ଆଇଟି ସ୍କାନରରେ ବିଶାଳ ଦାସ

ଭୁବନେଶ୍ୱର : ନିର୍ବାଚନ ମୁଣ୍ଡ ଉପରେ ଥିବାବେଳେ ଝାରସୁଗୁଡ଼ାରେ ଚାଲିଛି ଆଇଟି ରେଡ I ସ୍ବର୍ଗତ ମନ୍ତ୍ରୀ ନବ ଦାସଙ୍କ ପୁଅ ବିଶାଳ ଦାସଙ୍କୁ ଆୟକର ବିଭାଗର ପଚରାଉଚରା କରିଛି । ଶୁକ୍ରବାର ବିଶାଳଙ୍କୁ ଝାରସୁଗୁଡ଼ାର ଏକ ହୋଟେଲରେ ପ୍ରାୟ ୪ ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ଧରି ପଚରାଉଚରା କରିଥିବା ସୂଚନା ମିଳିଛି I ଏହାପରେ ତାଙ୍କୁ ଛାଡି ଦେଇଥିଲା ଯାଏ ବିଭାଗ I ତେବେ କେଉଁ ଅଭିଯୋଗରେ ପଚରାଉଚରା ଆୟକର ବିଭାଗ ସ୍ପଷ୍ଟ କରିନି । […]

Samaya Live Picture
Published On

ଭୁବନେଶ୍ୱର : ନିର୍ବାଚନ ମୁଣ୍ଡ ଉପରେ ଥିବାବେଳେ ଝାରସୁଗୁଡ଼ାରେ ଚାଲିଛି ଆଇଟି ରେଡ I ସ୍ବର୍ଗତ ମନ୍ତ୍ରୀ ନବ ଦାସଙ୍କ ପୁଅ ବିଶାଳ ଦାସଙ୍କୁ ଆୟକର ବିଭାଗର ପଚରାଉଚରା କରିଛି । ଶୁକ୍ରବାର ବିଶାଳଙ୍କୁ ଝାରସୁଗୁଡ଼ାର ଏକ ହୋଟେଲରେ ପ୍ରାୟ ୪ ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ଧରି ପଚରାଉଚରା କରିଥିବା ସୂଚନା ମିଳିଛି I ଏହାପରେ ତାଙ୍କୁ ଛାଡି ଦେଇଥିଲା ଯାଏ ବିଭାଗ I ତେବେ କେଉଁ ଅଭିଯୋଗରେ ପଚରାଉଚରା ଆୟକର ବିଭାଗ ସ୍ପଷ୍ଟ କରିନି । ଏନେଇ ବିଶାଳ କିମ୍ବା ଆୟକର ବିଭାଗର ପ୍ରତିକ୍ରିୟା ମଧ୍ୟ ମିଳିପାରିନି।

ସେପଟେ ଆସନ୍ତା ୨୦ ତାରିଖରେ ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ । ଦ୍ୱିତୀୟ ପର୍ଯ୍ୟାୟରେ ୫ ସଂସଦୀୟ କ୍ଷେତ୍ର ଏବଂ ତତ୍‌ଅଧୀନରେ ଆସୁଥିବା ୩୫ ଆସନରେ ମତଦାନ ହେବ । ୫ ଟି ସଂସଦୀୟ କ୍ଷେତ୍ର ମଧ୍ୟରେ ବରଗଡ଼,ସୁନ୍ଦରଗଡ଼,ବଲାଙ୍ଗୀର,କନ୍ଧମାଳ ଏବଂ ଆସ୍କା ଲୋକସଭା ଆସନ ସହିତ ୩୫ ଟି ବିଧାନ ସଭା ଆସନ ରହିଛି I ଏଥିପାଇଁ ଆଜି ସରୁଛି ପ୍ରଚାର । ଶେଷଦିନରେ ତିନି ପ୍ରମୁଖ ଦଳ ପ୍ରଚାରକୁ ଜୋରଦାର କରିବେ । ଦ୍ୱିତୀୟ ପର୍ଯ୍ୟାୟରେ ପ୍ରଦୀପ ପୁରୋହିତ, ସଙ୍ଗୀତା ସିଂଦେଓ, ଜୁଏଲ ଓରାମ, ଅଚ୍ୟୁତ ସାମନ୍ତ, ବିକ୍ରମ କେଶରୀ ଆରୁଖ, ସୁଶାନ୍ତ ସିଂ, କଳିକେଶ ସିଂଦେଓ, ନିରଂଜନ ପୂଜାରୀ, ପଦ୍ମନାଭ ବେହେରା, ପ୍ରଦୀପ ଅମାତଙ୍କ ଭଳି ହେଭିୱେଟ ଅଛନ୍ତି ।

Tags: