ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗର ଜବାବ ରଖିଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ
ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗର ପ୍ରମାଣ ମାଗିଛନ୍ତି ବିଜେପିର ସାଂସଦ ପ୍ରାର୍ଥୀ ଅପରାଜିତା ଷଡଙ୍ଗୀ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଭିଯୋଗ ଆଣି କହିଥିଲେ, ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ କୌଣସି ବଡ କାମ କରିନାହାନ୍ତି । ଲିଙ୍ଗରାଜ ମନ୍ଦିର ଏବଂ ଏକାମ୍ର ପ୍ରକଳ୍ପ କାମକୁ ବନ୍ଦ କରିବାକୁ ପ୍ରୟାସ କରିଥିଲେ ବୋଲି ମୁଖ୍ୟମନ୍ତ୍ରୀ କହିଥିବାବେଳେ ଅପରାଜିତା ଏହାର ପ୍ରମାଣ ମାଗିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗର ଜବାବରେ ଅପରାଜିତା କହିଛନ୍ତି, ଲିଙ୍ଗରାଜ ମନ୍ଦିର ଏବଂ ଏକାମ୍ର ପ୍ରକଳ୍ପ ବନ୍ଦ […]
ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗର ପ୍ରମାଣ ମାଗିଛନ୍ତି ବିଜେପିର ସାଂସଦ ପ୍ରାର୍ଥୀ ଅପରାଜିତା ଷଡଙ୍ଗୀ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଭିଯୋଗ ଆଣି କହିଥିଲେ, ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ କୌଣସି ବଡ କାମ କରିନାହାନ୍ତି । ଲିଙ୍ଗରାଜ ମନ୍ଦିର ଏବଂ ଏକାମ୍ର ପ୍ରକଳ୍ପ କାମକୁ ବନ୍ଦ କରିବାକୁ ପ୍ରୟାସ କରିଥିଲେ ବୋଲି ମୁଖ୍ୟମନ୍ତ୍ରୀ କହିଥିବାବେଳେ ଅପରାଜିତା ଏହାର ପ୍ରମାଣ ମାଗିଛନ୍ତି।
ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗର ଜବାବରେ ଅପରାଜିତା କହିଛନ୍ତି, ଲିଙ୍ଗରାଜ ମନ୍ଦିର ଏବଂ ଏକାମ୍ର ପ୍ରକଳ୍ପ ବନ୍ଦ ନେଇ ସେ କୌଣସି ମତ ମନ୍ତବ୍ୟ ଦେଇ ନାହାନ୍ତି । ମୌଖିକ କି ଲିଖିତ ଭାବରେ କହିଥିବାର କୌଣସି ପ୍ରମାଣ ନାହିଁ । ଏ ନେଇ ମୁଁ କେବେ କୌଣସି ବକ୍ତବ୍ୟ ଦେଇଥିବାର ପ୍ରମାଣ ତାଙ୍କ ପାଖରେ ଅଛି? ଲିଙ୍ଗରାଜ ମନ୍ଦିରର କାମ ବିଷୟରେ ମୁଁ କେବେ ଆଲୋଚନା ହିଁ କରି ନାହିଁ। ତେଣୁ ସେ ଯେଉଁ ଅଭିଯୋଗ କରିଛନ୍ତି, ତାହା ଭିତ୍ତିହୀନ, ଆଧାରହୀନ ଓ ପୂରା ଭୁଲ୍। ସେହିପରି ଗତ ୫ ବର୍ଷ ଭିତରେ ସେ କଣ କାମ କରିଛନ୍ତି କିମ୍ବା କରି ନାହାନ୍ତି ତାଙ୍କର ରିପୋର୍ଟ କାର୍ଡ ଦେଖିବାକୁ ପରାମର୍ଶ ଦେଇଛନ୍ତି । ସେ କହିଛନ୍ତି, ମୁଁ ଯାହା କାମ କରିଛି, ପ୍ରତ୍ୟେକ ବର୍ଷ ତା’ର ରିପୋର୍ଟ କାର୍ଡ ପ୍ରସ୍ତୁତ କରି ସାର୍ବଜଜନୀନ କରିଛି। ବିଜେଡିର ୧୨ ଜଣ ସାଂସଦ ଗତ ୫ ବର୍ଷରେ କ’ଣ କରିଛନ୍ତି, ତା’ର ରିପୋର୍ଟ କାର୍ଡ ମୁଖ୍ୟମନ୍ତ୍ରୀ ସାର୍ବଜନୀନ କରନ୍ତୁ ବୋଲି ଅପରାଜିତା କହିଛନ୍ତି ।
ସୂଚନାନୁସାରେ,ଆଜି ଭୁବନେଶ୍ୱର ବିଜେଡି ସାଂସଦ ପ୍ରାର୍ଥୀ ମନ୍ମଥ ରାଉତରାୟଙ୍କ ପାଇଁ ଏକ ଭିଡିଓ ଜାରି କରି ଭୋଟ୍ ମାଗିଥିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଏହି ସମୟରେ ଅପରାଜିତାଙ୍କୁ ଟାର୍ଗେଟ କରିଥିଲେ ନବୀନ ।




