ପଦରୁ ହଟିଲେ ବିଷ୍ଣୁପଦ: ସାଧାରଣ ପ୍ରଶାସନ ଓ ଅଭିଯୋଗ ଓଏଏସ୍ଡି ଭାବେ ନିଯୁକ୍ତି
ଭୁବନେଶ୍ୱର:ପଦରୁ ହଟିଲେ ଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍) ଅଧିକାରୀ ବିଷ୍ଣୁପଦ ସେଠୀ। ଦାୟିତ୍ୱରେ ଥିବା ୩ ଗୁରୁତ୍ୱପୂର୍ଣ୍ଣ ବିଭାଗର ସଚିବ ପଦରୁ ବିଷ୍ଣୁଙ୍କୁ ବିଦା କରିଛନ୍ତି ସରକାର। ସାଧାରଣ ପ୍ରଶାସନ ଓ ଅଭିଯୋଗ ଓଏଏସ୍ଡି ଭାବେ ତାଙ୍କୁ ନିଯୁକ୍ତି ମିଳିଛି। ୧୦ ଲକ୍ଷ ଟଙ୍କା ଲାଞ୍ଚ ମାମଲାରେ ସିବିଆଇ ସମନକୁ ନେଇ ବିଷ୍ଣୁପଦ ଚର୍ଚ୍ଚାରେ ଥିଲେ। ବିଷ୍ଣୁପଦଙ୍କ ଭୂମିକାକୁ ନେଇ ସିବିଆଇ ସନ୍ଦେହ କରି ତାଙ୍କୁ ସମନ କରିଥିଲା। କିନ୍ତୁ ଅସୁସ୍ଥତା କାରଣ ଦର୍ଶାଇ ସିବିଆଇ ସମନକୁ […]
ଭୁବନେଶ୍ୱର:ପଦରୁ ହଟିଲେ ଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍) ଅଧିକାରୀ ବିଷ୍ଣୁପଦ ସେଠୀ। ଦାୟିତ୍ୱରେ ଥିବା ୩ ଗୁରୁତ୍ୱପୂର୍ଣ୍ଣ ବିଭାଗର ସଚିବ ପଦରୁ ବିଷ୍ଣୁଙ୍କୁ ବିଦା କରିଛନ୍ତି ସରକାର। ସାଧାରଣ ପ୍ରଶାସନ ଓ ଅଭିଯୋଗ ଓଏଏସ୍ଡି ଭାବେ ତାଙ୍କୁ ନିଯୁକ୍ତି ମିଳିଛି। ୧୦ ଲକ୍ଷ ଟଙ୍କା ଲାଞ୍ଚ ମାମଲାରେ ସିବିଆଇ ସମନକୁ ନେଇ ବିଷ୍ଣୁପଦ ଚର୍ଚ୍ଚାରେ ଥିଲେ। ବିଷ୍ଣୁପଦଙ୍କ ଭୂମିକାକୁ ନେଇ ସିବିଆଇ ସନ୍ଦେହ କରି ତାଙ୍କୁ ସମନ କରିଥିଲା। କିନ୍ତୁ ଅସୁସ୍ଥତା କାରଣ ଦର୍ଶାଇ ସିବିଆଇ ସମନକୁ ଏଡାଇଦେଇ ହାଜର ହେଉ ନଥିଲେ। ବାରମ୍ବାର ସମନ ସତ୍ତ୍ୱେ ମଧ୍ୟ ବିଷ୍ଣୁପଦ ସିବିଆଇରେ ହାଜର ହେଉନଥିବା କୁହାଯାଉଛି । ଏହା ଭିତରେ ଆସନ୍ତାକାଲି ପୁଣି ଥରେ ବିଷ୍ଣୁପଦଙ୍କୁ ସିବିଆଇରେ ହାଜର ହେବାକୁ ସମନ ମିଳିଥିବା ସୂଚନା ମିଳିଛି।
ବିଷ୍ଣୁପଦଙ୍କ ସ୍ଥାନରେ ୧୯୯୭ ବ୍ୟାଚ୍ ଆଇଏଏସ ସଞ୍ଜୀବ କୁମାର ମିଶ୍ରଙ୍କୁ ଦାୟିତ୍ୱ ଦିଆଯାଇଛି । କିଛି ଦିନ ପୂର୍ବରୁ ସଞ୍ଜୀବ କୁମାର ମିଶ୍ର କେନ୍ଦ୍ରୀୟ ଡେପୁଟେସନରୁ ଫେରିଥିଲେ । ଅନ୍ୟପଟେ ଆନ୍ତଃକ୍ୟାଡର ଡେପୁଟେସନରେ ଆସିଥିବା ୨୦୦୬ ବ୍ୟାଚର ଆଇଏଏସ ଅଧିକାରୀ ମନୋଜ କୁମାର ସାହୁଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଭାବେ ଗୁରୁଦାୟିତ୍ୱ ଦିଆଯାଇଛି।




