୬ ଲେନ ବିଶିଷ୍ଟ ହେବ ଭୁବନେଶ୍ୱର-ପୁରୀ ରାସ୍ତା
ଭୁବନେଶ୍ୱର : ଭୁବନେଶ୍ୱର-ପୁରୀ ୩୧୬ ନମ୍ବର ଜାତୀୟ ରାଜପଥକୁ ୬ ଲେନ୍ କରିବାକୁ ନିଷ୍ପତ୍ତି I ୬ ଲେନ ବିଶିଷ୍ଟ ହେବ ଭୁବନେଶ୍ୱର-ପୁରୀ ରାସ୍ତା। ଏଥିସହ ବଡ଼ବିଲ-ଚଣ୍ଡିଖୋଲ ରାସ୍ତା ମଧ୍ୟ ୬ ଲେନ ବିଶିଷ୍ଟ ହେବ। ସେହିପରି ବଡ଼ବିଲ-ଚଣ୍ଡିଖୋଲ ରାସ୍ତା ମଧ୍ୟ ୬ ଲେନ୍ ବିଶିଷ୍ଟ ହେବ। ୬ ଲେନ୍ ରାସ୍ତା ସହ ଉଭୟ ପାର୍ଶ୍ୱରେ ୨ ଲେନ୍ ସର୍ଭିସ୍ ରୋଡ୍ ରହିବ। ଏ ସଂପର୍କୀତ ପ୍ରସ୍ତାବକୁ ମଂଜୁରୀ ମିଳିଥିବା ରାଜ୍ୟ ସରକାର ଜଣାଇଛନ୍ତି। ଏନେଇ ରାଜ୍ୟ […]
ଭୁବନେଶ୍ୱର : ଭୁବନେଶ୍ୱର-ପୁରୀ ୩୧୬ ନମ୍ବର ଜାତୀୟ ରାଜପଥକୁ ୬ ଲେନ୍ କରିବାକୁ ନିଷ୍ପତ୍ତି I ୬ ଲେନ ବିଶିଷ୍ଟ ହେବ ଭୁବନେଶ୍ୱର-ପୁରୀ ରାସ୍ତା। ଏଥିସହ ବଡ଼ବିଲ-ଚଣ୍ଡିଖୋଲ ରାସ୍ତା ମଧ୍ୟ ୬ ଲେନ ବିଶିଷ୍ଟ ହେବ। ସେହିପରି ବଡ଼ବିଲ-ଚଣ୍ଡିଖୋଲ ରାସ୍ତା ମଧ୍ୟ ୬ ଲେନ୍ ବିଶିଷ୍ଟ ହେବ। ୬ ଲେନ୍ ରାସ୍ତା ସହ ଉଭୟ ପାର୍ଶ୍ୱରେ ୨ ଲେନ୍ ସର୍ଭିସ୍ ରୋଡ୍ ରହିବ। ଏ ସଂପର୍କୀତ ପ୍ରସ୍ତାବକୁ ମଂଜୁରୀ ମିଳିଥିବା ରାଜ୍ୟ ସରକାର ଜଣାଇଛନ୍ତି। ଏନେଇ ରାଜ୍ୟ ପୂର୍ତ୍ତ ବିଭାଗ ପକ୍ଷରୁ NHAI ଆଞ୍ଚଳିକ ଅଫିସକୁ ଚିଠି କରିବା ସହ ଡିପିଆର୍ ପ୍ରସ୍ତୁତ କରି ମୁଖ୍ୟ ସଚିବଙ୍କୁ ଜଣାଇବାକୁ ନିର୍ଦ୍ଦେଶ ଦେଇଛନ୍ତି।
ରାଜ୍ୟ ପୂର୍ତ୍ତ ବିଭାଗର ସ୍ୱତନ୍ତ୍ର ସଚିବ ଲକ୍ଷ୍ମୀକାନ୍ତ ପାଢ଼ୀ ଏନେଇ ଜାତୀୟ ରାଜପଥ ପ୍ରାଧିକରଣର ଭୁବନେଶ୍ୱରସ୍ଥିତ ଆଂଚଳିକ ଅଫିସକୁ ଚିଠି ଲେଖି ଅବଗତ କରାଇଛନ୍ତି। ଏହି ଦୁଇ ରାସ୍ତା ନିର୍ମାଣ ପାଇଁ ବିସ୍ତୃତ ପ୍ରକଳ୍ପ ରିପୋର୍ଟ ପ୍ରସ୍ତୁତ କରିବା ସହ ଏହାକୁ ଚୂଡ଼ାନ୍ତ କରିବା ନିମନ୍ତେ ମୁଖ୍ୟ ସଚିବଙ୍କ ନିକଟରେ ଉପସ୍ଥାପନ ନିମନ୍ତେ ଜାତୀୟ ରାଜପଥ ପ୍ରାଧିକରଣଙ୍କୁ ସେ ଅନୁରୋଧ କରିଛନ୍ତି।




