ମିଶନ ଶକ୍ତି ବଜାର ବୁଲିଲେ ବିଲ ଗେଟ୍ସ
ଭୁବନେଶ୍ୱର : ଓଡିଶା ଆସିଛନ୍ତି ମାଇକ୍ରୋସଫ୍ଟ କମ୍ପାନୀର ସହ-ପ୍ରତିଷ୍ଠାତା ବିଲ ଗେଟ୍ସ I ମଙ୍ଗଳବାର ରାତିରେ ବିଜୁ ପଟ୍ଟନାୟକ ବିମାନବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ୱାଗତ କରାଯାଇଛି। ଆଜି ସେ ପ୍ରଥମେ ରାଜଧାନୀ ଲୁମ୍ବିନୀ ବିହାରରେ ଥିବା ମା’ମଙ୍ଗଳା ବସ୍ତି ପରିଦର୍ଶନରେ ଯାଇଥିଲେ I ସେଠାରେ ସେ ମୁକ୍ତା ଓ ଜାଗା ମିଶନରେ ହୋଇଥିବା ବିକାଶମୂଳକ କାର୍ଯ୍ୟ ବୁଲି ଦେଖିଥିଲେ I ବସ୍ତିବାସିନ୍ଦାଙ୍କ ଜୀବନଶୈଳୀ ବୁଝିବା ସହ ସେ ଲୋକଙ୍କ ସହିତ ବିଭିନ୍ନ […]
ଭୁବନେଶ୍ୱର : ଓଡିଶା ଆସିଛନ୍ତି ମାଇକ୍ରୋସଫ୍ଟ କମ୍ପାନୀର ସହ-ପ୍ରତିଷ୍ଠାତା ବିଲ ଗେଟ୍ସ I ମଙ୍ଗଳବାର ରାତିରେ ବିଜୁ ପଟ୍ଟନାୟକ ବିମାନବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ୱାଗତ କରାଯାଇଛି। ଆଜି ସେ ପ୍ରଥମେ ରାଜଧାନୀ ଲୁମ୍ବିନୀ ବିହାରରେ ଥିବା ମା’ମଙ୍ଗଳା ବସ୍ତି ପରିଦର୍ଶନରେ ଯାଇଥିଲେ I ସେଠାରେ ସେ ମୁକ୍ତା ଓ ଜାଗା ମିଶନରେ ହୋଇଥିବା ବିକାଶମୂଳକ କାର୍ଯ୍ୟ ବୁଲି ଦେଖିଥିଲେ I ବସ୍ତିବାସିନ୍ଦାଙ୍କ ଜୀବନଶୈଳୀ ବୁଝିବା ସହ ସେ ଲୋକଙ୍କ ସହିତ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ । ସେଠାରେ ତାଙ୍କୁ ସ୍ୱାଗତ ଜଣାଇଥିଲେ ନଗର ଉନ୍ନୟନ ପ୍ରମୁଖ ସଚିବ ଜି. ମାଥି ଭାଥାନନ ଏବଂ ଅତିରିକ୍ତ ପ୍ରମୁଖ ଶାସନ ସଚିବ ଅନୁ ଗର୍ଗ I

ଏହାପରେ ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ ବିଲ ଗେଟ୍ସ I ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟର ଆଲୋଚନା କରିବାପରେ ସେ ଓଡିଶା କୃଷି ଭବନ ଯାଇଥିଲେ I କୃଷି ଭବନରେ କୃଷି ସମୀକ୍ଷା କେନ୍ଦ୍ର ପରିଦର୍ଶନ କରିଥିଲେ I ଓଡ଼ିଶାରେ କୃଷି ଓ କୃଷକଙ୍କ ଉନ୍ନତି ପାଇଁ ଯେଉଁ ଡିଜିଟାଲ ପବ୍ଲିକ ଇନ୍ଫ୍ରାଷ୍ଟ୍ରକଚର ବା ଡିପିଆଇ ବ୍ୟବହାର କରାଯାଉଛି ସେ ନେଇ ଅବଗତ ହୋଇଥିଲେ I କୃଷିର ଉନ୍ନତି ପାଇଁ ବିଲ୍ ଆଣ୍ଡ ମେଲିଣ୍ଡା ଗେଟ୍ସ ଫାଉଣ୍ଡେସନ ସହ ୨୦୧୭ରେ ଚୁକ୍ତିନାମା ସ୍ୱାକ୍ଷର କରିଥିଲେ ଓଡ଼ିଶା ସରକାର। ଯାହାଦ୍ୱାରା କ୍ଷୁଦ୍ର ଚାଷୀ ଏବଂ ଚାଷୀଙ୍କ ଆୟ ବୃଦ୍ଧି କରିବା ନେଇ ଲକ୍ଷ୍ୟ ରଖାଯାଇଥିଲା।

ଏହାପରେ ଭୁବନେଶ୍ୱରରେ ମିଶନ ଶକ୍ତି ବଜାର ବୁଲି ଦେଖିଥିଲେ ବିଲ ଗେଟ୍ସ I ମହିଳାମାନଙ୍କ ଦାରା ଏହି ବଜାର ପରିଚାଳିତ ହେଉଥିବା ଜାଣି ବିଲ ଗେଟ୍ସ ଖୁସି ହୋଇଥିଲେ । ମିଶନ ଶକ୍ତି ବଜାର ପହଞ୍ଚି ପ୍ରଥମେ ସେ କୋରାପୁଟ କଫି କ୍ୟାଫେକୁ ଯାଇ କଫି ପିଇଥିଲେ । ପରେ ବଜାର ଭିତରକୁ ଯାଇ ଢ଼ିଙ୍କିକୁଟା ଅକାଣ୍ଡି ଚାଉଳ, କନ୍ଧମାଳ ହଳଦୀ, କାଜୁ ବାଦାମ, ଦେଶି ମୁଗ ଡାଲି, ମୁଡକି କିଣିଥିଲେ । କନ୍ଧମାଳ ହଳଦୀର ଔଷଧୀୟ ଗୁଣ ବିଷୟରେ ବୁଝିବା ସହିତ ରାଜ୍ୟର କେଉଁ ଅଞ୍ଚଳରୁ କାଜୁ ଆସୁଛି ଓ କାଜୁର ମାନ ବିଷୟରେ ପଚାରି ବୁଝିଥିଲେ ।




