ବାଇକ ଦୁର୍ଘଟଣା,ଦମ୍ପତି ମୃତ

ଉମରକୋଟ : ବାଇକ ଉପରେ ଟ୍ରକ ମାଡିଯାଇ ଦମ୍ପତି ମୃତ । ନବରଙ୍ଗପୁର ଜିଲ୍ଲା କୁନ୍ଦେଇ ଥାନା ରାବଣାଗୁଡା ଛକ ନିକଟରେ ଘଟିଛି ମର୍ମନ୍ତୁଦ ସଡକ ଦୁର୍ଘଟଣା । ଶିବ ମନ୍ଦିରରୁ ପାଣିଢାଳି ଫେରୁଥିବାବେଳେ ଦୁର୍ଘଟଣା ଘଟିଥିଲା । ଘଟଣାସ୍ଥଳରେ ସ୍ୱାମୀ,ସ୍ତ୍ରୀଙ୍କର ମୃତ୍ୟୁ ଘଟିଥିବା ବେଳେ ତାଙ୍କ ନାବାଳକ ପୁଅ ଅଳ୍ପକେ ମୃତ୍ୟୁ ମୁଖରୁ ବର୍ତ୍ତିଯାଇଛି । ଏହାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଛି । ସୂଚନାନୁସାରେ,ଆଜି ଶ୍ରାବଣ ମାସ ୪ର୍ଥ ସୋମବାର । ସ୍ୱାମୀ,ସ୍ତ୍ରୀ ତାଙ୍କ […]

Samaya Live Picture
Published On

ଉମରକୋଟ : ବାଇକ ଉପରେ ଟ୍ରକ ମାଡିଯାଇ ଦମ୍ପତି ମୃତ । ନବରଙ୍ଗପୁର ଜିଲ୍ଲା କୁନ୍ଦେଇ ଥାନା ରାବଣାଗୁଡା ଛକ ନିକଟରେ ଘଟିଛି ମର୍ମନ୍ତୁଦ ସଡକ ଦୁର୍ଘଟଣା । ଶିବ ମନ୍ଦିରରୁ ପାଣିଢାଳି ଫେରୁଥିବାବେଳେ ଦୁର୍ଘଟଣା ଘଟିଥିଲା । ଘଟଣାସ୍ଥଳରେ ସ୍ୱାମୀ,ସ୍ତ୍ରୀଙ୍କର ମୃତ୍ୟୁ ଘଟିଥିବା ବେଳେ ତାଙ୍କ ନାବାଳକ ପୁଅ ଅଳ୍ପକେ ମୃତ୍ୟୁ ମୁଖରୁ ବର୍ତ୍ତିଯାଇଛି । ଏହାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଛି ।

ସୂଚନାନୁସାରେ,ଆଜି ଶ୍ରାବଣ ମାସ ୪ର୍ଥ ସୋମବାର । ସ୍ୱାମୀ,ସ୍ତ୍ରୀ ତାଙ୍କ ୯ ବର୍ଷର ପୁଅ ସହ ବୋଲବମ୍‌ ଯାତ୍ରାରେ ଯାଇଥିଲେ। ଶିବ ମନ୍ଦିରରେ ପାଣି ଢାଳିବା ପରେ ବାଇକରେ ଘରକୁ ଫେରୁଥିଲେ। ଘରକୁ ଫେରିବା ସମୟରେ କୁନ୍ଦେଇ ଥାନା ଅନ୍ତର୍ଗତ ରାବଣାଗୁଡା ନିକଟରେ ବାଇକ ଉପରକୁ ଏକ ଦ୍ରୁତଗାମୀ ଟ୍ରକ ମାଡିଯାଇଥିଲା। ଯାହା ଫଳରେ ଘଟଣା ସ୍ଥଳରେ ହିଁ ବାପା ଓ ମାଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ, ୯ ବର୍ଷରୁ ପୁଅ ଅଳ୍ପକେ ବର୍ତ୍ତିଯାଇଛି। ଦୁର୍ଘଟଣା ପରେ ଘଟଣା ସ୍ଥଳରେ ଚାପା ଉତ୍ତେଜନା ଜାରି ରହିଛି। ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ମେଡିକାଲକୁ ପଠାଇବା ସହ ଲୋକଙ୍କୁ ବୁଝାସୁଝା କରୁଛି ।

Tags: