ଦକ୍ଷିଣ ଓଡ଼ିଶାରେ ପ୍ରମୁଖ ସହରକୁ ସଂଯୋଗ କରିବ ‘ବିଜୁ ଏକ୍ସପ୍ରେସ ୱେ-୨’

ଭୁବନେଶ୍ୱର: ପ୍ରଗତି ପଥରେ ଆହୁରି ଆଗକୁ ବଢିବ ଦକ୍ଷିଣ ଓଡ଼ିଶା। ଦକ୍ଷିଣ ଓଡ଼ିଶାରୁ ରାଜ୍ୟର ପ୍ରମୁଖ ସହରକୁ ସଂଯୋଗ କରିବ ବିଜୁ ଏକ୍ସପ୍ରେସ ୱେ-୨। ୩୦୫ କିଲୋମିଟର ଦୀର୍ଘ ଏହି ରାସ୍ତା ବ୍ରହ୍ମପୁର ସହରକୁ ଯୋଡିବ ଜୟପୁର ସହ । ପ୍ରକଳ୍ପ କାର୍ଯ୍ୟକାରୀ କରିବା ପାଇଁ ଖର୍ଚ୍ଚ ହେବ ୭ହଜାର କୋଟି ଟଙ୍କା । ଏଥିରେ ଯୋଡି ହେବ ଗଞ୍ଜାମ, ଗଜପତି, ରାୟଗଡ଼ା ଓ କୋରାପୁଟ ଜିଲ୍ଲା। ରାଜ୍ୟର ଅର୍ଥନୈତିକ ଓ ସାମାଜିକ ବିକାଶରେ ଆସିବ ଆହୁରି […]

Samaya Live Picture
Published On

ଭୁବନେଶ୍ୱର: ପ୍ରଗତି ପଥରେ ଆହୁରି ଆଗକୁ ବଢିବ ଦକ୍ଷିଣ ଓଡ଼ିଶା। ଦକ୍ଷିଣ ଓଡ଼ିଶାରୁ ରାଜ୍ୟର ପ୍ରମୁଖ ସହରକୁ ସଂଯୋଗ କରିବ ବିଜୁ ଏକ୍ସପ୍ରେସ ୱେ-୨। ୩୦୫ କିଲୋମିଟର ଦୀର୍ଘ ଏହି ରାସ୍ତା ବ୍ରହ୍ମପୁର ସହରକୁ ଯୋଡିବ ଜୟପୁର ସହ । ପ୍ରକଳ୍ପ କାର୍ଯ୍ୟକାରୀ କରିବା ପାଇଁ ଖର୍ଚ୍ଚ ହେବ ୭ହଜାର କୋଟି ଟଙ୍କା । ଏଥିରେ ଯୋଡି ହେବ ଗଞ୍ଜାମ, ଗଜପତି, ରାୟଗଡ଼ା ଓ କୋରାପୁଟ ଜିଲ୍ଲା। ରାଜ୍ୟର ଅର୍ଥନୈତିକ ଓ ସାମାଜିକ ବିକାଶରେ ଆସିବ ଆହୁରି ପରିବର୍ତ୍ତନ। ରାଜ୍ୟର ଏକ ପ୍ରମୁଖ ଅର୍ଥନୈତିକ କରିଡର ଭାବେ ଗଢି ତୋଳିବା ପାଇଁ ସରକାରଙ୍କ ଲକ୍ଷ୍ୟ ଖୁବଶୀଘ୍ର ପୂରଣ ହେବ। ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ୟ୍ୟାଳୟ ପକ୍ଷରୁ ଟୁଇଟ୍ ସହ ଭିଡିଓ ପୋଷ୍ଟ କରି ସୂଚନା ଦିଆଯାଇଛି।

Tags: