ବନ୍ଦ ହେବ ଭୁବନେଶ୍ଵର-ଦୁବାଇ ବିମାନ ସେବା ! ଚିନ୍ତାରେ ଯାତ୍ରୀ

ଭୁବନେଶ୍ଵର: ବନ୍ଦ ହେବ ଭୁବନେଶ୍ଵର-ଦୁବାଇ ବିମାନ ସେବା। ଇଣ୍ଡିଗୋ ପକ୍ଷରୁ ଭୁବନେଶ୍ଵର-ଦୁବାଇ ବିମାନ ସେବାକୁ ବନ୍ଦ କରି ଦିଆଯିବା ନେଇ ଖବର ପ୍ରକାଶ ପାଇଛି । ଆସନ୍ତା ଅକ୍ଟୋବର ୨୪ ତାରିଖରୁ ଏହି ରୁଟରେ କମ୍ପାନୀ ଏହାର ସେବା ବନ୍ଦ କରିବା ନେଇ ସୂଚନା ମିଳିଛି। ଏହି ରୁଟରେ ଇଣ୍ଡିଗୋ ବିମାନ ସପ୍ତାହକୁ ୩ ଥର ଚଳାଚଳ କରୁଥିଲା। ତେବେ ଦୁବାଇ ଯିବାକ ଚାହୁଁଥିବା ଯାତ୍ରୀମାନେ ଭାୟା ଆବୁଧାବି ଦେଇ ଯାତ୍ରା କରିପାରିବେ। କିମ୍ବା ଯାତ୍ରୀମାନେ ଭୁବନେଶ୍ଵରରୁ […]

ବନ୍ଦ ହେବ ଭୁବନେଶ୍ଵର-ଦୁବାଇ ବିମାନ ସେବା ! ଚିନ୍ତାରେ ଯାତ୍ରୀ
Samaya Live Picture
Published On

ଭୁବନେଶ୍ଵର: ବନ୍ଦ ହେବ ଭୁବନେଶ୍ଵର-ଦୁବାଇ ବିମାନ ସେବା। ଇଣ୍ଡିଗୋ ପକ୍ଷରୁ ଭୁବନେଶ୍ଵର-ଦୁବାଇ ବିମାନ ସେବାକୁ ବନ୍ଦ କରି ଦିଆଯିବା ନେଇ ଖବର ପ୍ରକାଶ ପାଇଛି । ଆସନ୍ତା ଅକ୍ଟୋବର ୨୪ ତାରିଖରୁ ଏହି ରୁଟରେ କମ୍ପାନୀ ଏହାର ସେବା ବନ୍ଦ କରିବା ନେଇ ସୂଚନା ମିଳିଛି। ଏହି ରୁଟରେ ଇଣ୍ଡିଗୋ ବିମାନ ସପ୍ତାହକୁ ୩ ଥର ଚଳାଚଳ କରୁଥିଲା। ତେବେ ଦୁବାଇ ଯିବାକ ଚାହୁଁଥିବା ଯାତ୍ରୀମାନେ ଭାୟା ଆବୁଧାବି ଦେଇ ଯାତ୍ରା କରିପାରିବେ। କିମ୍ବା ଯାତ୍ରୀମାନେ ଭୁବନେଶ୍ଵରରୁ ଦେଶର ଅନ୍ୟ ସହରକୁ ଯାଇ ସେଠାରୁ ଦୁବାଇକୁ ଥିବା ସିଧାସଳଖ ବିମାନ ସେବା ହାସଲ କରିପାରିବେ।

ଏହା ଜଣାପଡିବା ପରେ ଚିନ୍ତାରେ ଅଛନ୍ତି ଦୁବାଇରେ ରହୁଥିବା ଓଡ଼ିଆ ଯାତ୍ରୀ । ଦୁବାଇରେ ପାଖାପାଖି ୩୦ ହଜାର ଓଡ଼ିଆ ଜାତି ରହୁଛନ୍ତି । ଏନେଇ ପ୍ରବାସୀ ଓଡ଼ିଆ ଯାତ୍ରୀ ସମାଜ ପକ୍ଷରୁ ସୋମବାର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଏହି ଗୁହାରି କରାଯାଇଛି । ସମାଜର ସଭାପତି ଅମିୟ କୁମାର ମିଶ୍ର କହିଛନ୍ତି, କିଛି ଗଣମାଧ୍ୟମରେ ଦୁବାଇକୁ ବିମାନ ସେବା ବନ୍ଦ ହେବା ନେଇ ଖବର ପ୍ରସାରଣ ହୋଇଛି । ଯଦି ସରକାର ବିମାନ ସେବା ବନ୍ଦ କରନ୍ତି ତାହାହେଲେ ଦୁବାଇରେ ରହୁଥିବା ୩୦ ହଜାର ଓଡ଼ିଆ ଅସୁବିଧା ଭୋଗିବେ । ବିଧାୟକ ବାବୁ ସିଂ କହିଛନ୍ତି, ଲୋକଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ସରକାର ନିଷ୍ପତ୍ତି ନେବେ ।

ସୂଚନାଯୋଗ୍ୟ, ୨୦୨୪ରେ ଭୁବନେଶ୍ୱରରୁ ଦୁବାଇକୁ ସିଧାସଳଖ ବିମାନ ସେବା ଆରମ୍ଭ ହୋଇଥିଲା । ଯାତ୍ରୀ ପିଛା ଯେତେ ଅର୍ଥ ଖର୍ଚ୍ଚ ହେଉଥିଲା ତା’ର ଅଧା ଅର୍ଥ ରାଜ୍ୟ ସରକାର ବହନ କରୁଥିଲେ।

Tags: