ଭୁବନେଶ୍ୱର ରେଳଷ୍ଟେସନ ର ହେବ ନବକଳେବର

ଭୁବନେଶ୍ୱର : ନୂଆ ରୂପ ପାଇବ ଭୁବନେଶ୍ୱର ରେଳ ଷ୍ଟେସନ I ୨୦୨୫ ମାର୍ଚ୍ଚ ସୁଦ୍ଧା ସମ୍ପୂର୍ଣ୍ଣ ହେବ କାର୍ଯ୍ୟ I ସେଥିପାଇଁ ରେଳ ଷ୍ଟେସନର ନବୀକରଣ କାର୍ଯ୍ୟ ଆଗେଇ ଚିଲିଛି I ଯାତ୍ରୀଙ୍କୁ ମିଳିବ ୱାର୍ଲଡ କ୍ଲାସ ସୁବିଧା I ଏଠାରେ ସମସ୍ତ ପ୍ରକାର ଅତ୍ୟାଧୁନିକ ସୁବିଧା ଯାତ୍ରୀମାନେ ପାଇ ପାରିବେ I ସେଥିପାଇଁ ଯୁଦ୍ଧକାଳୀନ ଭିତ୍ତିରେ ପ୍ରବେଶପଥର ପ୍ରଥମ ବିଲଡିଂ ନିର୍ମାଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଭୁବନେଶ୍ୱର ରେଳ ଷ୍ଟେସନକୁ ଅତ୍ୟାଧୁନିକ ମଲ ଭଳି […]

Samaya Live Picture
Published On

ଭୁବନେଶ୍ୱର : ନୂଆ ରୂପ ପାଇବ ଭୁବନେଶ୍ୱର ରେଳ ଷ୍ଟେସନ I ୨୦୨୫ ମାର୍ଚ୍ଚ ସୁଦ୍ଧା ସମ୍ପୂର୍ଣ୍ଣ ହେବ କାର୍ଯ୍ୟ I ସେଥିପାଇଁ ରେଳ ଷ୍ଟେସନର ନବୀକରଣ କାର୍ଯ୍ୟ ଆଗେଇ ଚିଲିଛି I ଯାତ୍ରୀଙ୍କୁ ମିଳିବ ୱାର୍ଲଡ କ୍ଲାସ ସୁବିଧା I ଏଠାରେ ସମସ୍ତ ପ୍ରକାର ଅତ୍ୟାଧୁନିକ ସୁବିଧା ଯାତ୍ରୀମାନେ ପାଇ ପାରିବେ I ସେଥିପାଇଁ ଯୁଦ୍ଧକାଳୀନ ଭିତ୍ତିରେ ପ୍ରବେଶପଥର ପ୍ରଥମ ବିଲଡିଂ ନିର୍ମାଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଭୁବନେଶ୍ୱର ରେଳ ଷ୍ଟେସନକୁ ଅତ୍ୟାଧୁନିକ ମଲ ଭଳି କରାଯିବ I ଏହା ହେବ ୪ ମହଲା ବିଶିଷ୍ଟ ବିଲଡିଂ I ଦୀର୍ଘ ସମୟ ଧରି ଟ୍ରେନକୁ ଅପେକ୍ଷା କରୁଥିବା ଯାତ୍ରୀ ମାନେ ଏଠାରେ ସପିଂର ସୁବିଧା ପାଇପାରିବେ I ଏୟାର କୋନ କୋର୍ସ ସହିତ ରହିବ ପ୍ରଶସ୍ତ ଫୁଟ ଓଭର ବ୍ରିଜ I ବର୍ଜ୍ୟବସ୍ତୁ ପରିଚାଳନା ସହିତ ସୌରଶକ୍ତି ବିନିଯୋଗର ବ୍ୟବସ୍ଥା କରାଯିବ I ରେଳ ଷ୍ଟେସନ୍‌ର ଦୁଇପାର୍ଶ୍ବ, ଯଥା ମାଷ୍ଟରକ୍ୟାଣ୍ଟିନ ଓ କଟକ ରୋଡ ପାର୍ଶ୍ବରେ ଥିବା ପ୍ରବେଶପଥର ବିକାଶ କରାଯିବ। ଉଭୟ ପାର୍ଶ୍ବରେ ଷ୍ଟେସନ ଭିତରକୁ ପ୍ରବେଶ ଲାଗି ଦୁଇଟି ବାଟ ରହିବ ଏବଂ ବାହାରକୁ ଆସିବା ଲାଗି ଯାତ୍ରୀଙ୍କ ଲାଗି ଗୋଟିଏ ବାଟ ରହିବ। ଷ୍ଟେସନ୍‌ରେ ଦୈନିକ ଯେପରି ୧ ଲକ୍ଷ ୪୩ ହଜାର ୪୫ଜଣ ରେଳଯାତ୍ରୀ ଚଳପ୍ରଚଳ ହୋଇପାରିବେ, ସେନେଇ ସୁବିଧା ଉପଲବ୍ଧ ରହିବ।

ବିଶ୍ବସ୍ତରୀୟ ହେବାକୁ ଥିବା ଏହି ଷ୍ଟେସନରେ ବିମାନବନ୍ଦର ପରି ସୁବିଧା ଉପଲବ୍ଧ ହେବ I୨୦୨୪ ମାର୍ଚ୍ଚ ସୁଦ୍ଧା ଏହି ବିଲଡିଂ କାମ ଶେଷକରି ଯାତ୍ରୀଙ୍କୁ ସେବା ଯୋଗାଇ ଦେବାକୁ ଲକ୍ଷ୍ୟ ରଖାଯାଇଥିବା ପୂର୍ବତଟ ରେଳପଥର ମହାପ୍ରବନ୍ଧକ ମନୋଜ ଶର୍ମା କହିଛନ୍ତି। ୩୮୦ କୋଟି ଟଙ୍କାରେ ନିର୍ମାଣ ହେବାକୁ ଥିବା ଏହି ଷ୍ଟେସନ କାମ ୨୦୨୫ ଡିସେମ୍ବର ସୁଦ୍ଧା ଶେଷ କରିବାକୁ ରେଳ ମନ୍ତ୍ରଣାଳୟ ଲକ୍ଷ୍ୟ ରଖିଛି। ।

Tags: