ବାଇକ-ଟ୍ରକ ମୁହାଁମୁହିଁ ଧକ୍କା,୨ ମୃତ
ଆନନ୍ଦପୁର : ମର୍ମନ୍ତୁଦ ସଡ଼କ ଦୁର୍ଘଟଣା | ବାଇକ-ଟ୍ରକ ମୁହାଁମୁହିଁ ଧକ୍କା ହେବା ଫଳରେ ୨ଜଣଙ୍କର ମୃତ୍ୟୁ ଘଟିଛି Iଆନନ୍ଦପୁର ଉପଖଣ୍ଡ ନନ୍ଦିପଦା ଥାନା ରାଜ୍ୟ ରାଜପଥ ୫୩ର ଚଣ୍ଡୀବିରଞ୍ଚିପୁର ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି | ଆଜି ସକାଳେ ଭଦ୍ରକ ପଟରୁ ଏକ ପଲସର ବାଇକରେ ଦୁଇ ଜଣ ବ୍ୟକ୍ତି ଆନନ୍ଦପୁରରୁ ଭଦ୍ରକ ଅଭିମୁଖେ ଯାଉଥିଲେ। ବିପରୀତ ପଟୁ ଆସୁଥିବା ଏକ ହାଇଓ୍ବା ସହ ବିରଞ୍ଚିପୁର ଛକଠାରେ ଧକ୍କା ହୋଇଥିଲା। ଫଳରେ ଦୁଇ ବ୍ୟକ୍ତି […]
ଆନନ୍ଦପୁର : ମର୍ମନ୍ତୁଦ ସଡ଼କ ଦୁର୍ଘଟଣା | ବାଇକ-ଟ୍ରକ ମୁହାଁମୁହିଁ ଧକ୍କା ହେବା ଫଳରେ ୨ଜଣଙ୍କର ମୃତ୍ୟୁ ଘଟିଛି Iଆନନ୍ଦପୁର ଉପଖଣ୍ଡ ନନ୍ଦିପଦା ଥାନା ରାଜ୍ୟ ରାଜପଥ ୫୩ର ଚଣ୍ଡୀବିରଞ୍ଚିପୁର ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି | ଆଜି ସକାଳେ ଭଦ୍ରକ ପଟରୁ ଏକ ପଲସର ବାଇକରେ ଦୁଇ ଜଣ ବ୍ୟକ୍ତି ଆନନ୍ଦପୁରରୁ ଭଦ୍ରକ ଅଭିମୁଖେ ଯାଉଥିଲେ। ବିପରୀତ ପଟୁ ଆସୁଥିବା ଏକ ହାଇଓ୍ବା ସହ ବିରଞ୍ଚିପୁର ଛକଠାରେ ଧକ୍କା ହୋଇଥିଲା। ଫଳରେ ଦୁଇ ବ୍ୟକ୍ତି ଘଟଣାସ୍ଥଳରେ ଆହତ ହୋଇ ରକ୍ତାକ୍ତ ଅବସ୍ଥାରେ ପଡ଼ିଥିଲେ। ଖବର ପାଇ ନନ୍ଦିପଦା ପୋଲିସ ସେଠାରେ ପହଞ୍ଚି ଆହତଙ୍କୁ ମେଡିକାଲ ନେଇଥିଲା। ତେବେ ସେଠାରେ ଉଭୟଙ୍କର ମୃତ୍ୟୁ ଘଟିଥିଲା।ଉଭୟ ମୃତକଙ୍କ ପରିଚୟ ଅସ୍ପଷ୍ଟ ରହିଛି | ଅନ୍ୟପଟେ ଦୁର୍ଘଟଣା ଘଟାଇଥିବା ଟ୍ରକ ଡ୍ରାଇଭର ଥାନାରେ ଆତ୍ମସମର୍ପଣ କରିଛି | ପୋଲିସ ଅଧିକ ତଦନ୍ତ ଜାରି ରଖିଛି।




