ଛତିଶା ନିଯୋଗ ବୈଠକରେ ବଡ଼ ନିଷ୍ପତି,ଚାରମାଳ ନିରୀକ୍ଷଣ କରିବେ ବରିଷ୍ଠ ଅଧିକାରୀ

ପୁରୀ : ପାଖେଇ ଆସିଲାଣି ମହାପ୍ରଭୁଙ୍କ ଘୋଷଯାତ୍ରା । ଗତବର୍ଷ ଭଳି ଆଉ ଯେପରି କିଛି ଅସୁବିଧା ନହୁଏ ସେଥିପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି ରାଜ୍ୟ ସରକାର। ଏନେଇ ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକରେ ନିଷ୍ପତ୍ତି ହୋଇଛି । ଚଳିତ ବର୍ଷ ଚାରମାଳ ନିରୀକ୍ଷଣ କରିବେ ବରିଷ୍ଠ ଅଧିକାରୀ। ଗତବର୍ଷ ପହଣ୍ଡି ବେଳେ ମହାପ୍ରଭୁ ବଳଭଦ୍ର ରଥ ଉପରେ ପଡିଯିବା ଘଟଣାକୁ ନେଇ ଏ ବର୍ଷ ପୂରା ସଜାଗ ରହିଛି ଶ୍ରୀମନ୍ଦିର ପ୍ରଶାସନ । ରଥଯାତ୍ରା ବେଳେ […]

ଛତିଶା ନିଯୋଗ ବୈଠକରେ ବଡ଼ ନିଷ୍ପତି,ଚାରମାଳ ନିରୀକ୍ଷଣ କରିବେ ବରିଷ୍ଠ ଅଧିକାରୀ
Samaya Live Picture
Published On

ପୁରୀ : ପାଖେଇ ଆସିଲାଣି ମହାପ୍ରଭୁଙ୍କ ଘୋଷଯାତ୍ରା । ଗତବର୍ଷ ଭଳି ଆଉ ଯେପରି କିଛି ଅସୁବିଧା ନହୁଏ ସେଥିପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି ରାଜ୍ୟ ସରକାର। ଏନେଇ ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକରେ ନିଷ୍ପତ୍ତି ହୋଇଛି । ଚଳିତ ବର୍ଷ ଚାରମାଳ ନିରୀକ୍ଷଣ କରିବେ ବରିଷ୍ଠ ଅଧିକାରୀ। ଗତବର୍ଷ ପହଣ୍ଡି ବେଳେ ମହାପ୍ରଭୁ ବଳଭଦ୍ର ରଥ ଉପରେ ପଡିଯିବା ଘଟଣାକୁ ନେଇ ଏ ବର୍ଷ ପୂରା ସଜାଗ ରହିଛି ଶ୍ରୀମନ୍ଦିର ପ୍ରଶାସନ ।

ରଥଯାତ୍ରା ବେଳେ ଏଥର ପହଣ୍ଡିରେ ରହିବେ ନିର୍ଦ୍ଦିଷ୍ଟ ସେବାୟତ ଏବଂ ଅଧିକାରୀ । ବାଡ଼ଗ୍ରାହୀ, ଭୋଇ ସେବକ, ବରିଷ୍ଠ ତତ୍ତ୍ବାବଧାରକ ମଧ୍ୟ ଉପସ୍ଥିତ ରହିବେ। ସ୍ନାନ ଯାତ୍ରା ଠାରୁ ନୀଳାଦ୍ରି ବିଜେ ଯାଏଁ ନୀତିକାନ୍ତି ଯେଭଳି ଶୃଙ୍ଖଳିତ ଢଙ୍ଗରେ ସମାପନ ହେବ, ତା ଉପରେ ଗୁରୁତ୍ବ ଦିଆଯାଇଛି । ଭୋଇ ସେବକଙ୍କ ସହ ଜଣେ ବରିଷ୍ଠ ତତ୍ତ୍ୱାବଧାରକ କରିବେ ନିରୀକ୍ଷଣ। ଶୃଙ୍ଖଳିତ ପହଣ୍ଡି ଉପରେ ପ୍ରଶାସନ ଗୁରୁତ୍ୱ ଦେଇଛି । ପ୍ରତ୍ୟେକ ବିଗ୍ରହଙ୍କ ପାଇଁ ଜଣେ ବରିଷ୍ଠ ଅଧିକାରୀ ନିୟୋଜିତ ରହିବେ । ଚାରମାଳ ବନ୍ଧା ହେବା ବେଳେ ବରିଷ୍ଠ ଅଧିକାରୀଙ୍କ ସହ ବାଡ଼ଗ୍ରାହୀ, ଭୋଇ ସେବକ, ବରିଷ୍ଠ ତତ୍ତ୍ବାବଧାରକ ମଧ୍ୟ ଉପସ୍ଥିତ ରହିବେ । ସ୍ନାନ ଯାତ୍ରା ଠାରୁ ନୀଳାଦ୍ରି ବିଜେ ଯାଏଁ ନୀତିକାନ୍ତି ଯେଭଳି ଶୃଙ୍ଖଳିତ ଢଙ୍ଗରେ ସମାପନ ହେବ, ତା’ ଉପରେ ଗୁରୁତ୍ବ ଦିଆଯାଇଛି । ଗତବର୍ଷ ଚରମାଳରୁ ମୁହଁମାଡି ଆଗକୁ ଝୁଁକେଇ ପଡ଼ିଥିଲେ ବଡ଼ ଠାକୁର। ଏହି ଅଘଟଣର ପୁନରାବୃତ୍ତି ନ ହୁଏ ତାହା ନିଶ୍ଚିତ କରିବାକୁ ଛତିଶା ନିଯୋଗ ବୈଠକରେ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି ।

ସୂଚନାନୁସାରେ,ଚଳିତ ବର୍ଷ ଜୁନ୍ ୨୭ରେ ମହାପ୍ରଭୁଙ୍କ ଶ୍ରୀଗୁଣ୍ଡିଚା ଯାତ୍ରା । ରଥଯାତ୍ରା ଦିନ ସକାଳ ୬ଘଟିକା ଠାରୁ ମଙ୍ଗଳା ଆଳତି ନୀତି ଅନୁଷ୍ଠିତ ହେବା ସହ ସକାଳ ୯ଟା ସୁଦ୍ଧା ରଥ ପ୍ରତିଷ୍ଠା ନୀତି କରାଯିବ । ୯ଟା ୩୦ରେ ପହଣ୍ଡି ଆରମ୍ଭ କରାଯାଇ ସାଢେ ୧୨ଟା ସୁଦ୍ଧା ସରିବ । ଅପରାହ୍ନ ସାଢେ ୨ଟାରୁ ସାଢେ ୩ଟା ମଧ୍ୟରେ ଛେରାପହଁରା ଓ ଅପରାହ୍ନ ୪ଟାରେ ରଥ ଟଣା ହେବ ।

Tags: