ଫୁଲୁଛି ବୈତରଣୀ, ଆତଙ୍କିତ ଅବସ୍ଥାରେ ଦୁଇଟି ଜିଲ୍ଲା

ଭଦ୍ରକ : ଫୁଲୁଛି ବୈତରଣୀ ନଦୀ l ବୃଦ୍ଧି ପାଉଛି ଜଳସ୍ତର l ବୈତରଣୀ ନଦୀରେ ଆସିଲା ଚଳିତ ବର୍ଷର ଦ୍ବିତୀୟ ବନ୍ୟା ଜଳ l ଯାହା ଫଳରେ ବର୍ତ୍ତମାନ ଯାଜପୁର ସହ ଭଦ୍ରକ ଜିଲ୍ଲା ପାଇଁ ବିପଦ ବଢିବାରେ ଲାଗିଛି l ବୈତରଣୀ ନଦୀରେ ଆସିଲା ଚଳିତ ବର୍ଷର ଦ୍ବିତୀୟ ବନ୍ୟା ଜଳ l ଆଖୁଆପଦାଠାରେ ବୈତରଣୀର ବିପଦ ସଂକେତ ୧୭.୮୩ ମିଟର ଥିବା ବେଳେ ଏବେ ଜଳସ୍ତର ୧୭.୮୫ ମିଟର ରହିଛି l ଦୁଇ […]

Samaya Live Picture
Published On

ଭଦ୍ରକ : ଫୁଲୁଛି ବୈତରଣୀ ନଦୀ l ବୃଦ୍ଧି ପାଉଛି ଜଳସ୍ତର l ବୈତରଣୀ ନଦୀରେ ଆସିଲା ଚଳିତ ବର୍ଷର ଦ୍ବିତୀୟ ବନ୍ୟା ଜଳ l ଯାହା ଫଳରେ ବର୍ତ୍ତମାନ ଯାଜପୁର ସହ ଭଦ୍ରକ ଜିଲ୍ଲା ପାଇଁ ବିପଦ ବଢିବାରେ ଲାଗିଛି l
ବୈତରଣୀ ନଦୀରେ ଆସିଲା ଚଳିତ ବର୍ଷର ଦ୍ବିତୀୟ ବନ୍ୟା ଜଳ l ଆଖୁଆପଦାଠାରେ ବୈତରଣୀର ବିପଦ ସଂକେତ ୧୭.୮୩ ମିଟର ଥିବା ବେଳେ ଏବେ ଜଳସ୍ତର ୧୭.୮୫ ମିଟର ରହିଛି l ଦୁଇ ଦିନ ଧରି ବର୍ଷା ଲାଗି ରହିଥିବାରୁ ଫୁଲୁଛି ବୈତରଣୀ । ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ବନ୍ୟା ଜଳ ଆସିଥିବା ସୂଚନା ମିଳିଛି । ଯାହା ଫଳରେ ବର୍ତ୍ତମାନ ଯାଜପୁର ସହ ଭଦ୍ରକ ଜିଲ୍ଲା ପାଇଁ ବିପଦ ବଢିବାରେ ଲାଗିଛି l ତେଣୁ ଉଭୟ ଜିଲ୍ଲାରେ ଏବେ ବନ୍ୟା ଆଶଙ୍କା ବୃଦ୍ଧି ପାଇଛି l ବିଶେଷ କରି ଗତ ୧୦ ଦିନ ମଧ୍ୟରେ ବୈତରଣୀ ନଦୀବନ୍ଧର ଦୁଇଟି ସ୍ଥାନରେ ଧସିଯାଇଛି l ଅଧିକ ବର୍ଷା ହେଲେ ନଦୀବନ୍ଧର ବଳକା ଅଂଶ ଧସିଯାଇ ଜନବସତିକୁ ବନ୍ୟାପାଣି ମାଡ଼ିଯିବାର ଆଶଙ୍କା ରହିଛି l

Tags: