ବିର୍ସା ମୁଣ୍ଡା

ଶୁଭ ଜନ୍ମଦିନ

ବିର୍ସା ମୁଣ୍ଡା
Ipsita Picture
By: Ipsita


ବିର୍ସା ମୁଣ୍ଡା ଭାରତର ଜଣେ ଦେଶପ୍ରେମୀ ସଂଗ୍ରାମୀ ଭାବରେ ପରିଚିତ । ଊନବିଂଶ ଶତାବ୍ଦୀରେ ଭାରତରେ ଇଂରେଜ ଶାସନ କାଳରେ ବିର୍ସା ବିହାର ଓ ଝାଡ଼ଖଣ୍ଡ ଅଞ୍ଚଳର ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ଏକାଠି କରି ଏକ ବଡ଼ ଧରଣର ବିପ୍ଲବ ଆରମ୍ଭ କରିଥିଲେ । ୨୫ ବର୍ଷ ବୟସ ହେବା ବେଳକୁ ଭାରତର ସ୍ୱାଧୀନତା ସଂଗ୍ରାମର ଇତିହାସରେ ସେ ଏକ ନୂତନ ଫର୍ଦ୍ଦ ଯୋଡ଼ିସାରିଥିଲେ । ସେ ନିଜ ଗାଁ ଏବଂ ଆଖପାଖ ଅଞ୍ଚଳର ଯୁବକମାନଙ୍କୁ ଇଂରେଜ ସରକାରଙ୍କ ବିରୋଧରେ ଲଢ଼ିବାକୁ ସଂଗଠିତ କରିପାରିଥିଲେ । ବିର୍ସା ମୁଣ୍ଡାଙ୍କ ଜନ୍ମଦିବସ ନଭେମ୍ବର ୧୫ ତାରିଖକୁ ଭାରତ ସରକାର ଜନଜାତି ଗୌରବ ଦିବସ ଭାବରେ ପାଳନ କରୁଛନ୍ତ । ୧୮୭୫ ମସିହା ନଭେମ୍ବର ମାସ ୧୫ ତାରିଖରେ ବିର୍ସା ଅଧୁନା ଝାଡ଼ଖଣ୍ଡ ରାଜ୍ୟର ରାଞ୍ଚି ଜିଲ୍ଲା ଖୁଣ୍ଟି ସବ୍‌ଭଡିଭିଜନ୍‌ ଅନ୍ତର୍ଗତ ବାମ୍ବା ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ବିର୍ସା ମୁଣ୍ଡାଙ୍କର ବାଲ୍ୟ ଶିକ୍ଷା ସାଲଗାଠାରେ ଆରମ୍ଭ ହୋଇଥିଲା । ସେଠାରେ ତାଙ୍କର ଜଇପାଲ ନାଗଙ୍କ ସହ ସାକ୍ଷାତ ହୋଇଥିଲା । ସେ ତାଙ୍କଠାରୁ ମହାନ ଗ୍ରନ୍ଥ ରାମାୟଣ ଓ ମହାଭାରତର ବିଷୟବସ୍ତୁ ସଂପର୍କରେ ଅବଗତ ହୋଇଥିଲେ । ଏହାପରେ ସେ ବୁରୁଜ ପ୍ରାଇମେରୀ ସ୍କୁଲରେ ଅଧ୍ୟୟନ କରିବା ସହିତ ଚାଇଁବସାର ମିଶନ ମଧ୍ୟ ଇଂରାଜୀ ବିଦ୍ୟାଳୟରେ ଶିକ୍ଷା ଲାଭ କରିଥିଲେ । ଏହି ସମୟରେ ସେ ଜର୍ମାନୀ ଶିକ୍ଷକ ଫାଦର ଡେଡଲକ୍‌ ଓ ଫାଦର୍‌ ନୋଟ୍ରୋଟଙ୍କ ସଂସ୍ପର୍ଶରେ ଆସିଥିଲେ । ସରଳ ବିଶ୍ୱାସୀ ଆଦିବାସୀ ଭାଇଭଉଣୀମାନଙ୍କ ଉପରେ ଗୋରା ଶାସକମାନଙ୍କ ଅତ୍ୟାଚାର ଓ ଅମାନୁଷିକ ବ୍ୟବହାର ତାଙ୍କୁ ବିଶେଷ ଭାବେ ମର୍ମାହତ କରିଥିଲା । ଯାହା ବିରୋଧରେ ସେ ସ୍ୱର ଉତ୍ତୋଳନ କରିଥିଲେ । ଏହି ବିଶିଷ୍ଟ ସଂଗ୍ରାମୀଙ୍କର ମାତ୍ର ୨୪ ବର୍ଷରେ ୧୯୯୦ ମସିହା ୧୫ ଜୁନରେ ଦେହାନ୍ତ ହୋଇଥିଲା ।

Read More କମିଶନରେଟ ପୋଲିସ କବ୍ଜାରେ ୨ ଆନ୍ତଃରାଜ୍ୟ ଚୋରା ବନ୍ଧୁକ ବେପାରୀ

Tags: