ଦିନ ସାଢେ ୧୧ ଟାରେ ୪୧.୧ ଡିଗ୍ରୀ ଖରା ସହ ଭୁବନେଶ୍ୱର ସବୁଠାରୁ ଉତପ୍ତ

ଭୁବନେଶ୍ୱର : ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ସକାଳୁ ଅସହ୍ୟ ତାତି । ସାଢ଼େ ୮ଟା ସୁଦ୍ଧା ବାଲେଶ୍ୱରର ତାପମାତ୍ରା ୩୬ ଡିଗ୍ରୀ ଛୁଇଁ ଥିବାବେଳେ ଦିନ ସାଢେ ୧୧ ବେଳକୁ ଭୁବନେଶ୍ୱର ତାପମାତ୍ରା ପାର କରିଛି ୪୧ ଡିଗ୍ରୀ । ବର୍ତ୍ତମାନ ସୁଦ୍ଧା ୪୧.୧ ଡିଗ୍ରୀ ଖରା ସହ ରାଜଧାନୀ ସବୁଠାରୁ ଉତପ୍ତ ରହିଛି I ସେହିଭଳି ଚାନ୍ଦବାଲି, ବାଲେଶ୍ୱର, ଝାରସୁଗୁଡା ଏବଂ ହୀରାକୁଦ ସହରର ତାପମାତ୍ରା ମଧ୍ୟ ୪୦ ଡିଗ୍ରୀ ଟପିଛି । […]

Samaya Live Picture
Published On

ଭୁବନେଶ୍ୱର : ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ସକାଳୁ ଅସହ୍ୟ ତାତି । ସାଢ଼େ ୮ଟା ସୁଦ୍ଧା ବାଲେଶ୍ୱରର ତାପମାତ୍ରା ୩୬ ଡିଗ୍ରୀ ଛୁଇଁ ଥିବାବେଳେ ଦିନ ସାଢେ ୧୧ ବେଳକୁ ଭୁବନେଶ୍ୱର ତାପମାତ୍ରା ପାର କରିଛି ୪୧ ଡିଗ୍ରୀ । ବର୍ତ୍ତମାନ ସୁଦ୍ଧା ୪୧.୧ ଡିଗ୍ରୀ ଖରା ସହ ରାଜଧାନୀ ସବୁଠାରୁ ଉତପ୍ତ ରହିଛି I ସେହିଭଳି ଚାନ୍ଦବାଲି, ବାଲେଶ୍ୱର, ଝାରସୁଗୁଡା ଏବଂ ହୀରାକୁଦ ସହରର ତାପମାତ୍ରା ମଧ୍ୟ ୪୦ ଡିଗ୍ରୀ ଟପିଛି । ତେବେ ଏପ୍ରିଲ ମାସ ସାରା ଅସହ୍ୟ ତାତି ସହିତ ଝାଞ୍ଜି ବହିବ ବୋଲି ଭୁବନେଶ୍ବରସ୍ଥିତ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି।

ଆଞ୍ଚଳିକ ପାଣିପାଗ ସୂଚନାନୁସାରେ, ଆଗାମୀ ୫ ଦିନ ପାଇଁ ୧୦ ଜିଲ୍ଲାକୁ ସିଭିୟର ହିଟ୍ ୱେଭ୍ ୱାର୍ଣ୍ଣିଂ ଜାରି କରାଯାଇଛି। ରାଜ୍ୟରେ ଅସହ୍ୟ ତାତି ଅନୁଭୂତ ହେବ I ୭ ଜିଲ୍ଲାରେ ତାପମାତ୍ରା ୪୫ ଡିଗ୍ରୀ ଟପିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ୨୭-୨୮ ତାରିଖ ସୁଦ୍ଧା ସୁନ୍ଦରଗଡ଼, କଳାହାଣ୍ଡି, ବାଲେଶ୍ବର, ମୟୂରଭଞ୍ଜ, ବୌଦ୍ଧ, ଖୋର୍ଦ୍ଧା, ଜଗତସିଂହପୁର, ସୁବର୍ଣ୍ଣପୁର, ନୂଆପଡ଼ା, କେନ୍ଦୁଝର ଆଦି ୧୦ ଜିଲ୍ଲାରେ ସିଭିୟର ହିଟ୍ ୱେଭ୍ ଅନୁଭୁତ ହେବାର ପୂର୍ବାନୁମାନ କରାଯାଇଛି। ସେହିଭଳି ଝାରସୁଗୁଡ଼ା, ସମ୍ବଲପୁର, କଳାହାଣ୍ଡି, ନୂଆପଡ଼ା ଳଗଜପତି, ଅନୁଗୁଳ, ମୟୂରଭଞ୍ଜ ଆଦି ୭ ଜିଲ୍ଲାରେ ତାପମାତ୍ରା ୪୫ ଡିଗ୍ରୀ ଉପରେ ରହିବ ବୋଲି ଭୁବନେଶ୍ବର ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି।

Tags: