୩୮ ଜଣ ସଦସ୍ୟଙ୍କୁ ନେଇ ବିଜେଡି ଗଠନ କଲା ନିର୍ବାଚନ ଇସ୍ତାହାର କମିଟି

ଭୁବନେଶ୍ୱର : ଆସନ୍ତା ୧୯ ତାରିଖରୁ ଦେଶରେ ୭ଟି ପର୍ଯ୍ୟାୟରେ ନିର୍ବାଚନ ଆରମ୍ଭ ହେବାକୁ ଯାଉଛି । ଓଡ଼ିଶାରେ ମେ ୧୩ରୁ ୪ଟି ପର୍ଯ୍ୟାୟରେ ମତଦାନ ଆରମ୍ଭ ହେବାକୁ ଯାଉଛି । ଏହା ପୂର୍ବରୁ ବିଜେଡି ୩୮ ଜଣ ସଦସ୍ୟଙ୍କୁ ନେଇ ଗଠନ କଲା ନିର୍ବାଚନ ଇସ୍ତାହାର କମିଟି I ଗତ ମାସ ୩୦ ତାରିଖରେ ବିଜେପି ଲୋକସଭା ନିର୍ବାଚନ ପାଇଁ ଇସ୍ତାହାର କମିଟି ଗଠନ କରିଥିବା ବେଳେ ଏବେ ବିଜେଡି ମଧ୍ୟ ତା’ର ଇସ୍ତାହାର କମିଟି […]

Samaya Live Picture
Published On

ଭୁବନେଶ୍ୱର : ଆସନ୍ତା ୧୯ ତାରିଖରୁ ଦେଶରେ ୭ଟି ପର୍ଯ୍ୟାୟରେ ନିର୍ବାଚନ ଆରମ୍ଭ ହେବାକୁ ଯାଉଛି । ଓଡ଼ିଶାରେ ମେ ୧୩ରୁ ୪ଟି ପର୍ଯ୍ୟାୟରେ ମତଦାନ ଆରମ୍ଭ ହେବାକୁ ଯାଉଛି । ଏହା ପୂର୍ବରୁ ବିଜେଡି ୩୮ ଜଣ ସଦସ୍ୟଙ୍କୁ ନେଇ ଗଠନ କଲା ନିର୍ବାଚନ ଇସ୍ତାହାର କମିଟି I ଗତ ମାସ ୩୦ ତାରିଖରେ ବିଜେପି ଲୋକସଭା ନିର୍ବାଚନ ପାଇଁ ଇସ୍ତାହାର କମିଟି ଗଠନ କରିଥିବା ବେଳେ ଏବେ ବିଜେଡି ମଧ୍ୟ ତା’ର ଇସ୍ତାହାର କମିଟି ଗଠନ କରିଛି ।

ବିଜେଡି ଗଠନ କରିଥିବା ଇସ୍ତାହାର କମିଟିରେ ମୋଟ ୩୮ ଜଣ ସଦସ୍ୟଙ୍କୁ ସ୍ଥାନ ମିଳିଛି । ଏହି କମିଟିରେ ଚନ୍ଦ୍ରଶେଖର ସାହୁ ଅଧ୍ୟକ୍ଷ ଅଛନ୍ତି । ଅମର ପଟ୍ଟନାୟକ ଆବାହକ ରହିଥିବା ବେଳେ ସସ୍ମିତ ପାତ୍ର ସହ-ଆବାହକ ରହିଛନ୍ତି । କମିଟିରେ ୩ ପ୍ରବାସୀ ଓଡ଼ିଆଙ୍କୁ ସ୍ଥାନ ମିଳିଛି । ଦେବୀ ପ୍ରସାଦ ମିଶ୍ର, ପ୍ରତାପ ଦେବ, ସୁଦାମ ମାର୍ଣ୍ଡିଂ, ମଙ୍ଗଳା କିଷାନ, ପଦ୍ମନାଭ ବେହେରା ଓ କସ୍ତୁରୀ ମହାପାତ୍ର ଉପାଧ୍ୟକ୍ଷ ରହିଛନ୍ତି । ଇସ୍ତାହାରରେ ନବୀନ ଓଡ଼ିଶା ସଶକ୍ତ ଓଡ଼ିଶା ଗଠନକୁ ପ୍ରାଥମିକତା ଦିଆଯାଇଛି।

ସମସ୍ୟମାନଙ୍କ ନାମ ଜାଣନ୍ତୁ:-
ଅତନୁ ସବ୍ୟସାଚୀ ନାୟକ, ଡ. ଅଚ୍ୟୁତ ସାମନ୍ତ, ଡ. ଅରୁଣ କୁମାର ସାହୁ, ସଂତୃପ୍ତ ମିଶ୍ର, ସଞ୍ଜୟ କୁମାର ଦାସବର୍ମା, ସ୍ନେହାଙ୍ଗିନୀ ଛୁରିଆ, ସୁଶାନ୍ତ ସିଂହ, ଦିବ୍ୟଶଙ୍କର ମିଶ୍ର, ଶ୍ରୀମୟୀ ମିଶ୍ର, ଚିନ୍ମୟ ସାହୁ, ଚିରଞ୍ଜୀବ ବିଶ୍ୱାଳ, ସୁବାସ ସିଂହ, ବ୍ୟୋମକେଶ ରାୟ, ଦେବୀ ରଂଜନ ତ୍ରିପାଠୀ, ରମେଶ ଚନ୍ଦ୍ର ମାଝୀ, ଦିଲ୍ଲୀପ ତିର୍କୀ, ରବି ନାରାୟଣ ନନ୍ଦ, ଅମରେଶ ପତ୍ରୀ, ଶେଖ ନିଜାମୁଦ୍ଦିନ, ତନ୍ମୟ ସ୍ବାଇଁ, ଜ୍ୟୋତ୍ସ୍ନାରାଣୀ ପଣ୍ଡା, ବିଷ୍ଣୁପ୍ରିୟା ଦାସ, ସଞ୍ଜିତ୍‌ ମହାନ୍ତି, ପଙ୍କଜିନୀ ମଙ୍ଗରାଜ, ମାମିନା ନାୟକ, କିଶୋର ଦେବତା। ସେହିପରି ଅମୀୟ ମିଶ୍ରଙ୍କ ସହିତ ୩ ଜଣ ପ୍ରବାସୀ ଓଡ଼ିଆ କମିଟିରେ ସ୍ଥାନ ପାଇଛନ୍ତି । ଏହି କମିଟି ରାଜ୍ୟର ବିଭିନ୍ନ ଅଞ୍ଚଳ, ବିଭିନ୍ନ ସେକ୍ଟର ଉପରେ ଆଲେଚନା କରିବ ।

Tags: