ସ୍କୁଲ ବସ ଧକ୍କାରେ ବାଇକ ଆରୋହୀଙ୍କ ମୃତ୍ୟୁ
ନବରଙ୍ଗପୁର: ସ୍କୁଲ ବସ୍ ଏବଂ ବାଇକ୍ ମୁହାଁମୁହିଁ ଧକ୍କା ହୋଇ ବାଇକ ଆରୋହୀ ମୃତ । ଏଭଳି ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ରାଇଘର ଅଞ୍ଚଳରେ। ଦୁର୍ଘଟଣା ସ୍ଥଳରେ ହିଁ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଥିବା ବେଳେ ତିନି ଜଣ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି । ମୃତକ ଜଣଙ୍କ ହେଲେ ତୁରୁଡି ଗାଁର ସମାରୁ ଗଣ୍ଡ । ଆଜି ସକାଳେ ରାଇଘର ଅଞ୍ଚଳର ଏକ ଘରୋଇ ସ୍କୁଲ୍ ବସ ହାଟଭରଣ୍ଡୀରୁ ପ୍ରାୟ ୨୦ […]
ନବରଙ୍ଗପୁର: ସ୍କୁଲ ବସ୍ ଏବଂ ବାଇକ୍ ମୁହାଁମୁହିଁ ଧକ୍କା ହୋଇ ବାଇକ ଆରୋହୀ ମୃତ । ଏଭଳି ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ରାଇଘର ଅଞ୍ଚଳରେ। ଦୁର୍ଘଟଣା ସ୍ଥଳରେ ହିଁ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଥିବା ବେଳେ ତିନି ଜଣ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି । ମୃତକ ଜଣଙ୍କ ହେଲେ ତୁରୁଡି ଗାଁର ସମାରୁ ଗଣ୍ଡ ।
ଆଜି ସକାଳେ ରାଇଘର ଅଞ୍ଚଳର ଏକ ଘରୋଇ ସ୍କୁଲ୍ ବସ ହାଟଭରଣ୍ଡୀରୁ ପ୍ରାୟ ୨୦ ରୁ ଉର୍ଦ୍ଧ୍ବ ପିଲାଙ୍କୁ ନେଇ ସ୍କୁଲ ଅଭିମୁଖେ ଆସୁଥିଲା । ଏହି ସମୟରେ ଗଞ୍ଜାପାରା ଏଚ୍.ପି ପେଟ୍ରୋଲ ପମ୍ପ ନିକଟରେ ବାଇକ ଚାଳକ ସ୍ମରୁ ଗଣ୍ଡଙ୍କ ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ସମସ୍ତ ମୃତାହତଙ୍କୁ ଉଦ୍ଧାର କରି ରାଇଘର ମେଡିକାଲରେ ଭର୍ତ୍ତି କରିଥିଲେ । ଦୁର୍ଘଟଣା ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ସ୍କୁଲ୍ ବସ ଡ୍ରାଇଭରଙ୍କୁ ଥାନାରେ ଅଟକ ରଖି ତଦନ୍ତ ଆରମ୍ଭ କରିଛି ।




