ଶେଷ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେଡି

ଭୁବନେଶ୍ୱର : ବାକିଥିବା ୩ ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି । କୋରେଇ, ଖଣ୍ଡପଡ଼ା ଓ ନୀଳଗିରି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ଦଳ । କୋରେଇରୁ ସଂଧ୍ୟାରାଣୀ ଦାସ, ଖଣ୍ଡପଡ଼ାରୁ ସାବିତ୍ରୀ ପ୍ରଧାନ,ନୀଳଗିରିରୁ ପ୍ରାର୍ଥୀ ହେଲେ ସୁକାନ୍ତ କୁମାର ନାୟକ । ସେପଟେ ଦେବଗଡ଼ ବିଧାନସଭା ପ୍ରାର୍ଥୀ ବଦଳାଇଲା ବିଜେଡି । ରୋମାଞ୍ଚ ରଂଜନ ବିଶ୍ୱାଳଙ୍କୁ ପ୍ରାର୍ଥୀ ଘୋଷଣା କଲା ଦଳ । ଅରୁନ୍ଧତୀ ଦେବୀଙ୍କ ସ୍ଥାନରେ ରୋମାଞ୍ଚ […]

Samaya Live Picture
Published On

ଭୁବନେଶ୍ୱର : ବାକିଥିବା ୩ ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି । କୋରେଇ, ଖଣ୍ଡପଡ଼ା ଓ ନୀଳଗିରି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ଦଳ । କୋରେଇରୁ ସଂଧ୍ୟାରାଣୀ ଦାସ, ଖଣ୍ଡପଡ଼ାରୁ ସାବିତ୍ରୀ ପ୍ରଧାନ,ନୀଳଗିରିରୁ ପ୍ରାର୍ଥୀ ହେଲେ ସୁକାନ୍ତ କୁମାର ନାୟକ । ସେପଟେ ଦେବଗଡ଼ ବିଧାନସଭା ପ୍ରାର୍ଥୀ ବଦଳାଇଲା ବିଜେଡି । ରୋମାଞ୍ଚ ରଂଜନ ବିଶ୍ୱାଳଙ୍କୁ ପ୍ରାର୍ଥୀ ଘୋଷଣା କଲା ଦଳ । ଅରୁନ୍ଧତୀ ଦେବୀଙ୍କ ସ୍ଥାନରେ ରୋମାଞ୍ଚ ରଂଜନ ହେଲେ ପ୍ରାର୍ଥୀ । ତେବେ କୋରେଇରେ ପ୍ରାର୍ଥୀ ହୋଇଥିବା ସଂଧ୍ୟାରାଣୀ ଦାସ ହେଉଛନ୍ତି ବିଜେଡି ସଂଗଠନ ସଂପାଦକ ବବି ଦାସଙ୍କ ମା’ । ଏହା ସହିତ ଶେଷ ହୋଇଛି ବିଜେଡିର ପ୍ରାର୍ଥୀ ତାଲିକା ଘୋଷଣା I

Tags: