ବାଇକ୍-କାର୍ ମୁହାଁମୁହିଁ ଧକ୍କା: ୨ ମୃତ, ଜଣେ ଆହତ
ବାଲିଗୁଡା,(ସ. ବ୍ୟୁ.): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ଥାନା ୫୯ନଂ ଜାତୀୟ ରାଜପଥ ର ଡବେରୀ ନିକଟରେ ଗୁରୁବାର ସନ୍ଧ୍ୟା ରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ବାଇକ୍-କାର୍ ମୁହାଁମୁହିଁ ଧକ୍କା ହେବା ଫଳରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଆହତ ହୋଇଛନ୍ତି। ଏନେଇ ଦାରିଙ୍ଗବାଡି ଆଇଆଇସି କୌଶିକ ମାଝୀ ସୂଚନା ଦେଇଛନ୍ତି। ମୃତକ ମନେ ହେଲେ ପ୍ଳିହେରି ପଞ୍ଚାୟତର ବାଳକୃଷ୍ଣ ମଲିକ(୨୦) ଏବଂ ଯୁଗାନ୍ତ ପ୍ରଧାନ (୨୦), ଏବଂ […]
ବାଲିଗୁଡା,(ସ. ବ୍ୟୁ.): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ଥାନା ୫୯ନଂ ଜାତୀୟ ରାଜପଥ ର ଡବେରୀ ନିକଟରେ ଗୁରୁବାର ସନ୍ଧ୍ୟା ରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ବାଇକ୍-କାର୍ ମୁହାଁମୁହିଁ ଧକ୍କା ହେବା ଫଳରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଆହତ ହୋଇଛନ୍ତି। ଏନେଇ ଦାରିଙ୍ଗବାଡି ଆଇଆଇସି କୌଶିକ ମାଝୀ ସୂଚନା ଦେଇଛନ୍ତି। ମୃତକ ମନେ ହେଲେ ପ୍ଳିହେରି ପଞ୍ଚାୟତର ବାଳକୃଷ୍ଣ ମଲିକ(୨୦) ଏବଂ ଯୁଗାନ୍ତ ପ୍ରଧାନ (୨୦), ଏବଂ ଆହତ ଜଣଙ୍କ ହେଲେ ମନିଲ ପ୍ରଧାନ (୧୭)।
ସୂଚନାଯୋଗ୍ୟ, ଦାରିଙ୍ଗବାଡି ପଟୁ ସୋରଡ଼ା ଅଭିମୁଖେ ଏକ କାର୍ ଯାଉଥିବା ବେଳେ ବାଇକ ଚାଳକ ଭାରସାମ୍ୟ ହରାଇ ଏକ ଅଟୋକୁ ପ୍ରଥମେ ଧକ୍କା ଦେଇ କାର୍ ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଘଟଣାପରେ ସ୍ଥାନୀୟ ଲୋକେ ଅଗ୍ନିଶମ ବାହିନୀକୁ ଖବର ଦେବା ସହ ପୋଲିସକୁ ଖବର ଦେଇଥିଲେ। ଖବର ପାଇ ଅଗ୍ନିଶମ ବିଭାଗର ଷ୍ଟେଶନ ଅଧିକାରୀ ମନୋଜ କୁମାର ସାହୁଙ୍କ ନେତୃତ୍ୱରେ ଚିତ୍ତରଞ୍ଜନ ମହାନ୍ତି,ସୁନୀଲ ଜାନି, ପାଣ୍ଡବ ମହାରଣା,ଲକ୍ଷ୍ମଣ ବାରିକ, ବାପୁନା ରାଉତ ପ୍ରମୁଖ ଘଟଣା ସ୍ଥଳରେ ପହଞ୍ଚି ବାଇକରେ ଥିବା ୩ ଗୁରୁତରଙ୍କୁ ଦାରିଙ୍ଗବାଡି ସ୍ବାସ୍ଥ୍ୟ କେନ୍ଦ୍ରରେ ପହଞ୍ଚାଇଥିଲେ। ସେଠାରେ ଡାକ୍ତର ୨ ଜଣଙ୍କୁ ମୃତ ଘୋଷଣା କରିଥିଲେ। ଦୁର୍ଘଟଣାସ୍ଥଳରେ ଚାପା ଉତ୍ତେଜନା ଦେଖା ଦେଇଥିବା ବେଳେ ପୋଲିସ ଉତ୍ୟକ୍ତ ଲୋକଙ୍କୁ ବୁଝା ସୁଝା କରିଛି। ଏ ନେଇ ପଲିସ ପକ୍ଷରୁ ମାମଲା ରୁଜୁ କରିବା ସହ ଦୁଇଟି ମୃତଦେହ ଏବଂ ବାଇକ୍ ଓ କାର୍କୁ ଜବତ କରିଛି I




