୪୩.୨ ସହ ଭୁବନେଶ୍ୱର ସବୁଠାରୁ ଉତପ୍ତ

ଭୁବନେଶ୍ୱର : ଅଗ୍ନି ବଳୟ ଭିତରେ ସାରା ରାଜ୍ୟ I ଗୁଳୁଗୁଳି ଗରମରେ ସନ୍ତୁଳି ହେଉଛି ଜନଜୀବନ I ଡହ ଡହ ଖରା ସାଙ୍ଗକୁ ତତଲା ଝାଞ୍ଜିରେ ଆଉଟୁ ପାଉଟୁ ହେଉଛନ୍ତି ଲୋକେ I କ୍ରମାଗତ ଭାବରେ ୩ ଦିନ ପାଇଁ ରାଜଧାନୀ ଭୁବନେଶ୍ୱର ପାଲଟିଛି ସବୁଠାରୁ ଉତପ୍ତ ସହର I ବୁଧୁବାର ଦିନ ୨.୩୦ ସୁଦ୍ଧା ରାଜଧାନୀର ପାରଦ ପହଞ୍ଚିଥିଲା ୪୩.୨ ଡିଗ୍ରୀ I ସେହିପରି ସୋମବାର ଭୁବନେଶ୍ୱର ତାପମାତ୍ରା ୪୩.୮ ଡିଗ୍ରୀ ସହ ରାଜ୍ୟର […]

Samaya Live Picture
Published On

ଭୁବନେଶ୍ୱର : ଅଗ୍ନି ବଳୟ ଭିତରେ ସାରା ରାଜ୍ୟ I ଗୁଳୁଗୁଳି ଗରମରେ ସନ୍ତୁଳି ହେଉଛି ଜନଜୀବନ I ଡହ ଡହ ଖରା ସାଙ୍ଗକୁ ତତଲା ଝାଞ୍ଜିରେ ଆଉଟୁ ପାଉଟୁ ହେଉଛନ୍ତି ଲୋକେ I କ୍ରମାଗତ ଭାବରେ ୩ ଦିନ ପାଇଁ ରାଜଧାନୀ ଭୁବନେଶ୍ୱର ପାଲଟିଛି ସବୁଠାରୁ ଉତପ୍ତ ସହର I ବୁଧୁବାର ଦିନ ୨.୩୦ ସୁଦ୍ଧା ରାଜଧାନୀର ପାରଦ ପହଞ୍ଚିଥିଲା ୪୩.୨ ଡିଗ୍ରୀ I ସେହିପରି ସୋମବାର ଭୁବନେଶ୍ୱର ତାପମାତ୍ରା ୪୩.୮ ଡିଗ୍ରୀ ସହ ରାଜ୍ୟର ସବୁଠାରୁ ଉତପ୍ତ ସହର ପାଲଟିଥିବାବେଳେ,ମଙ୍ଗଳବାର ଏହା ୨ ଡିଗ୍ରୀ ହ୍ରାସ ପାଇ ୪୧.୮ ଡିଗ୍ରୀ ରେ ରହିଥିଲା I ସେହିଭଳି ଝାରସୁଗୁଡାରେ ୪୨.୯ ଡିଗ୍ରୀ, ଚାନ୍ଦବାଲିରେ ୪୨.୨ ଡିଗ୍ରୀ, ବାଲେଶ୍ବରରେ ୪୨.୧, ରାଉରକେଲା ୪୦.୮, ସମ୍ବଲପୁର ୪୦.୧,ହୀରାକୁଦରେ ୩୯.୨ ଡିଗ୍ରୀ ସେଲସିୟସ ରେକର୍ଡ ହୋଇଛି । ତେବେ ବୁଧୁବାର ଅପରାହ୍ନରେ କାଳବୈଶାଖୀ ବର୍ଷା ସହ ଅସହ୍ୟ ଗରମରୁ ଟ୍ୱିନ ସିଟିକୁ ସାମାନ୍ୟ ଆଶ୍ବସ୍ତି ମିଳିଛି I

ଆଜି ଅପରାହ୍ନରେ ଭୁବନେଶ୍ୱର,କଟକ ସମେତ କିଛି ସ୍ଥାନରେ ପବନ ସହ ପ୍ରବଳ ବର୍ଷା ହୋଇଛି । ଆଗାମୀ ୩ ଘଣ୍ଟା ପାଇଁ ଦ୍ବୈତ ନଗରୀ କଟକ ଓ ଭୁବନେଶ୍ବର ସହ ରାୟଗଡା, ଗଞ୍ଜାମ, କଟକ, ଖୋର୍ଦ୍ଧା, ପୁରୀ, ବରଗଡ, ନୟାଗଡ ଜିଲାକୁ କାଳବୈଶାଖୀ ଓ ବଜ୍ରପାତ ସତର୍କତା ଜାରି କରାଯାଇଛି I ସେଥିପାଇଁ ଏହି ଜିଲ୍ଲା ଗୁଡିକୁ ୟେଲୋ ଆଲର୍ଟ ଜାରି କରାଯାଇଛି ।

Tags: