ମଣିଷ ଦେହରେ ବାର୍ଡ଼ ଫ୍ଲୁ !
ପୁରୀ : ମଣିଷ ଦେହରେ ବାର୍ଡ଼ ଫ୍ଲୁ ସନ୍ଦେହ । ସଂଦିଗ୍ଧଙ୍କ ରକ୍ତ ନମୁନା ପରୀକ୍ଷା ପାଇଁ ପଠାଯାଇଛି । ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ସେ ବାର୍ଡ ଫ୍ଲୁ ଆକ୍ରାନ୍ତ ହୋଇଛନ୍ତି କି ନାହିଁ ସ୍ପଷ୍ଟ ହୋଇନାହିଁ । ଏ ନେଇ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନୀଳକଣ୍ଠ ମିଶ୍ର ବୁଧବାର ସୂଚନା ଦେଇଛନ୍ତି । ପିପିଲି ବ୍ଲକ ମଙ୍ଗଳପୁରର ଜଣେ ବ୍ୟକ୍ତିଙ୍କ ଶରୀରରେ ବାର୍ଡ ଫ୍ଲୁ ହୋଇଥିବା ସନ୍ଦେହ କରାଯାଉଛି । ଏ ନେଇ ଖବର ସରବରାହ […]
ପୁରୀ : ମଣିଷ ଦେହରେ ବାର୍ଡ଼ ଫ୍ଲୁ ସନ୍ଦେହ । ସଂଦିଗ୍ଧଙ୍କ ରକ୍ତ ନମୁନା ପରୀକ୍ଷା ପାଇଁ ପଠାଯାଇଛି । ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ସେ ବାର୍ଡ ଫ୍ଲୁ ଆକ୍ରାନ୍ତ ହୋଇଛନ୍ତି କି ନାହିଁ ସ୍ପଷ୍ଟ ହୋଇନାହିଁ । ଏ ନେଇ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନୀଳକଣ୍ଠ ମିଶ୍ର ବୁଧବାର ସୂଚନା ଦେଇଛନ୍ତି ।
ପିପିଲି ବ୍ଲକ ମଙ୍ଗଳପୁରର ଜଣେ ବ୍ୟକ୍ତିଙ୍କ ଶରୀରରେ ବାର୍ଡ ଫ୍ଲୁ ହୋଇଥିବା ସନ୍ଦେହ କରାଯାଉଛି । ଏ ନେଇ ଖବର ସରବରାହ ସଂସ୍ଥା ANI କୁ ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ । ଟ୍ବିଟ୍ କରି ଏଭଳି ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟ ମନ୍ତ୍ରୀ । ଯାହାକୁ ନେଇ ଚିନ୍ତା ବଢିଛି । ସମ୍ପୃକ୍ତ ବ୍ୟକ୍ତି ରାପିଡ଼ ରିସେପ୍ସନ ଟିମର ଜଣେ ବ୍ୟକ୍ତି ବୋଲି ଜଣାପଡିଛି। ତାଙ୍କ ଠାରେ ଜ୍ୱର ଏବଂ ଥଣ୍ଡା ଭଳି ଲକ୍ଷଣ ଦେଖାଯାଇଥିଲା। ସମ୍ପୃକ୍ତ ବ୍ୟକ୍ତିଙ୍କ ରକ୍ତ ନମୁନା ପରୀକ୍ଷା ପାଇଁ ଭୋପାଳର (NIHSAD)କୁ ପଠାଇଛନ୍ତି ମଙ୍ଗଳପୁର ମେଡିକାଲ କର୍ତ୍ତୃପକ୍ଷ। ରିପୋର୍ଟ ଆସିବାକୁ ୭ ଦିନ ସମୟ ଲାଗିବ । ସମ୍ପୃକ୍ତ ଅସୁସ୍ଥ ବ୍ୟକ୍ତିଙ୍କୁ ଅଲଗା ରଖାଯାଇ ଚିକିତ୍ସା କରାଯାଉଛି । ଏନେଇ ମଙ୍ଗଳପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ମେଡିକାଲ ଅଫିସର ଡାକ୍ତର ବିନୟ କୁମାର ପଣ୍ଡା ସୂଚନା ଦେଇଛନ୍ତି।

ତେବେ ଏପର୍ଯ୍ୟନ୍ତ ସେ ଆକ୍ରାନ୍ତ ହୋଇଥିବା ସ୍ପଷ୍ଟ ହୋଇନି । ରିପୋର୍ଟକୁ ଅପେକ୍ଷା ରହିଛି । ଏନେଇ ଆତଙ୍କିତ ନହେବାକୁ ପରାମର୍ଶ ଦେଇଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନୀଳକଣ୍ଠ ମିଶ୍ର । ରିପୋର୍ଟ ଆସିବା ପରେ ସ୍ୱାସ୍ଥ୍ୟ ବିଭାଗ ସମ୍ପୂର୍ଣ୍ଣ ତଥ୍ୟ ଦେବ।
ସୂଚନାନୁସାରେ,ପୁରୀ ଜିଲ୍ଲା ପିପିଲି ଓ ସତ୍ୟବାଦି ଅଞ୍ଚଳରେ ବାର୍ଡ ଫ୍ଲୁ ଏବେ ଆତଙ୍କ ସୃଷ୍ଟି କରିଛି । ଏହି ୨ ଜାଗାରେ ହଜାର ହଜାର ସଂଖ୍ୟାରେ କୁକୁଡା ମରାଚାଲିଛି । ସ୍ବାସ୍ଥ୍ୟ ବିଭାଗ ଟିମ୍ ଏବଂ ଆଶା କର୍ମୀ ଫାର୍ମଗୁଡିକୁ ଚିହ୍ନଟ କରି କୁକୁଡା ମରା ଅଭିଯାନ ଜାରି ରଖିଥିବା ବେଳେ ସତର୍କ କରାଉଛନ୍ତି । ପିପିଲି ଓ ସତ୍ୟବାଦୀରେ ସର୍ଭେଲାନ୍ସ ବଢାଇ ଦିଆଯାଇଛି। ୧ କିଲୋମିଟର ଭିତରେ ଓ ୧ ରୁ ୧୦ କିଲୋମିଟର ଭିତରେ ଦୁଇ ଥାକିଆ ସର୍ଭେଲାନସ କରାଯାଇଛି।




