ଗୁରୁବାର ଠାରୁ ଭୁବନେଶ୍ୱର-ଆବୁଧାବି ମଧ୍ୟରେ ସିଧାସଳଖ ବିମାନ ସେବା ଆରମ୍ଭ
ଭୁବନେଶ୍ୱର: ବିମାନ ସେବା କ୍ଷେତ୍ରରେ ଆଉପାଦେ ଆଗେଇଲା ଓଡିଶା । ଜୁନ ୧୨ ତାରିଖ ଗୁରୁବାର ଠାରୁ ଭୁବନେଶ୍ୱରର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର (BPIA) ରୁ ଆବୁଧାବିକୁ ଆରମ୍ଭ ହେଉଛି ବହୁ ପ୍ରତୀକ୍ଷିତ ସିଧାସଳଖ ବିମାନ ସେବା । ଇଣ୍ଡିଗୋ ଏୟାରଲାଇନ୍ସ ଏହି ସେବା ଯୋଗାଇଦେବ । ସପ୍ତାହରେ ତିନିଥର ମଙ୍ଗଳବାର, ଗୁରୁବାର ଏବଂ ଶନିବାର ଦିନ ଉଡ଼ାଣ ଭରି ଭୁବନେଶ୍ୱରକୁ ଆବୁଧାବି ସହିତ ସଂଯୋଗ କରିବ। ଏହାଦ୍ୱାରା ରାଜ୍ୟର ବୃଦ୍ଧି ପାଉଥିବା ଅନ୍ତର୍ଜାତୀୟ ସଂଯୋଗ […]
ଭୁବନେଶ୍ୱର: ବିମାନ ସେବା କ୍ଷେତ୍ରରେ ଆଉପାଦେ ଆଗେଇଲା ଓଡିଶା । ଜୁନ ୧୨ ତାରିଖ ଗୁରୁବାର ଠାରୁ ଭୁବନେଶ୍ୱରର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର (BPIA) ରୁ ଆବୁଧାବିକୁ ଆରମ୍ଭ ହେଉଛି ବହୁ ପ୍ରତୀକ୍ଷିତ ସିଧାସଳଖ ବିମାନ ସେବା । ଇଣ୍ଡିଗୋ ଏୟାରଲାଇନ୍ସ ଏହି ସେବା ଯୋଗାଇଦେବ । ସପ୍ତାହରେ ତିନିଥର ମଙ୍ଗଳବାର, ଗୁରୁବାର ଏବଂ ଶନିବାର ଦିନ ଉଡ଼ାଣ ଭରି ଭୁବନେଶ୍ୱରକୁ ଆବୁଧାବି ସହିତ ସଂଯୋଗ କରିବ। ଏହାଦ୍ୱାରା ରାଜ୍ୟର ବୃଦ୍ଧି ପାଉଥିବା ଅନ୍ତର୍ଜାତୀୟ ସଂଯୋଗ ନେଟୱାର୍କ ଦ୍ବାରା ଉପସାଗରୀୟ ଅଞ୍ଚଳକୁ ଏକ ରଣନୈତିକ ସଂଯୋଗ ପ୍ରଦାନ କରିବ। ଏନେଇ ବିମାନ ସେବା ସମ୍ବନ୍ଧୀୟ ସମସ୍ତ ସୂଚନା ଇଣ୍ଡିଗୋ ଏୟାରଲାଇନ୍ସରେ ଉପଲବ୍ଧ ରହିଛି ।
ଭୁବନେଶ୍ୱରରୁ ଗୁରୁବାର ପୂର୍ବାହ୍ନ ୯ଟା ୩୫ରୁ ଉଡ଼ାଣ ଆରମ୍ଭ କରି, ବିମାନଟି ଆବୁଧାବି ସ୍ଥାନୀୟ ସମୟ ଅନୁସାରେ ମଧ୍ୟାହ୍ନ ୧୨ଟା ୩୫ରେ ୟୁଏଇର ରାଜଧାନୀରେ ଅବତରଣ କରିବ। ପ୍ରାୟ ଚାରି ଘଣ୍ଟା ତିରିଶ ମିନିଟ୍ରେ ଇଣ୍ଡିଗୋ ବିମାନ ନିଜର ଯାତ୍ରା ସମାପ୍ତ କରିବ । ପ୍ରତ୍ୟାବର୍ତ୍ତନ ପର୍ଯ୍ୟାୟରେ ସ୍ଥାନୀୟ ସମୟ ଅନୁସାରେ ରାତି ୨ଟା ୩୫ରେ ଆବୁଧାବିରୁ ଉଡ଼ାଣ କରିବ ଏବଂ ପୂର୍ବାହ୍ନ ୮ଟା ୩୫ରେ ଭୁବନେଶ୍ୱରରେ ପହଞ୍ଚିବ।
ୱେବସାଇଟ୍ରେ ଉଲ୍ଲେଖ କରାଯାଇଛି ଯେ, ଏହି ନୂତନ ରୁଟ୍ ପାଇଁ ପ୍ରାରମ୍ଭିକ ଭଡ଼ା ଭୁବନେଶ୍ୱରରୁ ଆବୁଧାବି ପାଇଁ ଏକପାଖିଆ ଟିକେଟ୍ ପାଇଁ ୧୨,୬୮୫ ଟଙ୍କାରୁ ଆରମ୍ଭ ହେଉଛି ଏବଂ ଏହାର ଫେରିବା ଭଡ଼ା ୧୬,୧୩୨ ଟଙ୍କା ରହିଛି।




