ବାଇକ୍ ଓ ସ୍କୁଟି ମୁହାଁମୁହିଁ ଧକ୍କା : ୨ ଚାଳକ ମୃତ

କେନ୍ଦୁଝର :ବାଇକ୍ ଓ ସ୍କୁଟି ମୁହାଁମୁହିଁ ଧକ୍କାରେ ୨ ମୃତ । କେନ୍ଦୁଝର ଜିଲ୍ଲା ଭାରତ ପେଟ୍ରୋଲ ପମ୍ପ ନିକଟରେ ଏହି ମର୍ମଦୁନ୍ତ ସଡକ ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ଉଭୟ ସ୍କୁଟି ଓ ବାଇକ୍ ଚାଳକ ପ୍ରାଣ ହରାଇଛନ୍ତି। ମୃତକମାନେ ହେଲେ ଦେବ ପ୍ରସାଦ ମାଝୀ (୨୪) ଓ ଶିବ ନନ୍ଦନ ପ୍ରଧାନ (୨୪)। ମୃତ ଦୁଇଜଣଙ୍କ ମଧ୍ୟରୁ ଜଣେ ଟିକିରା ଗ୍ରାମର ଓ ଅନ୍ୟଜଣେ ସ୍କୁଟି ଚାଳକ ଝାଡ଼ଖଣ୍ଡ ଅଞ୍ଚଳର ବୋଲି ଜଣାପଡିଛି। ସେ […]

Samaya Live Picture
Published On

କେନ୍ଦୁଝର :ବାଇକ୍ ଓ ସ୍କୁଟି ମୁହାଁମୁହିଁ ଧକ୍କାରେ ୨ ମୃତ । କେନ୍ଦୁଝର ଜିଲ୍ଲା ଭାରତ ପେଟ୍ରୋଲ ପମ୍ପ ନିକଟରେ ଏହି ମର୍ମଦୁନ୍ତ ସଡକ ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ଉଭୟ ସ୍କୁଟି ଓ ବାଇକ୍ ଚାଳକ ପ୍ରାଣ ହରାଇଛନ୍ତି। ମୃତକମାନେ ହେଲେ ଦେବ ପ୍ରସାଦ ମାଝୀ (୨୪) ଓ ଶିବ ନନ୍ଦନ ପ୍ରଧାନ (୨୪)। ମୃତ ଦୁଇଜଣଙ୍କ ମଧ୍ୟରୁ ଜଣେ ଟିକିରା ଗ୍ରାମର ଓ ଅନ୍ୟଜଣେ ସ୍କୁଟି ଚାଳକ ଝାଡ଼ଖଣ୍ଡ ଅଞ୍ଚଳର ବୋଲି ଜଣାପଡିଛି। ସେ କଲେଜରେ ପାଠ ପଢୁଥିବା ବେଳେ ଗୋଳାବନ୍ଧ ଗ୍ରାମରେ ରୁହନ୍ତି ବୋଲି ସୂଚନା ମିଳିଛି । ପୋଲିସ ଘଟଣାସ୍ଥଳରେ ପହଂଚି ମୃତଦେହ ଉଦ୍ଧାର କରି ଘଟଣା ତଦନ୍ତ କରୁଛି।

ସୂଚନା ଅନୁସାରେ, ଟିକିରା ଗ୍ରାମର ଜଣେ ଯୁବକ ବାଇକ ଯୋଗେ ଭାରତ ପେଟ୍ରୋଲ ପମ୍ପ ନିକଟ ରାସ୍ତା ଦେଇ ଯାଉଥିବା ବେଳେ ବିପରୀତ ଦିଗରୁ ଏକ ସ୍କୁଟି ବାଇକ ସହ ମୁହାଁମୁହିଁ ଧକ୍କା ହୋଇଥିଲା। ବାଇକ୍‌ ସହ ସ୍କୁଟି ମୁହାଁମୁହିଁ ହେବାରୁ ଘଟଣାସ୍ଥଳରେ ଉଭୟ ସ୍କୁଟି ଓ ବାଇକ୍ ଚାଳକ ଦୁହିଁଙ୍କର ମୃତ୍ୟୁ ହୋଇଥିଲା। ଦୁର୍ଘଟଣା ପରେ ୧୦୩୩ ଟୋଲ୍ ଗେଟ୍ ୨୦ର ଆମ୍ବୁଲାନ୍ସ ସହାୟତାରେ ଘଟଗାଁ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି।ଖବରପାଇ ପୋଲିସ ଘଟଣାସ୍ଥଳରେ ପହଂଚି ମୃତଦେହ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି ସହିତ ଘଟଣା ବାବଦରେ ଅଧିକ ତଦନ୍ତ କରୁଛି ପୋଲିସ।

Tags: