ଟିଉସନ ସାରି ଫେରୁଥିବାବେଳେ ବାଇକ ଦୁର୍ଘଟଣା,୨ ଛାତ୍ର ମୃତ
ବାଙ୍କୀ : ଟିଉସନ ସାରି ଫେରୁଥିବାବେଳେ ଛାତ୍ରଙ୍କ ବାଇକ କୁ ପିଟିଲା ଟ୍ରକ I ଘଟଣାସ୍ଥଳରେ ୨ ଛାତ୍ରଙ୍କ ମୃତ୍ୟୁ ଘଟିଥିବାବେଳେ ଜଣେ ଗୁରୁତର ହୋଇଛନ୍ତି । ବାଙ୍କୀର ଚକୁଳେଶ୍ୱର ଗାଁରୁ ତିନିଜଣ ଦଶମ ଶ୍ରେଣୀ ଛାତ୍ର ଟିଉସନ୍ ସାରି ଘରକୁ ବାଇକ୍ ରେ ଫେରୁଥିବା ବେଳେ ରଣ ଶଙ୍ଖ ଠାରେ ଏହି ଦୁର୍ଘଟଣା ଘଟିଛି । ଗୁରୁତର ଛାତ୍ରଙ୍କୁ ପ୍ରଥମେ ବାଙ୍କି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ପରେ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ସୂଚନା […]
ବାଙ୍କୀ : ଟିଉସନ ସାରି ଫେରୁଥିବାବେଳେ ଛାତ୍ରଙ୍କ ବାଇକ କୁ ପିଟିଲା ଟ୍ରକ I ଘଟଣାସ୍ଥଳରେ ୨ ଛାତ୍ରଙ୍କ ମୃତ୍ୟୁ ଘଟିଥିବାବେଳେ ଜଣେ ଗୁରୁତର ହୋଇଛନ୍ତି । ବାଙ୍କୀର ଚକୁଳେଶ୍ୱର ଗାଁରୁ ତିନିଜଣ ଦଶମ ଶ୍ରେଣୀ ଛାତ୍ର ଟିଉସନ୍ ସାରି ଘରକୁ ବାଇକ୍ ରେ ଫେରୁଥିବା ବେଳେ ରଣ ଶଙ୍ଖ ଠାରେ ଏହି ଦୁର୍ଘଟଣା ଘଟିଛି । ଗୁରୁତର ଛାତ୍ରଙ୍କୁ ପ୍ରଥମେ ବାଙ୍କି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ପରେ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି।
ସୂଚନା ଅନୁସାରେ ଆଜି ସକାଳେ ତିନିଜଣ ଛାତ୍ର ବାଙ୍କୀ ହରିରାଜ ପୁର ଗ୍ରାମର ଆଉ ଜଣଙ୍କ ଘର ବାଙ୍କୀ ଅଞ୍ଚଳର ବୋଲି ଜଣାପଡିଛି । ତିନିଜଣ ଯାକ ଗୋଟିଏ ବାଇକରେ ଏକାଠି ବସି ଘରକୁ ଫେରିଥିବା ବେଳ ରଣ ଶଙ୍ଖ ନିକଟ ଟର୍ଣ୍ଣିଂ ପଏଣ୍ଟରେ ଦୁର୍ଘଟଣା ଘଟିଥିଲା । ଘଟଣାସ୍ଥଳରେ ଦୁଇ ଜଣଙ୍କର ମୃତ ହୋଇଥିବା ବେଳେ । ଜଣଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି। ଦୁର୍ଘଟଣା ପରେ ଖବର ପାଇ ଘଟଣାସ୍ଥଳରେ ବହୁ ସଂଖ୍ୟାରେ ଲୋକ ରୁଣ୍ଡ ହୋଇଥିବା ବେଳେ ଉତ୍ତେଜନା ପ୍ରକାଶ ପାଇଛି।




