ବିକାଶର ଉଡାଣ ଭରୁଛି ଓଡିଶା: ଭୁବନେଶ୍ୱରରୁ ଆରମ୍ଭ ହେବ ସିଧାସଳଖ ବିମାନ ସେବା
ଭୁବନେଶ୍ୱର:ଯୋଗାଯୋଗ ବ୍ୟବସ୍ଥା ସୁଦୃଢ଼ ହେଉଛି। ଯୋଗାଯୋଗ କ୍ଷେତ୍ରରେ ଓଡିଶା ଆଉ ପାଦେ ଆଗକୁ ବଢିବାକୁ ଯାଉଛି।ପ୍ରଗତିର ପଥ ପ୍ରଶସ୍ତ ହେଉଛି। ଭୁବନେଶ୍ବର ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦରରୁ ଇନ୍ଦୋର, ଡେରାଡୁନ୍, କୋଚି, ଜୟପୁର, ଲକ୍ଷ୍ନୌ ଏବଂ ଝାରସୁଗୁଡା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରୁ ହାଇଦ୍ରାବାଦ୍, ରାୟପୁର, ଲକ୍ଷ୍ନୌ, ମୁମ୍ବାଇକୁ ସିଧାସଳଖ ବିମାନ ସେବା ଆରମ୍ଭ ହେବ। ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦରରୁ ଏଣିକି ସିଧା ସଳଖ ଉଡ଼ିବ ବିମାନ। ଯାତ୍ରୀ ମାନେ ଆଉ […]
ଭୁବନେଶ୍ୱର:ଯୋଗାଯୋଗ ବ୍ୟବସ୍ଥା ସୁଦୃଢ଼ ହେଉଛି। ଯୋଗାଯୋଗ କ୍ଷେତ୍ରରେ ଓଡିଶା ଆଉ ପାଦେ ଆଗକୁ ବଢିବାକୁ ଯାଉଛି।ପ୍ରଗତିର ପଥ ପ୍ରଶସ୍ତ ହେଉଛି। ଭୁବନେଶ୍ବର ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦରରୁ ଇନ୍ଦୋର, ଡେରାଡୁନ୍, କୋଚି, ଜୟପୁର, ଲକ୍ଷ୍ନୌ ଏବଂ ଝାରସୁଗୁଡା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରୁ ହାଇଦ୍ରାବାଦ୍, ରାୟପୁର, ଲକ୍ଷ୍ନୌ, ମୁମ୍ବାଇକୁ ସିଧାସଳଖ ବିମାନ ସେବା ଆରମ୍ଭ ହେବ। ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦରରୁ ଏଣିକି ସିଧା ସଳଖ ଉଡ଼ିବ ବିମାନ। ଯାତ୍ରୀ ମାନେ ଆଉ ଭୁବନେଶ୍ୱରରେ ବସିବେ ସିଧାସଳଖ ନିଜ ଗନ୍ତବ୍ୟ ସ୍ଥଳରେ ଓଲ୍ହେଇବେ। ଭାୟା ହେଇକି ଆଉ ଯାତ୍ରୀଙ୍କୁ ଯିବାକୁ ପଡ଼ିବନି। ସିଧାସଳଖ ରାଜ୍ୟ ବାହାରକୁ ବିମାନ ଯୋଗେ ଯାଇ ପାରିବେ। ସେହିପରି ଝାରସୁଗୁଡା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରୁ ସିଧା ସଳଖ ବିମାନ ଉଡ଼ିବ।ହାଇଦ୍ରାବାଦ୍, ରାୟପୁର, ଲକ୍ଷ୍ନୌ, ମୁମ୍ବାଇକୁ ବିମାନ ଉଡିବ। ରାଜ୍ୟରେ ଏଭଳି ବିମାନ ସେବା ରାଜ୍ୟର ଅର୍ଥନୈତିକ ବିକାଶକୁ ନୂଆ ଦିଗ ଦେବ। ଆର୍ଥିକ ଓ ପର୍ଯ୍ୟଟନ କ୍ଷେତ୍ରରେ ଓଡ଼ିଶାକୁ ଆହୁରି ସଶକ୍ତ କରିବ।




