ଅଜଣା ଗାଡି ଧକ୍କାରେ ବାଇକ ଆରୋହୀ ଗୁରୁତର

ଖୋର୍ଦ୍ଧା : ଦିନକୁ ଦିନ ବଢି ଚାଲିଛି ସଡକ ଦୁର୍ଘଟଣା I ଆଜି ସକାଳେ ଖୋର୍ଦ୍ଧା-ବଲାଙ୍ଗୀର ବାଇପାସରେ ଅଜଣା ଗାଡି ଧକ୍କାରେ ଜଣେ ବାଇକ ଆରୋହୀ ଗୁରୁତର ହୋଇଛନ୍ତି I ହରଭଙ୍ଗା ବ୍ଲକ ପୁରୁଣା କଟକ ଥାନା ଅନ୍ତର୍ଗତ ୫୭ ନମ୍ବର ଜାତୀୟ ରାଜପଥରେ ଏହି ଦୁର୍ଘଟଣା ଘଟିଛି I ସୂଚନାନୁଯାୟୀ,ଆଜି ସକାଳେ ୫୭ ନମ୍ବର ଜାତୀୟ ରାଜପଥ ଦେଇ ବାଣୀ ଗୋଛା ଥାନା ତାକୁଡା ଗ୍ରାମର ମନୋଜ ସାହୁ ନାମକ ଜଣେ ବ୍ୟକ୍ତି ବାଇକ୍ ଯୋଗେ […]

Samaya Live Picture
Published On

ଖୋର୍ଦ୍ଧା : ଦିନକୁ ଦିନ ବଢି ଚାଲିଛି ସଡକ ଦୁର୍ଘଟଣା I ଆଜି ସକାଳେ ଖୋର୍ଦ୍ଧା-ବଲାଙ୍ଗୀର ବାଇପାସରେ ଅଜଣା ଗାଡି ଧକ୍କାରେ ଜଣେ ବାଇକ ଆରୋହୀ ଗୁରୁତର ହୋଇଛନ୍ତି I ହରଭଙ୍ଗା ବ୍ଲକ ପୁରୁଣା କଟକ ଥାନା ଅନ୍ତର୍ଗତ ୫୭ ନମ୍ବର ଜାତୀୟ ରାଜପଥରେ ଏହି ଦୁର୍ଘଟଣା ଘଟିଛି I

ସୂଚନାନୁଯାୟୀ,ଆଜି ସକାଳେ ୫୭ ନମ୍ବର ଜାତୀୟ ରାଜପଥ ଦେଇ ବାଣୀ ଗୋଛା ଥାନା ତାକୁଡା ଗ୍ରାମର ମନୋଜ ସାହୁ ନାମକ ଜଣେ ବ୍ୟକ୍ତି ବାଇକ୍ ଯୋଗେ ଚାରିଛକ ପଟୁ ବୌଦ୍ଧ ଆଡ଼କୁ ଯାଉଥିଲେ । ସେହି ସମୟରେ ସମାନ ଦିଗରୁ ଆସୁଥିବା ଏକ ଅଜଣା ଗାଡି ବାଇକକୁ ଧକ୍କା ଦେଇ ଘଟଣାସ୍ଥଳରୁ ଫେରାର ମାରିଥିଲା l ସ୍ଥାନୀୟ ଲୋକେ ଗୁରୁତର ବାଇକ ଆରୋହୀଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ବୌଦ୍ଧ ଡାକ୍ତରଖାନା ଚିକିତ୍ସା ପାଇଁ ପଠାଇଥିଲେ। ଏନେଇ ପୁରୁଣାକଟକ ପୁଲିସ ଘଟଣାର ତଦନ୍ତ ଚଳେଇଛି।

Tags: