ବିଶ୍ୱଭୂଷଣ ହରିଚନ୍ଦନ ଅସୁସ୍ଥ
ଭୁବନେଶ୍ୱର: ପୂର୍ବତନ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ଅସୁସ୍ଥ । ୯୦ ବର୍ଷ ବୟସରେ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଅଧିକ ଚିକିତ୍ସା ପାଇଁ ତାଙ୍କୁ ହାଇଦ୍ରାବାଦ ସ୍ଥାନାନ୍ତର କରାଯିବ । ଅସୁସ୍ଥତା ସମ୍ପର୍କରେ ଆଇନ ମନ୍ତ୍ରୀ ତଥା ପୁଅ ପୃଥ୍ବୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି । ୨ ଟି ରାଜ୍ୟ ଛତିଶଗଡ଼ର ଏବଂ ଆନ୍ଧ୍ର ପ୍ରଦେଶର ପୂର୍ବତନ ରାଜ୍ୟପାଳ ହେଉଛନ୍ତି ବିଶ୍ୱଭୂଷଣ ହରିଚନ୍ଦନ । ବିଜେପିର ବରିଷ୍ଠ ନେତା ବିଶ୍ୱଭୂଷଣ ହରିଚନ୍ଦନଙ୍କ […]
ଭୁବନେଶ୍ୱର: ପୂର୍ବତନ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ଅସୁସ୍ଥ । ୯୦ ବର୍ଷ ବୟସରେ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଅଧିକ ଚିକିତ୍ସା ପାଇଁ ତାଙ୍କୁ ହାଇଦ୍ରାବାଦ ସ୍ଥାନାନ୍ତର କରାଯିବ । ଅସୁସ୍ଥତା ସମ୍ପର୍କରେ ଆଇନ ମନ୍ତ୍ରୀ ତଥା ପୁଅ ପୃଥ୍ବୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି । ୨ ଟି ରାଜ୍ୟ ଛତିଶଗଡ଼ର ଏବଂ ଆନ୍ଧ୍ର ପ୍ରଦେଶର ପୂର୍ବତନ ରାଜ୍ୟପାଳ ହେଉଛନ୍ତି ବିଶ୍ୱଭୂଷଣ ହରିଚନ୍ଦନ ।
ବିଜେପିର ବରିଷ୍ଠ ନେତା ବିଶ୍ୱଭୂଷଣ ହରିଚନ୍ଦନଙ୍କ ଜନ୍ମ ୧୯୩୪ ମସିହା ଅଗଷ୍ଟ ୩ ତାରିଖରେ । ତାଙ୍କ ବାପାଙ୍କ ନାମ ପର୍ଶୁରାମ ହରିଚନ୍ଦନ ସେ କଳାରେ ସ୍ନାତକ ପରେ ଓକିଲାତି ପଢ଼ିଥିଲେ ।୧୯୭୧ ମସିହାରେ ଭାରତୀୟ ଜନସଂଘର ଜଣେ କର୍ମକର୍ତ୍ତା ଭାବେ ଯୋଗଦେଇଥିଲେ । ଏହାପରେ ୧୯୭୭ ମସିହାରେ ଜନତା ପାର୍ଟିର ସାଧାରଣ ସଂପାଦକ ଭାବେ ଦାୟିତ୍ୱ ତୁଲାଇଥିଲେ । ଏମିତିକି ଦେଶରେ ଜରୁରୀକାଳୀନ ପରିସ୍ଥିତି ସମୟରେ ଗୃହବନ୍ଦୀ ହୋଇଥିଲେ । ୧୯୭୭ରେ ମଧ୍ୟ ଜନତା ପାର୍ଟିର ଟିକେଟରେ ଚିଲିକା ବିଧାନସଭା ନିର୍ବାଚନ ଲଢିଥିଲେ, ଆଉ ବିଜୟୀ ବି ହୋଇଥିଲେ । ୧୯୯୦ରେ ଜନତା ଦଳ ଟିକେଟରେ ଚିଲିକାରୁ ପୁଣି ଥରେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ୧୯୯୬ରେ ବିଜେପିରେ ସାମିଲ ହୋଇଥିଲେ । ପରେ ଭୁବନେଶ୍ୱର ମଧ୍ୟ ଆସନରୁ ବିଧାୟକ ଭାବେ ନିର୍ବାଚନ ହୋଇଥିଲା । ଆଉ ନବୀନ ପଟ୍ଟାନୟକଙ୍କ କ୍ୟାବିନେଟ୍ରେ ଆଇନ, ଅବକାରୀ ଆଦି ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଛନ୍ତି । ଶେଷରେ ୨୦୧୯ରେ ଆନ୍ଧ୍ରପ୍ରଦେଶରେ ୨୩ ତମ ରାଜ୍ୟପାଳ ଭାବେ ଶପଥ ନେଇଥିଲେ । ଏହାପରେ ୨୦୨୩ରେ ଛତିଶଗଡ଼ର ୭ମ ରାଜ୍ୟପାଳ ଭାବେ ଦାୟିତ୍ୱ ନିର୍ବାହ କରିସାରିଛନ୍ତି ବିଶ୍ୱଭୂଷଣ ହରିଚନ୍ଦନ ।




