ସଂସଦରେ କାମଚଳା ବାଚସ୍ପତି ଭାବେ ଶପଥ ନେଲେ ଭର୍ତ୍ତୃହରି ମହତାବ

ନୂଆଦିଲ୍ଲୀ : ଆଜିଠାରୁ ଆରମ୍ଭ ହେଲା ଅଷ୍ଟାଦଶ ଲୋକସଭା ଅଧିବେଶନ I ନବନିର୍ବାଚିତ ସାଂସଦମାନେ ଆଜି ଶପଥ ନେବେ I ଏହାପୂର୍ବରୁ ପ୍ରୋଟେମ୍ ସ୍ପିକର ବା କାମଚଳା ବାଚସ୍ପତି ଭାବେ ଶପଥ ନେଲେ କଟକ ସାଂସଦ ଭର୍ତ୍ତୃହରି ମହତାବ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଭର୍ତ୍ତୃହରି ମହତାବଙ୍କୁ ଶପଥ ପାଠ କରାଇଛନ୍ତି । ଶପଥ ପାଠ‌ ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ଅନେକ ବରିଷ୍ଠ ନେତା ଉପସ୍ଥିତ ଥିଲେ। ଏବେ କାମଚଳା ବାଚସ୍ପତି ଭାବେ ଭର୍ତ୍ତୃହରି […]

Samaya Live Picture
Published On

ନୂଆଦିଲ୍ଲୀ : ଆଜିଠାରୁ ଆରମ୍ଭ ହେଲା ଅଷ୍ଟାଦଶ ଲୋକସଭା ଅଧିବେଶନ I ନବନିର୍ବାଚିତ ସାଂସଦମାନେ ଆଜି ଶପଥ ନେବେ I ଏହାପୂର୍ବରୁ ପ୍ରୋଟେମ୍ ସ୍ପିକର ବା କାମଚଳା ବାଚସ୍ପତି ଭାବେ ଶପଥ ନେଲେ କଟକ ସାଂସଦ ଭର୍ତ୍ତୃହରି ମହତାବ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଭର୍ତ୍ତୃହରି ମହତାବଙ୍କୁ ଶପଥ ପାଠ କରାଇଛନ୍ତି । ଶପଥ ପାଠ‌ ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ଅନେକ ବରିଷ୍ଠ ନେତା ଉପସ୍ଥିତ ଥିଲେ। ଏବେ କାମଚଳା ବାଚସ୍ପତି ଭାବେ ଭର୍ତ୍ତୃହରି ସାଂସଦ ମାନଙ୍କୁ ଶପଥ ପାଠ କରାଇବେ । ଅଧିବେଶନ କାଳରେ ପ୍ରୋଟେମ୍‌ ବାଚସ୍ପତି ସର୍ବପ୍ରଥମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଶପଥ ଗ୍ରହଣ କରାଇଛନ୍ତି । ଏହା ପରେ ଅନ୍ୟ ସହଯୋଗୀ ସାଂସଦଙ୍କୁ ଶପଥ ନେଉଛନ୍ତି ।

ଆଜି ପ୍ରଥମେ ଆଜି ପ୍ରଥମ ଦିନରେ ୨୮୦ ସାଂସଦ ଶପଥ ଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି । ଅବଶିଷ୍ଟ ସାଂସଦ ଆସନ୍ତାକାଲି ଶପଥ ନେବେ । ପରେ ୨୬ ତାରିଖରେ ହେବ ବାଚସ୍ପତି ନିର୍ବାଚନ । ଶ୍ରୀ ମହତାବ ୧୯୯୮ ମସିହା ଠାରୁ ଲୋକସଭାକୁ ଲଗାତାର ୭ ଥର ନିର୍ବାଚିତ ହୋଇଛନ୍ତି। ପ୍ରଥମ ୬ ଥର ସେ ବିଜେଡି ଟିକେଟରେ କଟକରୁ ସାଂସଦ ହୋଇଥିଲେ। କିନ୍ତୁ ଗତ ସାଧାରଣ ନିର୍ବାଚନରେ ସେ ଭାରତୀୟ ଜନତା ପାର୍ଟି(ଭାଜପା) ଟିକେଟରେ ଲୋକସଭାକୁ ବିଜୟୀ ହୋଇଛନ୍ତି। ଶ୍ରୀ ମହତାବଙ୍କୁ ୨୦୧୭ ମସିହାରେ ଭାରତର ସଂସଦରେ ପୁରସ୍କୃତ କରାଯାଇଥିଲା। ତାଙ୍କ ବକୃତାରେ ଉତ୍ତମ ପ୍ରଦର୍ଶନ ପାଇଁ ତାଙ୍କ ୨୦୧୭ ଓ ୨୦୧୮ ମସିହାରେ ସଂସଦ ରତ୍ନ ପୁରସ୍କାର ପ୍ରଦାନ କରାଯାଇଥିଲା।

ସୂଚନାନୁସାରେ,ଅଷ୍ଟାଦଶ ଲୋକସଭାର ପ୍ରଥମ ଅଧିବେଶନ ଜୁନ ୨୪ରୁ ଆରମ୍ଭ ହୋଇ ଜୁଲାଇ ୩ ତାରିଖ ପର୍ଯ୍ୟନ୍ତ ଚାଲିବ I ୧୦ ଦିନରେ ୮ ଟି କାର୍ଯ୍ୟ ଦିବସ ରହିଛି I ଜୁନ ୨୯ ଓ ୩୦ରେ ଛୁଟି ରହିବ।

Tags: