ରତ୍ନଭଣ୍ଡାର ସମ୍ପର୍କିତ ମାମଲାରେ ଆସିଲା ବଡ଼ ରାୟ : ଗଠନ ହେବ ଉଚ୍ଚସ୍ତରୀୟ କମିଟି

ଭୁବନେଶ୍ୱର : ହାଇକୋର୍ଟରେ ରତ୍ନଭଣ୍ଡାର ଖୋଲାଯିବା ସମ୍ପର୍କିତ ମାମଲା । ହସ୍ତକ୍ଷେପ କରିବାକୁ ମନା କଲେ ହାଇକୋର୍ଟ । ରତ୍ନଭଣ୍ଡାର ମରାମତି ପାଇଁ ଗଠନ ହେବ କମିଟି । ୨ ମାସ ମଧ୍ୟରେ ଏକ କମିଟି ଗଠନ କରିବାକୁ ସରକାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏନେଇ ଶ୍ରୀମନ୍ଦିର ପ୍ରଶାସନକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ । କମିଟି ଗଠନ ବେଳେ ସରକାରଙ୍କ ହସ୍ତକ୍ଷେପ ଲୋଡିପାରିବେ ଶ୍ରୀମନ୍ଦିର ପ୍ରଶାସନ । କମିଟିରେ ଇଞ୍ଜିନିୟର ଓ ସେବାୟତମାନେ ରହିବେ । ପ୍ରଥମେ […]

Samaya Live Picture
Published On

ଭୁବନେଶ୍ୱର : ହାଇକୋର୍ଟରେ ରତ୍ନଭଣ୍ଡାର ଖୋଲାଯିବା ସମ୍ପର୍କିତ ମାମଲା । ହସ୍ତକ୍ଷେପ କରିବାକୁ ମନା କଲେ ହାଇକୋର୍ଟ । ରତ୍ନଭଣ୍ଡାର ମରାମତି ପାଇଁ ଗଠନ ହେବ କମିଟି । ୨ ମାସ ମଧ୍ୟରେ ଏକ କମିଟି ଗଠନ କରିବାକୁ ସରକାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏନେଇ ଶ୍ରୀମନ୍ଦିର ପ୍ରଶାସନକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ । କମିଟି ଗଠନ ବେଳେ ସରକାରଙ୍କ ହସ୍ତକ୍ଷେପ ଲୋଡିପାରିବେ ଶ୍ରୀମନ୍ଦିର ପ୍ରଶାସନ । କମିଟିରେ ଇଞ୍ଜିନିୟର ଓ ସେବାୟତମାନେ ରହିବେ । ପ୍ରଥମେ ରତ୍ନଭଣ୍ଡାର ବାହାର ମରାମତି ହେବ । ତେବେ ଭିତର ରତ୍ନଭଣ୍ଡାର କେବେ ମରାମତି ହେବ, ସେନେଇ ମଧ୍ୟ କମିଟି ନିଷ୍ପତ୍ତି ନେବ। ଏନେଇ ସୂଚନା ଦେଲେ ଆବେଦନକାରୀଙ୍କ ଓକିଲ ପିତାମ୍ବର ଜେନା ।

Tags: