଠନ କରିଛନ୍ତି । ସେ ନେଇ ସମୀକ୍ଷା ହେବ ।

Tags: