ବିଳମ୍ବ ପାଇଁ ଭୁବନେଶ୍ବର ମେଟ୍ରୋ ରେଳ ପ୍ରକଳ୍ପ କଣ୍ଟ୍ରାକ୍ଟ ବାତିଲ୍
ଭୁବନେଶ୍ବର: ଭୁବନେଶ୍ବର ମେଟ୍ରୋ ରେଳ ପ୍ରକଳ୍ପର ପୁରୁଣା କଣ୍ଟ୍ରାକ୍ଟକୁ ରାଜ୍ୟ ସରକାର ବାତିଲ୍ କରିଛନ୍ତି। କାର୍ଯ୍ୟ ବିଳମ୍ବ ହେଉଥିବାରୁ କଣ୍ଟ୍ରାକ୍ଟ ବାତିଲ କଲେ ରାଜ୍ୟ ସରକାର । ଠିକା ସଂସ୍ଥା ସିଗାଲ ଇଣ୍ଡିଆ ଏବଂ ରଞ୍ଜିତ ବିଲଡ଼କନ ସହ କଣ୍ଟ୍ରାକ୍ଟ ବାତିଲ କଲା ଦିଲ୍ଲୀ ମେଟ୍ରୋ ରେଳ କର୍ପୋରେସନ । ପୂର୍ବ ସରକାର ଏହି ଦୁଇ କମ୍ପାନୀକୁ କଣ୍ଟ୍ରାକ୍ଟ ଦେଇଥିଲେ । ମାତ୍ର ଦୀର୍ଘ ୮ ମାସ ହେବ ଭୁବନେଶ୍ୱର ମେଟ୍ରୋ ପ୍ରକଳ୍ପ କାମ ବନ୍ଦ ରହିଛି […]
ଭୁବନେଶ୍ବର: ଭୁବନେଶ୍ବର ମେଟ୍ରୋ ରେଳ ପ୍ରକଳ୍ପର ପୁରୁଣା କଣ୍ଟ୍ରାକ୍ଟକୁ ରାଜ୍ୟ ସରକାର ବାତିଲ୍ କରିଛନ୍ତି। କାର୍ଯ୍ୟ ବିଳମ୍ବ ହେଉଥିବାରୁ କଣ୍ଟ୍ରାକ୍ଟ ବାତିଲ କଲେ ରାଜ୍ୟ ସରକାର । ଠିକା ସଂସ୍ଥା ସିଗାଲ ଇଣ୍ଡିଆ ଏବଂ ରଞ୍ଜିତ ବିଲଡ଼କନ ସହ କଣ୍ଟ୍ରାକ୍ଟ ବାତିଲ କଲା ଦିଲ୍ଲୀ ମେଟ୍ରୋ ରେଳ କର୍ପୋରେସନ । ପୂର୍ବ ସରକାର ଏହି ଦୁଇ କମ୍ପାନୀକୁ କଣ୍ଟ୍ରାକ୍ଟ ଦେଇଥିଲେ । ମାତ୍ର ଦୀର୍ଘ ୮ ମାସ ହେବ ଭୁବନେଶ୍ୱର ମେଟ୍ରୋ ପ୍ରକଳ୍ପ କାମ ବନ୍ଦ ରହିଛି । ରାଜ୍ୟ ସରକାରଙ୍କ ବାରମ୍ବାର ଅନୁରୋଧ ସତ୍ତ୍ବେ ଏହି ଦୁଇ କଂପାନି ନିୟମ ଅନୁଯାୟୀ ଉପଯୁକ୍ତ କ୍ଷତିପୂରଣ ଦେଇନାହାନ୍ତି। ଏପରିକି ଦୁଇ କଂପାନି ମେଟ୍ରୋ ରେଳ ପ୍ରକଳ୍ପକୁ ନଷ୍ଟ କରିଥିବା ଅଭିଯୋଗ ଆଣି ଓଡ଼ିଶା ସରକାର ଏଭଳି କଠୋର ପଦକ୍ଷେପ ନେଇଥିବା କୁହାଯାଇଛି।
ଭୁବନେଶ୍ୱର ମେଟ୍ରୋ ପ୍ରକଳ୍ପର ନୂଆ ରୂପରେଖ ପ୍ରସ୍ତୁତ ପାଇଁ କମିଟି ହୋଇଛି । ଆନ୍ତଃମନ୍ତ୍ରୀସ୍ତରୀୟ କମିଟି ଗଠନ ହୋଇଛି, ନୂଆ ରୂପରେଖ ଓ ଡିପିଆର ହେବ । ନୂଆ ରୂପରେଖ ଓ ଡିପିଆର ପରେ ନୂଆ କଣ୍ଟ୍ରାକ୍ଟ ଅନୁସାରେ ମେଟ୍ରୋ କାମ ହେବ ବୋଲି ସୂଚନା ମିଳିଛି ।
ସୂଚନାଯୋଗ୍ୟ, ଗତ ୧୬ ତାରିଖରେ ମେଟ୍ରୋ ପ୍ରକଳ୍ପ ନେଇ ସରକାରଙ୍କ ଦ୍ୱାରା ଉପ-ମୁଖ୍ୟମନ୍ତ୍ରୀ କେ.ଭି ସିଂହଦେଓଙ୍କ ଅଧ୍ୟକ୍ଷତାରେ ବସିଥିଲା ମନ୍ତ୍ରୀସ୍ତରୀୟ ବୈଠକ । ସବ୍ କମିଟିର ପ୍ରଥମ ବୈଠକ ଲୋକସେବା ଭବନରେ ଅନୁଷ୍ଠିତ ହୋଇଯାଇଥିଲା। ଏହି ବୈଠକରେ ମେଟ୍ରୋ ରେଳ ପ୍ରକଳ୍ପ ନେଇ କିଛି ଠୋସ୍ ନିଷ୍ପତ୍ତି ହୋଇପାରିନଥିଲା।




