ବିଜେଡିରୁ ବିଦା ହେଲେ ବିପିନ ପ୍ରଧାନ
ଗଞ୍ଜାମ : ଦିଗପହଣ୍ଡି ଜିଲ୍ଲାପରିଷଦ ସଦସ୍ୟ ବିପିନ ପ୍ରଧାନଙ୍କୁ ବିଜେଡିରୁ ବହିଷ୍କୃତ। ଦଳ ବିରୋଧୀ କାମ ପାଇଁ ବିପିନଙ୍କୁ ଦଳରୁ ବାହାର କରିଛନ୍ତି ସୁପ୍ରିମୋ ନବୀନ ପଟ୍ଟନାୟକ I ଏନେଇ ପ୍ରେସ ରିଲିଜ୍ ମାଧ୍ୟମରେ ସୂଚନା ଦେଇଛନ୍ତି ରାଜ୍ୟ ବିଜେଡି ସାଧାରଣ ସମ୍ପାଦକ ମାନସ ମଙ୍ଗରାଜ। ସୂଚନାନୁସାରେ,ଦୁଇ ମାସ ପୂର୍ବରୁ ଦିଗପହଣ୍ଡି ବ୍ଲକ ଅଧ୍ୟକ୍ଷା ସୁନୀତା ସେଠୀଙ୍କର ମୃତ୍ୟୁ ଘଟିଥିଲା। ଗତକାଲି ବ୍ଲକ ଅଧ୍ୟକ୍ଷ ନିର୍ବାଚନକୁ ନେଇ ଗଂଜାମ ଜିଲ୍ଲା ଦିଗପହଣ୍ଡି ରେ ଉତ୍ତେଜନା ଦେଖାଦେଇଥିଲା। ଦିଗପହଣ୍ଡି […]
ଗଞ୍ଜାମ : ଦିଗପହଣ୍ଡି ଜିଲ୍ଲାପରିଷଦ ସଦସ୍ୟ ବିପିନ ପ୍ରଧାନଙ୍କୁ ବିଜେଡିରୁ ବହିଷ୍କୃତ। ଦଳ ବିରୋଧୀ କାମ ପାଇଁ ବିପିନଙ୍କୁ ଦଳରୁ ବାହାର କରିଛନ୍ତି ସୁପ୍ରିମୋ ନବୀନ ପଟ୍ଟନାୟକ I ଏନେଇ ପ୍ରେସ ରିଲିଜ୍ ମାଧ୍ୟମରେ ସୂଚନା ଦେଇଛନ୍ତି ରାଜ୍ୟ ବିଜେଡି ସାଧାରଣ ସମ୍ପାଦକ ମାନସ ମଙ୍ଗରାଜ।
ସୂଚନାନୁସାରେ,ଦୁଇ ମାସ ପୂର୍ବରୁ ଦିଗପହଣ୍ଡି ବ୍ଲକ ଅଧ୍ୟକ୍ଷା ସୁନୀତା ସେଠୀଙ୍କର ମୃତ୍ୟୁ ଘଟିଥିଲା। ଗତକାଲି ବ୍ଲକ ଅଧ୍ୟକ୍ଷ ନିର୍ବାଚନକୁ ନେଇ ଗଂଜାମ ଜିଲ୍ଲା ଦିଗପହଣ୍ଡି ରେ ଉତ୍ତେଜନା ଦେଖାଦେଇଥିଲା। ଦିଗପହଣ୍ଡି ବ୍ଲକ ଅଧ୍ୟକ୍ଷ ଉପନିର୍ବାଚନ ବେଳେ ହଙ୍ଗାମା ହୋଇଥିଲା ମୁହାଁମୁହିଁ ହୋଇଥିଲେ ଦୁଇ ଗୋଷ୍ଠୀ । ଏହି ଘଟଣା ପରେ ବିପିନ ଚନ୍ଦ୍ର ପ୍ରଧାନଙ୍କ ଉପରେ ଦଳ କାର୍ଯ୍ୟାନୁଷ୍ଠାନ ନେଇଛି । ବିନା କୌଣସି ପୂର୍ବ ସୂଚନାରେ ନିର୍ବାଚନ ସ୍ଥଗିତ କରି ଦିଆଯାଇଥିଲା। ଏହାକୁ ନେଇ ବିଜେଡିର ଗୋଟିଏ ଗୋଷ୍ଠୀ ସୂର୍ଯ୍ୟ ପାତ୍ରଙ୍କ ପୁଅ ବିପ୍ଲବ ପାତ୍ର ଓ ଆର ଗୋଷ୍ଠୀ ବିପିନ ପ୍ରଧାନଙ୍କ ସମର୍ଥକଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଥିଲା।




