ଖୋର୍ଦ୍ଧାରେ ମାଡି ଚାଲିଛି ବାର୍ଡ଼ ଫ୍ଲୁ,କୁକୁଡ଼ା ମରା ଅଭିଯାନ ଆରମ୍ଭ
ଭୁବନେଶ୍ୱର : ଖୋର୍ଦ୍ଧାକୁ ବ୍ୟାପିଲା ବାର୍ଡ଼ ଫ୍ଲୁ । ଡେଲାଙ୍ଗ ପରେ ଖୋର୍ଦ୍ଧା ଜିଲ୍ଲାରେ କୁକୁଡା ମଡ଼କ । ଖୋର୍ଦ୍ଧା ଜିଲ୍ଲା ଜଂକିଆ ମୁଣ୍ଡାଆମ୍ବ ଓ ଟାଙ୍ଗି ତାଳପଡା ଅଞ୍ଚଳରେ ଥିବା ଏକାଧିକ କୁକୁଡ଼ା ଫାର୍ମରେ ଶହଶହ ସଂଖ୍ୟାରେ କୁକୁଡ଼ା ମଡକ ଦେଖିବାକୁ ମିଳିଛି । ୮ ଦିନ ମଧ୍ୟରେ ପ୍ରାୟ ୬ ହଜାରରୁ ଅଧିକ କୁକୁଡ଼ା ମୃତ୍ୟୁ ହୋଇଛି । ଜଙ୍କିଆ ଅଞ୍ଚଳରୁ ସଂଗୃହୀତ ନମୁନାରେ ବାର୍ଡ଼ ଫ୍ଲୁ ଭୂତାଣୁ ଥିବା ଜଣାପଡ଼ିବା ପରେ ଗୁରୁବାର […]
ଭୁବନେଶ୍ୱର : ଖୋର୍ଦ୍ଧାକୁ ବ୍ୟାପିଲା ବାର୍ଡ଼ ଫ୍ଲୁ । ଡେଲାଙ୍ଗ ପରେ ଖୋର୍ଦ୍ଧା ଜିଲ୍ଲାରେ କୁକୁଡା ମଡ଼କ । ଖୋର୍ଦ୍ଧା ଜିଲ୍ଲା ଜଂକିଆ ମୁଣ୍ଡାଆମ୍ବ ଓ ଟାଙ୍ଗି ତାଳପଡା ଅଞ୍ଚଳରେ ଥିବା ଏକାଧିକ କୁକୁଡ଼ା ଫାର୍ମରେ ଶହଶହ ସଂଖ୍ୟାରେ କୁକୁଡ଼ା ମଡକ ଦେଖିବାକୁ ମିଳିଛି । ୮ ଦିନ ମଧ୍ୟରେ ପ୍ରାୟ ୬ ହଜାରରୁ ଅଧିକ କୁକୁଡ଼ା ମୃତ୍ୟୁ ହୋଇଛି ।
ଜଙ୍କିଆ ଅଞ୍ଚଳରୁ ସଂଗୃହୀତ ନମୁନାରେ ବାର୍ଡ଼ ଫ୍ଲୁ ଭୂତାଣୁ ଥିବା ଜଣାପଡ଼ିବା ପରେ ଗୁରୁବାର କୁକୁଡ଼ା ମରା ଅଭିଯାନ ଆରମ୍ଭ ହୋଇଛି । ମୁଣ୍ଡାଆମ୍ବରେ ପ୍ରାୟ ସାଢ଼େ ୪ ହଜାର କୁକୁଡ଼ାଙ୍କୁ ମରାଯାଇଛି । କୁକୁଡ଼ା ମାରିବାକୁ କନ୍ଧମାଳରୁ ୩ ଓ ଢେଙ୍କାନାଳରୁ ୨ଟି ରାପିଡ୍ ରେସ୍ପନ୍ସ ଟିମ୍ ଆସିଛନ୍ତି । ପ୍ରତି ଟିମ୍ରେ ଜଣେ ପ୍ରାଣୀ ଚିକିତ୍ସକ, ଜଣେ ପ୍ରାଣୀଧନ ନିରୀକ୍ଷକଙ୍କ ସହ ସହାୟକ ଅଛନ୍ତି । ଏହାସହ ପ୍ରାଣୀସମ୍ପଦ ବିଭାଗ ପକ୍ଷରୁୃ ସମ୍ପୃକ୍ତ କୁକୁଡ଼ା ଫାର୍ମରେ ଥିବା ୪ ହଜାର ୫୦୭ ଟି କୁକୁଡ଼ା ୮ଟି RRT ଦ୍ୱାରା ମରାଯାଇ ପୋତି ଦିଆଯାଇଛି । ଏହାସହ ୨ଟି RRT ସର୍ବେକ୍ଷଣ କାର୍ଯ୍ୟରେ ନିୟୋଜିତ ହେଇଛନ୍ତି ।
ଏହାପୂର୍ବରୁ ପୁରୀ ଜିଲ୍ଲା ଡେଲାଙ୍ଗ ଅଞ୍ଚଳରେ ବି ବ୍ୟାପିଥିଲା ବାର୍ଡ ଫ୍ଲୁ । ସଂକ୍ରମଣ ରୋକିବା ପାଇଁ ପ୍ରଶାସନିକ ଅଧିକାରୀଙ୍କ ଉପସ୍ଥିତିରେ ରାପିଡ୍ ରେସ୍ପନସ ଟିମ୍- ଆରଆରଟି କୁକୁଡ଼ା ମରା ଅଭିଯାନ ଆରମ୍ଭ କରିଥିଲା । ପ୍ରଥମେ ବଡ଼ ଆଙ୍କୁଲାର ଏକ କୁକୁଡ଼ା ଫାର୍ମରୁ ସଂକ୍ରମିତ କୁକୁଡ଼ା ଅଭିଯାନ ଆରମ୍ଭ ହୋଇଥିଲା । ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ଏହି ଅଭିଯାନ ଆରମ୍ଭ ହୋଇଥିବା ବେଳେ ଏଠାରେ ପ୍ରଶାସନ ତରଫରୁ ୬୦୦୦ କୁକୁଡ଼ା ମରାଯାଇଥିଲା । ଆଗାମୀ ୬ ମାସ ଯାଏଁ କୁକୁଡ଼ା ଚାଷ ବନ୍ଦ ରଖିବାକୁ ଫାର୍ମ ମାଲିକ ମାନଙ୍କୁ ନିର୍ଦେଶ ଦିଆଯାଇଛି । ଜନ ସାଧାରଣ ଭୟଭୀତ ନହେବା ପାଇଁ ପଶୁ ଚିକିତ୍ସା ବିଭାଗୀୟ ଅଧିକାରୀ କହିଛନ୍ତି।




