ହାଇଓ୍ବା ଧକ୍କାରେ ବାଇକ ଆରୋହୀ ମୃତ
କେନ୍ଦୁଝର : ଆଜିଠାରୁ ପାଳନ ହେଉଛି ଦୁର୍ଘଟଣା ଜନିତ ମୃତ୍ୟୁ ଶୁନ୍ୟ ସପ୍ତାହ (ଜିରୋ ଫଟାଲିଟି ଉଇକ୍) I କିନ୍ତୁ ଆଜି ପ୍ରଥମ ଦିନରେ ରାଜ୍ୟରେ ଘଟି ଯାଇଛି ୪ଟି ଭୟଙ୍କର ସଡକ ଦୁର୍ଘଟଣା I ଏହି ସମସ୍ତ ଦୁର୍ଘଟଣାରେ ୧୨ ଜଣଙ୍କର ମୃତ୍ୟୁ ଘଟିଛି I ଘଟଗାଁ,ଭଦ୍ରକ,କୁଚିଣ୍ଡା ପରେ ଆନନ୍ଦପୁର-କରଞ୍ଜିଆ ରାସ୍ତାର ଆନନ୍ଦପୁର ଥାନା ପଦ୍ମପୁର ଛକ ନିକଟରେ ହାଇଓ୍ବା ଧକ୍କା ରେ ଜଣେ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଛି Iମୃତକ ସ୍ଥାନୀୟ ଗୋଳାବନ୍ଧ ଗାଁର […]
କେନ୍ଦୁଝର : ଆଜିଠାରୁ ପାଳନ ହେଉଛି ଦୁର୍ଘଟଣା ଜନିତ ମୃତ୍ୟୁ ଶୁନ୍ୟ ସପ୍ତାହ (ଜିରୋ ଫଟାଲିଟି ଉଇକ୍) I କିନ୍ତୁ ଆଜି ପ୍ରଥମ ଦିନରେ ରାଜ୍ୟରେ ଘଟି ଯାଇଛି ୪ଟି ଭୟଙ୍କର ସଡକ ଦୁର୍ଘଟଣା I ଏହି ସମସ୍ତ ଦୁର୍ଘଟଣାରେ ୧୨ ଜଣଙ୍କର ମୃତ୍ୟୁ ଘଟିଛି I ଘଟଗାଁ,ଭଦ୍ରକ,କୁଚିଣ୍ଡା ପରେ ଆନନ୍ଦପୁର-କରଞ୍ଜିଆ ରାସ୍ତାର ଆନନ୍ଦପୁର ଥାନା ପଦ୍ମପୁର ଛକ ନିକଟରେ ହାଇଓ୍ବା ଧକ୍କା ରେ ଜଣେ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଛି Iମୃତକ ସ୍ଥାନୀୟ ଗୋଳାବନ୍ଧ ଗାଁର ମଣ୍ଟେଶ୍ବର ନାୟକ ନିଜଗାଁ ରେ ନୁଆ କରି ପକ୍କା ଘର ନିର୍ମାଣ କରୁଛନ୍ତି I ନିର୍ମାଣ କାମପାଇଁ ସିମେଣ୍ଟ କିଣିବାକୁ ଆଜି ଆନନ୍ଦପୁର ଆସି ଘରକୁ ଫେରୁଥିବା ସମୟରେ ପଦ୍ମପୁର ଛକ ଠାରୁ କିଛି ଦୂରରେ ପଛପଟୁ ଆସୁଥିବା ଏକ ହାଇଓ୍ବା ଧକା ଦେବାରୁ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା I ୧୦୮ ଆମ୍ବୁଲାନ୍ସ ସହାୟତାରେ ସ୍ଥାନିୟ ଲୋକେ ମୃତଦେହକୁ ଆନନ୍ଦପୁର ଡାକ୍ତରଖାନା ପହଁଞ୍ଚାଇଥିଲେ I ଖବରପାଇ ପୋଲିସ୍ ଦୁର୍ଘଟଣା ଘଟାଇଥିବା ହାଇଓ୍ବା ସମ୍ପର୍କରେ ତଦନ୍ତ ଆରମ୍ଭ କରିଛି I




