ମା’ମଙ୍ଗଳା ବସ୍ତି ବୁଲିଲେ ମାଇକ୍ରୋସଫ୍ଟ ସହ-ପ୍ରତିଷ୍ଠାତା ବିଲ ଗେଟ୍ସ

ଭୁବନେଶ୍ୱର : ଭୁବନେଶ୍ୱରରେମାଇକ୍ରୋସଫ୍ଟର ସହ-ପ୍ରତିଷ୍ଠାତା ବିଲ ଗେଟ୍ସ। ଆଜି ଭୁବନେଶ୍ୱର ଗସ୍ତରେ ଆସି ଲୁମ୍ବିନି ବିହାର ସ୍ଥିତ ମା’ମଙ୍ଗଳା ବସ୍ତି ବୁଲି ଦେଖିଛନ୍ତି ବିଲ୍ ଗେଟ୍ସ । ସକାଳ ୮.୨୯ ରେ ଗେଟ୍ସ ମା’ ମଙ୍ଗଳା ବସ୍ତି ପରିଦର୍ଶନରେ ଯାଇ ବସ୍ତିବାସିନ୍ଦାଙ୍କ ଜୀବନଶୈଳୀ ବୁଝିବା ସହ ସେ ଲୋକଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି । ବିଲ୍ ଗେଟ୍ସ ମାଆ ମଙ୍ଗଳା ବସ୍ତି ଗସ୍ତ କରି ମୁକ୍ତା ଓ ଜାଗା ମିଶନରେ ହୋଇଥିବା ବିକାଶମୂଳକ କାର୍ଯ୍ୟ […]

Samaya Live Picture
Published On

ଭୁବନେଶ୍ୱର : ଭୁବନେଶ୍ୱରରେମାଇକ୍ରୋସଫ୍ଟର ସହ-ପ୍ରତିଷ୍ଠାତା ବିଲ ଗେଟ୍ସ। ଆଜି ଭୁବନେଶ୍ୱର ଗସ୍ତରେ ଆସି ଲୁମ୍ବିନି ବିହାର ସ୍ଥିତ ମା’ମଙ୍ଗଳା ବସ୍ତି ବୁଲି ଦେଖିଛନ୍ତି ବିଲ୍ ଗେଟ୍ସ । ସକାଳ ୮.୨୯ ରେ ଗେଟ୍ସ ମା’ ମଙ୍ଗଳା ବସ୍ତି ପରିଦର୍ଶନରେ ଯାଇ ବସ୍ତିବାସିନ୍ଦାଙ୍କ ଜୀବନଶୈଳୀ ବୁଝିବା ସହ ସେ ଲୋକଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି । ବିଲ୍ ଗେଟ୍ସ ମାଆ ମଙ୍ଗଳା ବସ୍ତି ଗସ୍ତ କରି ମୁକ୍ତା ଓ ଜାଗା ମିଶନରେ ହୋଇଥିବା ବିକାଶମୂଳକ କାର୍ଯ୍ୟ ମଧ୍ୟ ବୁଲି ଦେଖିଛନ୍ତି। ଏହି ଗସ୍ତ ସମୟରେ ତାଙ୍କ ସହିତ ଗୃହ ଓ ନଗର ଉନ୍ନୟନ ପ୍ରମୁଖ ସଚିବ ଜି.ମାଥି ଭାଥାନନ ଏବଂ ଅତିରିକ୍ତ ଶାସନ ସଚିବ ଅନୁ ଗର୍ଗ ତାଙ୍କୁ ସ୍ୱାଗତ କରିଥିଲେ I

ଆଜି ସେ ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ଏଥିସହ କୃଷି ଭବନରେ ଥିବା କୃଷି ସମୀକ୍ଷା କେନ୍ଦ୍ର ପରିଦର୍ଶନ କରିବେ ବିଲ୍ ଗେଟ୍ସ । ୨୦୨୧ ମସିହାରେ ବିଲ ଗେଟ୍ସ ଫାଉଣ୍ଡେସନ ସହ ଓଡ଼ିଶା ସରକାରଙ୍କ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଥିଲା।

ବିଲ ଗେଟ୍ସ ଫାଉଣ୍ଡେସନ ସହଯୋଗରେ ଚାଲିଥିବା ସମସ୍ତ ପ୍ରକଳ୍ପ କିପରି କାର୍ଯ୍ୟକାରୀ ହେଉଛି ସେ ନେଇ ସମୀକ୍ଷା କରିବେ। ଗେଟ୍ସ ଫାଉଣ୍ଡେସନ ସହାୟତାରେ କୃଷି ସମୀକ୍ଷା କେନ୍ଦ୍ର କାର୍ଯ୍ୟ କରୁଛି। ଏହା ସମନ୍ୱିତ ଚାଷ ପାଇଁ ଉନ୍ନତ ଜ୍ଞାନକୌଶଳ ବାବଦରେ ଚାଷୀଙ୍କୁ ସୂଚନା ଦେଉଛି। ବିଲ ଗେଟ୍ସଙ୍କ ଗସ୍ତ ପୂର୍ବରୁ ଅଧିକାରୀମାନେ କୃଷି ଭବନ ପରିଦର୍ଶନ କରି ରାଜ୍ୟ କୃଷି ବିଭାଗ ପ୍ରମୁଖ ସଚିବ ଅରବିନ୍ଦ ପାଢୀଙ୍କ ସହ ଆଲୋଚନା କରିଥିଲେ।

Tags: